କାଠ ଗଣ୍ଡି ଓ ଜମି ବିବାଦକୁ ନେଇ ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ

ଦାରିଙ୍ଗବାଡି,୨୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ବିବାଦୀୟ ଜମ୍‌ରେ ଦୁର୍ଗା ପୂଜା କମିଟି ପକ୍ଷରୁ ନାମଯଜ୍ଞ ଓ ଅମୃତ ମିଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଏହାକୁ ନେଇ ମଙ୍ଗଳବାର ଦୋକାନବଜାର ବନ୍ଦ ରଖିଥିଲା ବଣିକ ସଙ୍ଘ। ଏ ନେଇ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ  ପଦକ୍ଷେପ ନିଆଯାଇଛି। କନ୍ଧମାଳର ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ତଥା ବାଲିଗୁଡାର ନୂତନ ଏସ୍‌ଡିପିଓ ଶୁଭମ ଭୋସଲେ ପୂର୍ବତନ ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ, ଫୁଲବାଣୀ ଏସଡିପିଓ ମାନସ ରଞ୍ଜନ ବାରିକ,ଦାରିଙ୍ଗବାଡି ତହସିଲଦାର ଧୀରୋଜ ପାତ୍ର, ବିଡିିଓ ପ୍ରୀତିରଞ୍ଜନ ରଥ, ଡିଏସପି ତଥା ଥାନା ଅଧିକାରୀ କନକ ମାଝୀ, ଇନ୍ସପେକ୍ଟର ଜୟନ୍ତ ସେଠୀ ପ୍ରମୁଖ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତି ବୈଠକ ମାଧ୍ୟମରେ ଆଲୋଚନା କରି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଉକ୍ତ ଜମିକୁ ୨ ଗୋଷ୍ଠୀ କୌଣସି କାର୍ଯ୍ୟ କରିବା କିମ୍ବା ଜମିକୁ ଯାଇପାରିବେ ନାହିଁ ବୋଲି ନିଷ୍ପତ୍ତିି ନିଆଯାଇଛି ଏଥିରେ ଜିଲା ପ୍ରଶାସନକୁ ୨ ଗୋଷ୍ଠୀ ସହଯୋଗ କରିଥିବା କହିଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ୨ ପରେ ଜିଲା ପ୍ରଶାସନ ନେବ ବୋଲି କୁହାଯାଇଛି। ଶାନ୍ତି ବୈଠକ ପରେ ଦୋକାନବଜାର ବୁଧବାର ଠାରୁ ଖୋଲାଯିବ ବୋଲି ବଣିକ ସଙ୍ଘର ଉପସଭାପତି ଦିଲୀପ କୁମାର ସାହୁ କହିଛନ୍ତି ବୈଠକ ସାରିବା ବେଳେ ଅପରାହ୍ନ ହୋଇଥିବାରୁ କାଲି ଖୋଲାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ବିବାଦୀୟ ଜମିରେଆସନ୍ତା ୨୯ ଏବଂ ୩୦ରେ ୨ ଦିନ ଧରି ଯଜ୍ଞ ଓ ଅମୃତମିଳନ କାର୍ଯ୍ୟକ୍ରମ କରାଯିବାକୁ ଉକ୍ତ ଜମିରେ
କୁଣ୍ଡ ନିର୍ମାଣ ସହ ତାର ସୁରକ୍ଷା ପାଇଁ ଛାମୁଣ୍ଡିଆ ନିର୍ମାଣ ସକାଶେ ବଡ଼ ବଡ଼ କାଠ ଗଣ୍ଡି କମିଟି ପକ୍ଷରୁ ଅଣାଯାଇଥିଲା। ଉକ୍ତ କାଠ ଗଣ୍ଡିରେ ବିବାଦୀୟ ଜମିରେ ଅସ୍ଥାୟୀ ଛାମୁଣ୍ଡିଆ କରାଯିବା ବେଳେ ଏହାକୁ ନେଇ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ। ଅନ୍ୟ ଗୋଷ୍ଠୀଙ୍କ ଅଭିଯୋଗ ଯେ ମାଟିଏ ଗଛଟିଏ ଯୋଜନାରେ ସରକାର ଗଛ ଲଗାଉଥିବା ବେଳେ ଏତେ କାଠ ଗଣ୍ଡି କାହିଁକି ଆଉ କିଏ ଜଙ୍ଗଲ ନଷ୍ଟ କରିଛି ବୋଲି ପ୍ରଶ୍ନ କରିଥିଲେ।
ସେହିପରି ଉକ୍ତ ବିବାଦୀୟ ଜମି ଦୀର୍ଘ  ଦିନ ହେଲା ଆଇନର ବିଚରାଧୀନ ରହିଥିବା ବେଳେ ସେଠାରେ କୌଣସି କନଷ୍ଟ୍ରକ୍ସନ କରାଯିବାକୁ ବାରଣ ରହିଥିବା ଅଭିଯୋଗ କରି ଉତ୍ତେଜନା ଦେଖାଯାଇଥିଲା। ଏହାକୁ ରୟାଲଟି ଦେଇ ଜଙ୍ଗଲରୁ କାଠକୁ ଦୁର୍ଗାପୂଜା କମିଟି ଆଣିଥିବା କହିବା ସହ ସୋମବାର ଅପରାହ୍ନରେ ବିବାଦୀୟ ଜମିରେ ଦେଖାଯାଇଥିଲା ଉତ୍ତେଜନା ୨ ଗୋଷ୍ଠୀ ମଧ୍ୟରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଯାଇଥିଲା ପରେ ତହସିଲଦାର ଧୀରୋଜ ପାତ୍ର ଏବଂ ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟୋକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଉକ୍ତ ବିବାଦୀୟ ଜମିରେ ଯଜ୍ଞ ଓ ପୂଜକର୍ମ କରିବାକୁ ଅନ୍ୟ ଗୋଷ୍ଠୀ ବିରୋଧ କରୁଥିବା ଅଭିଯୋଗରେ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରତିବାଦ ଜଣାଇ ଦାରିଙ୍ଗବାଡି ବଣିକ ସଂଘକୁ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରି ଚିଠି ଲେଖିଥିଲେ ଏଥିରେ ସଂଘ ସହମତି ପ୍ରକାଶ କରି ମଙ୍ଗଳବାର ଦୋକାନବଜାର ବନ୍ଦ କରିଥିଲା। ବୋଲି ବଣିକ ସଙ୍ଘର ସଭାପତି ଲଡ଼ୁ କିଶୋର ସାହୁ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri