ରାଉରକେଲା,୨୩।୧୧(ସଂଗୀତା ଜେନା): ସକାଳୁ ସକାଳୁ ବଡ଼ ଧରଣର ଏନ୍କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ଓ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ଓ ଲାମ୍ସୀ ନିକଟରେ। ସେମାନଙ୍କୁ କଡା ପୋଲିସ ସୁରକ୍ଷା ବଳୟରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବଣାଇ ଏସ୍ଡିପିଓ ରାମଚନ୍ଦ୍ର ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ସେମାନଙ୍କର କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରୁ ଡକାୟତି ଘଟଣାରେ ସଂପୃକ୍ତି ରହିଛି। ଗୁପ୍ତ ସୂଚନା ଅନୁଯାୟୀ ଶନିବାର ରାତିରେ ଲାଠିକଟା ଥାନା ଏବଂ ଚାନ୍ଦିପୋଷ ଥାନାରେ ସେମାନେ ସକ୍ରିୟ ଥିବା ଜାଣି ପୋଲିସ ଗିରଫ କରିବାକୁ ଗଲା ବେଳେ ସେମାନେ ଫେରାର ହେବାକୁ ଚେଷ୍ଟା କଲେ। ସେମାନଙ୍କୁ ଏନକାଉଣ୍ଟର କରାଯାଇଥିଲା ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ, ୩ଟି ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଛି।


