ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା

ନ୍ୟୁୟର୍କ/ଓ୍ବାଶିଂଟନ,୨୨ା୧୧: ଇରାନର ପେଟ୍ରୋଲିୟମ୍‌ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ ବିକ୍ରି ସହ ସମ୍ପୃକ୍ତ ଭାରତୀୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଉପରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ କଟକଣା ଲଗାଇଛି। ଉକ୍ତ ବ୍ୟବସାୟରୁ ଉପାର୍ଜିତ ଅର୍ଥ ଇରାନ ସହ ଜଡ଼ିତ ଆଞ୍ଚଳିକ ଆତଙ୍କବାଦୀମାନଙ୍କ ପାଇଁ ବ୍ୟୟହେବା ସହ ଅସ୍ତ୍ରଶସ୍ତ୍ର କିଣାଯାଉଛି, ଯାହା ଆମେରିକା ପ୍ରତି ପ୍ରତ୍ୟକ୍ଷ ବିପଦ ବୋଲି ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି। ବେଆଇନ ତୈଳ ବିକ୍ରିକରି ଇରାନୀୟ ଶାସକଙ୍କ ଅନିଷ୍ଟକାରୀ କାର୍ଯ୍ୟକଳାପରେ ପାଣ୍ଠି ବିନିଯୋଗ ପାଇଁ ଦାୟୀ ଶିପିଙ୍ଗ୍‌ ନେଟ୍‌ଓ୍ବର୍କ ଉପରେ ଆମେରିକା ପରରାଷ୍ଟ୍ର ଏବଂ ଟେଜେରି ବିଭାଗ କଟକଣା ଲଗାଇଛି। ସେହିପରି ଇରାନ ସମର୍ଥତ୍ତ ଆତଙ୍କବାଦୀ ସଂଗଠନକୁ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିବା ଏକ ଏୟାରଲାଇନ୍‌ ଓ ଏହାର ସହଯୋଗୀ ସଂସ୍ଥା ଉପରେ କଟକଣା ଲାଗିଛି।
ଟେଜେରି ବିଭାଗର ବିଦେଶୀ ସମ୍ପତ୍ତି ନିୟନ୍ତ୍ରଣ ସ୍ବତନ୍ତ୍ର ଜାତୀୟ ତାଲିକାରେ ଭାରତୀୟ ନାଗରିକ ଜୈର ହୁସେନ୍‌ ଇକ୍‌ବାଲ ହୁସେନ୍‌ ସୟେଦ, ଜୁଲ୍‌ଫଇକର ହୁସେନ ରିଜଭି ସୟେଦ, ମହାରାଷ୍ଟ୍ରର ଅର୍‌ଏନ୍‌ ଶିପ୍‌ ମ୍ୟାନେଜ୍‌ମେଣ୍ଟ ପ୍ରା. ଲିଃ ଏବଂ ପୁଣେର ଟିଆର୍‌୬ ପେଟ୍ରୋ ଇଣ୍ଡିଆ ଏଲ୍‌ଏଲ୍‌ପି ରହିଛି। ସେହିପରି ପରରାଷ୍ଟ୍ର ବିଭାଗର କଟକଣା ତାଲିକାରେ ଭାରତ, ପାନାମା, ସିଚେଲ୍ସ ସମେତ ବିଭିନ୍ନ ଦେଶର ୧୭ଟି ସଂସ୍ଥା , ବ୍ୟକ୍ତିବିଶେଷ ଓ ଜାହାଜ ରହିଛି। ଇରାନରୁ ପେଟ୍ରୋଲିୟମ୍‌ ଓ ପେଟ୍ରୋକେମିକାଲ ରପ୍ତାନିରେ ସମ୍ପୃକ୍ତ ତଥା ଇରାନକୁ କ୍ଷତିକାରକ କାର୍ଯ୍ୟକଳାପ ଲାଗି ସହାୟତା ଯୋଗାଇବା ନିମନ୍ତେ ଆର୍ଥତ୍କ ଓ ବ୍ୟବସାୟିକ କାର୍ଯ୍ୟରେ ସମ୍ପୃକ୍ତ ୪୧ ସଂସ୍ଥା, ବ୍ୟକ୍ତିବିଶେଷ, ଜାହାଜ, ବିମାନକୁ ଟେଜେରି ବିଭାଗ ତାଲିକାଭୁକ୍ତ କରିଛି। ଇରାନୀୟ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ୍‌ ସାମଗ୍ରୀ ପରିବହନରେ ସମ୍ପୃକ୍ତ ସାମୁଦ୍ରିକ ସେବ ପ୍ରଦାନକାରୀ, ପ୍ରତିବନ୍ଧକ ଲାଗିଥିବା ସାମଗ୍ରୀ ପରିବହନ କରୁଥିବା ଜାହାଜ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ ଟ୍ରେଡର ନେଟ୍‌ଓ୍ବର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆମେରିକା କହିଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri