ଓଡ଼ିଶାରେ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର: ନିଜେ ଘର ଭାଙ୍ଗି ଫେରାର ଅନୁପ୍ରବେଶକାରୀ

ଭୁବନେଶ୍ୱର,୨୧।୧୧: ଓଡ଼ିଶାର ଉପକୂଳ ଓ ଅନ୍ତଃସ୍ଥଳ ଜିଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଜିଲା ପ୍ରଶାସନର ଯୁଗ୍ମ ଅଭିଯାନ ଜୋରଧରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି।

ଜଗତସିଂହପୁର ବେହେରାମପୁର ନିକଟରେ ସରକାରୀ ଜମିରେ ନିର୍ମାଣ କରିଥିବା ଘରଗୁଡ଼ିକୁ ସନ୍ଦିଗ୍ଧ ବାଂଲାଦେଶୀମାନେ ଅଭିଯାନ ଭୟରେ ନିଜେ ଭାଙ୍ଗି ଚମ୍ପଟ ମାରିଛନ୍ତି। ଗତ ୧୭ ତାରିଖରେ ୭ଟି ବେଆଇନ ଘରକୁ ବୁଲଡୋଜରରେ ଭାଙ୍ଗି ଦିଆଯାଇଥିବା ବେଳେ ୨୬ ଜଣଙ୍କୁ ଅଟକ ରଖି ନକଲି ଆଧାର, ଭୋଟର ଆଇଡି ଓ ଜମି ପଟ୍ଟା ଜବତ କରାଯାଇଛି।

ମଙ୍ଗଳବାର ରାତିରେ ଯାଜପୁରରେ ୫୨ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଅଣାଯାଇଥିଲା। କାଗଜପତ୍ର ଯାଞ୍ଚ ପରେ ୫୦ ଜଣଙ୍କୁ ଛାଡ଼ି ଦିଆଯାଇଛି, କିନ୍ତୁ କାଗଜପତ୍ର ଦେଖାଇ ନପାରିଥିବା ଦୁଇଜଣଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ପୋଲିସ କଡ଼ା ନଜର ରଖିଛି। ତେବେ ରାଜ୍ୟ ଉପକୂଳ ନିକଟରେ ଥିବା ସୁବର୍ଣ୍ଣରେଖା, ହ୍ବିଲର୍ ଆଦି ୧୦ରୁ ଅଧିକ ଦ୍ୱୀପପୁଞ୍ଜ ସୁରକ୍ଷା ଶୂନ୍ୟ ରହିଥିବାରୁ ଅନୁପ୍ରବେଶକାରୀମାନେ ଏହି ଦ୍ୱୀପଗୁଡ଼ିକୁ ନିରାପଦ ଆଡ୍ଡା ଭାବେ ବ୍ୟବହାର କରୁଛନ୍ତି। ଅଭିଯୋଗ ଅନୁଯାୟୀ, ଏକ ସଂଘବଦ୍ଧ ରାକେଟ୍ ଜରିଆରେ ପ୍ରଥମେ ଦ୍ୱୀପରେ ରହି ପରେ ନକଲି କାଗଜପତ୍ର ସହାୟତାରେ ସେମାନେ ମୁଖ୍ୟ ଭୂଖଣ୍ଡକୁ ପ୍ରବେଶ କରୁଛନ୍ତି। ରାକେଟ୍ ଜଣେ ଅନୁପ୍ରବେଶକାରୀଙ୍କୁ ଓଡ଼ିଶା ଆଣିବା ବଦଳରେ ୫ ରୁ ୬ ହଜାର ଟଙ୍କା ନେଉଛି।

ରେଲୱେ ଓ ଉପକୂଳ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ ଉପକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଦ୍ୱୀପପୁଞ୍ଜ ଉପରେ କଡ଼ା ନଜର ରଖାଯାଇ ସୂଚନା ମିଳିଲେ ତୁରନ୍ତ ଚଢ଼ାଉ କରାଯାଉଛି। ରାଜ୍ୟର ସୁରକ୍ଷା ପାଇଁ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri