ଦେଶ ସୁରକ୍ଷାରେ ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ

ମହାକାଳପଡ଼ା,୨୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶରେ ସୁରକ୍ଷା ଓ ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ୩ ଦିନ ପୂର୍ବରୁ ଜଗତ୍‌ସିଂହପୁର ଜିଲାରୁ କେତେଜଣ ବେଆଇନ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପୋଲିସକୁ ଚକ୍‌ମା ଦେଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପରେ କେତେଜଣ ଧରା ପଡ଼ିଥିଲେ ମଧ୍ୟ ତାଙ୍କ ବେଆଇନ ଘରକୁ ବୁଲ୍‌ଡୋଜର ଲଗାଇ ଜିଲା ପ୍ରଶାସନ ଭାଙ୍ଗି ଦେଇଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ତଟବର୍ତ୍ତୀ ଅଞ୍ଚଳର ସାମୁଦ୍ରିକ ଥାନାଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ବିଭିନ୍ନ ଜଳ ଓ ସ୍ଥଳ ଭାଗରେ ନାକାବନ୍ଦୀ କରାଯାଇ ଗାଡ଼ିଗୁଡ଼ିକ ଯାଞ୍ଚ କରାଯାଉଛି। ଅପରପକ୍ଷରେ ବାଂଲାଦେଶଠାରୁ ଓଡ଼ିଶାର କେନ୍ଦ୍ରାପଡ଼ା ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ୧୨ ଶହ ନଟିକାଲ ମାଇଲ ତଥା ୨ ହଜାର କିମି ଦୂର ସମୁଦ୍ର ପଥ ଦେଇ ଛଦ୍ମ ବେଶରେ ବାଂଲାଦେଶ ନାଗରିକମାନେ ବେଆଇନ ଭାବରେ ଯନ୍ତ୍ର ଚାଳିତ ଡଙ୍ଗା ବା ବୋଟରେ ୭୨ ଘଣ୍ଟା ମଧ୍ୟରେ ପହଞ୍ଚିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି। ସେହିପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘଞ୍ଚ ଅରଣ୍ୟ, ଲୁଣା ହେନ୍ତାଳ ଜଙ୍ଗଲ ମଧ୍ୟରେ ଲୁଚିଛପି ରହି ବେଆଇନ କାର୍ଯ୍ୟରେ ଲିପ୍ତଥାନ୍ତି ବୋଲି କୁହାଯାଉଛି। କିଛି ବର୍ଷ ପୂର୍ବେ କେତେଜଣ ସନ୍ଦିଗ୍ଧ ବାଂଲାଦେଶୀମାନେ ଏହି ଅଞ୍ଚଳର ଜମ୍ବୁଠାରେ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଠାବ କରିବା, ପିତାପାଟଠାରେ ଖଟ ତଳେ ନକଲି ଟଙ୍କା ଛପାଇବା ମେଶିନ ଜବତ ହେବା, କୋକେନ୍‌ ଚରସ ଅଫିମ୍‌ ଓ ବ୍ରଉନସୁଗାର କାରବାର, ବିଭିନ୍ନ ମାରଣାସ୍ତ୍ର ବନ୍ଧୁକ କାରବାର ଆଦି ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ ସେ ସମୟର ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।
ଅଦ୍ୟାବଧି କେତେଜଣ ବେଆଇନ ଭାବେ ଛଦ୍ମବେଶୀ ବ୍ୟବସାୟୀମାନେ ମନୋହରୀ, ପୋଷାକ ସାମଗ୍ରୀ, ନକଲି ଡାକ୍ତର ବା ବୈଦ ସାଜି ଚିକିତ୍ସା କରିବା, ଟ୍ରଲରଗୁଡ଼ିକରେ ନିୟୋଜିତ ହେବା, ଚିଙ୍ଗୁଡ଼ି ଘେରିରେ ରହି ଆତ୍ମଗୋପନ କରି ବାଂଲାଦେଶୀ, ରୋହିଙ୍ଗ୍ୟାମାନେ ବିଭିନ୍ନ ଉପାୟରେ ବସବାସ କରୁଥିବା କୁହାଯାଉଛି। ଏମାନେ ନକଲି ଆଧାର କାର୍ଡ, ଭୋଟର ପରିଚୟ, ନକଲି ଜମି ପଟ୍ଟା ହାସଲ କରି ପରିବାର ସହ ରହୁଥିବା କୁହାଯାଉଛି। କିଛି ବର୍ଷ ପୂର୍ବେ କେତେଜଣ ବାଂଲାଦେଶୀ ଏହି ଅଞ୍ଚଳରେ ଝିଅପୁଅ ଗୁପ୍ତରେ ବିବାହ କରାଉଥିବା ନେଇ ନଜରକୁ ଆସିଛି। ଏବେ ବି ବାଂଲାଦେଶୀ ଝିଅ ଆମ ଅଞ୍ଚଳରେ ବୋହୂ ଭାବେ ରହି ଘର ସଂସାର କରିଥିବା କୁହାଯାଉଛି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ଖାନ ତଲାସ କରାଯାଉଛି। ଅପରପକ୍ଷରେ ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ତଟାଞ୍ଚଳ ଜଳ ଓ ସ୍ଥଳ ଭାଗରେ ନାକାବନ୍ଦୀ କରାଯାଇ ରାତି ଅଧିଆ ପାଟ୍ରୋଲିଂ କରାଯାଉଛି। କୌଣସି ସନ୍ଦିଗ୍ଧ ଅଜଣା ବ୍ୟକ୍ତିଙ୍କୁ ଦେଖି ସନ୍ଦେହ ପ୍ରକାଶ ପାଇଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ଜିଲା ପ୍ରଶାସନକୁ ସୂଚନା ଦେବାକୁ ଆଇଆଇସି ସୌମ୍ୟ ରଞ୍ଜନ ବିଶ୍ୱାଳ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri