Posted inଜାତୀୟ

ନଭେମ୍ବର ୨୨ ପୂର୍ବରୁ ବିହାର ନିର୍ବାଚନ: ସିଇସି

ପାଟନା,୬ା୧୦: ନଭେମ୍ବର ୨୨ରେ ବିହାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ରବିବାର ସ୍ପଷ୍ଟ କରିଛନ୍ତି। ନିର୍ବାଚନ କମିଶନଙ୍କ ଦୁଇଦିନିଆ ବିହାର ଗସ୍ତ ପରେ ପାଟନାରେ ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜ୍ଞାନେଶ କହିଛନ୍ତି, ଆଗାମୀ ନିର୍ବାଚନରେ ଅନେକଗୁଡ଼ିକ ସଂସ୍କାର ଓ ଲଜିଷ୍ଟିକ୍‌ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ବିହାରରେ ମୁକ୍ତ, ଅବାଧ ଓ ଠିକ୍‌ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତିର ସବୁ ଦିଗକୁ ସମୀକ୍ଷା କରିବା ପରେ ନଭେମ୍ବର ୨୨ ପୂର୍ବରୁ ନିର୍ବାଚନ ଶେଷ ହେବ ବୋଲି ସିଇସି କହିଛନ୍ତି। ବିହାର ନିର୍ବାଚନରୁ ୧୭ଟି ନୂଆ ପଦକ୍ଷେପ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପରେ ଏହା ସାରା ଦେଶରେ ଲାଗୁ କରାଯିବ।
ନୂଆ ପଦକ୍ଷେପ ମଧ୍ୟରେ ରହିଛି ପ୍ରତି ବୁଥ୍‌ରେ ଭୋଟର ସଂଖ୍ୟା ସୀମା ୧,୫୦୦ ରହିଥିବାବେଳେ ତାହାକୁ ୧,୨୦୦କୁ ହ୍ରାସ କରାଯିବ। ପୂର୍ବରୁ ମତଦାନର ଅନ୍ତିମ ସମୟରେ ବୁଥ୍‌ ନିକଟରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିଲା। ଭିଡ଼ କମାଇବା ଏବଂ ପ୍ରତୀକ୍ଷା ସମୟ ହ୍ରାସ ପାଇଁ ବୁଥ୍‌ ପ୍ରତି ଭୋଟର ସଂଖ୍ୟା କମାଇବାକୁ ନିଷ୍ପତ୍ତି ନିଆଯାଇଥିବା ଜ୍ଞାନେଶ କହିଛନ୍ତି। ବିହାର ନିର୍ବାଚନରେ ମୋବାଇଲ୍‌ ଫୋନ୍‌ ଜମା କରିବା ସୁବିଧା ଆରମ୍ଭ ହେବ। ଭୋଟରମାନେ ବୁଥ୍‌ରେ ପ୍ରବେଶ ପୂର୍ବରୁ ବାହାରେ ସେମାନଙ୍କ ଫୋନ୍‌ ଜମା କରିବେ ଏବଂ ଭୋଟ ଦେଇସାରିବା ପରେ ତାହା ନେଇଯିବେ। ଭୋଟର ସୂଚନା ସ୍ଲିପ୍‌ (ଭିଆଇଏସ୍‌)ର ଡିଜାଇନରେ ପରିବର୍ତ୍ତନ କରାଯାଇଛି। କ୍ରମିକ ଓ ପାର୍ଟ ନମ୍ବର ଅକ୍ଷରକୁ ବଡ଼ କରାଯିବା ଫଳରେ ଭୋଟର ସହଜରେ ତାହା ପଢ଼ିପାରିବେ ଓ ପ୍ରୋସେସିଂ ସମୟ ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri