ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ)-ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ପ୍ରସିଦ୍ଧଶକ୍ତି ପୀଠଠାରେ ଦୁଇଦିନ ଧରି ଚାଲିଥିବା ମା’ ଗଙ୍ଗା ଦେବୀଙ୍କ ଯାତ୍ରା ଶନିବାର ରାତିରେ ଉଦ୍ଯାପିତ ହୋଇଛି। ସେହିପରି ଅନୁରୂପ ଭାବେ ପୁଇଁତୋଳା ଗ୍ରାମରେ ଖଣ୍ଡେଶ୍ୱର ମହାପ୍ରଭୁ ଓ ବରପଲ୍ଲୀ ଗ୍ରାମରେ ପୁଡ଼ୁକେଶ୍ୱର ମହାପ୍ରଭୁଙ୍କୁ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ସହ ଦ୍ୱାରଠାକୁର ଭୋଗ ଖାଇଥିଲେ। ଶୁକ୍ରବାର ଭୋରୁ ମା’ ଗଙ୍ଗାଦେବୀ ସହ ଦୁଇ ଠାକୁର ତ୍ରିବେଣୀ ମଠ ଛକଠାରେ ଏକତ୍ରିତ ହୋଇଥିଲେ। ପରେ ସେଠାରୁ ସମସ୍ତେ ଋଷିକୁଲ୍ୟା ନଦୀକୁ ସ୍ନାନ ପାଇଁ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ପରମ୍ପରା ଅନୁଯାୟୀ ଠାକୁରାଣୀ, ଠାକୁରଙ୍କ ସ୍ନାନ କରାଯାଇଥିଲା। ଶେଷରେ ପୁଣି ସମସ୍ତେ ଶୋଭାଯାତ୍ରାରେ ଗଞ୍ଜାମ ବଜାର ପରିକ୍ରମା କରି ନିଜ ନିଜ ଦେଉଳକୁ ଫେରିଥିଲ। ମା ଗଙ୍ଗାଦେବୀ ଫେରିବା ପରେ ତାଙ୍କ ପୀଠରେ ଯାତ୍ରା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଇଟି ରାମାୟଣ ନାଟକ ପରିବେଷଣ ହୋଇଥିଲା।


