ପୌର ଉପାଧ୍ୟକ୍ଷାଙ୍କ ଅନାସ୍ଥା ଭୋଟିଂ ପାଇଁ ଜାରି ହେଲା ନୋଟିସ, ଅକ୍ଟୋବର ୯…

ରାୟଗଡ଼ା,୨୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଘଟଣାରେ ଆସନ୍ତା ଅକ୍ଟୋବର ୯ ତାରିଖରେ ଭୋଟିଂ ପାଇଁ ସୋମବାର ନୋଟିସ ଜାରି ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପୌର ପରିଷଦରେ ଥିବା ସମସ୍ତ ୨୪ ଜଣ କାଉନସିଲରଙ୍କୁ ଏହି ନୋଟିସ ଜାରି ହୋଇଛି। ଗତ ୨୦ ତାରିଖରେ କାଉନସିଲରମାନଙ୍କ ଦସ୍ତଖତ ଯାଞ୍ଚ କରାଯାଇଥିଲା। ଉପଜିଲାପାଳ କାର୍ଯ୍ୟାଳୟରେ ଏହି ଯାଞ୍ଚ ହୋଇଥିଲା। ଜିଲାପାଳ ଆଶୁତୋଷ କୂଲକର୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ରମେଶ କୁମାର ଜେନା ଦସ୍ତଖତ ଯାଞ୍ଚ କରି ରିପୋର୍ଟ ଦାଖଲ କରିଥିଲେ। ଏହି ଯାଞ୍ଚ ପ୍ରକ୍ରିୟା ରିପୋର୍ଟ ଦାଖଲ ପରେ ଅନାସ୍ଥା ଭୋଟିଂ ପାଇଁ ନୋଟିସ ଜାରି ହୋଇଥିବା ଜଣାପଡିଛି। ପ୍ରକାଶ ଥାଉକି ଦସ୍ତଖତ ଯାଞ୍ଚ ବେଳେ ଅନାସ୍ଥା ଆଣିଥିବା ୧୯ ଜଣ କାଉନସିଲର ମଧ୍ୟରୁ ୧୮ ଜଣ କାଉନସିଲର ଉପସ୍ଥିତ ରହି ଉପଜିଲାପାଳଙ୍କୁ ନିଜର ଦସ୍ତଖତ ଦେଇଥିଲେ। ସେମାନେ ଲିଖିତ ଅନାସ୍ଥା କାଗଜରେ ଦେଇଥିବା ଦସ୍ତଖତ ସହିତ ଦସ୍ତଖତ ମେଳ କରାଯାଇଥିଲା। ସମସ୍ତ ଦସ୍ତଖତ ମେଳ ହେବାପରେ ଉପାଧ୍ୟକ୍ଷା ବିରୋଧରେ ଅନାସ୍ଥା ପାଇଁ ଭୋଟିଂ ହେବ। ଦସ୍ତଖତ ଯାଞ୍ଚ ବେଳେ କେବଳ ୨୨ ନମ୍ବର ୱାର୍ଡର କାଉନସିଲର ପି. ରବି ଅନୁପସ୍ଥିତ ଥିବା ଯୋଗୁଁ ଦସ୍ତଖତ ଯାଞ୍ଚ ହୋଇନଥିଲା। ପୌର ପରିଷଦ ତରଫରୁ ସମସ୍ତ ୨୪ ଜଣ କାଉନସିଲରଙ୍କୁ ଅବଗତ କରାଯିବ ବୋଲି ନିର୍ବାହୀ ଅଧିକାରୀ କୁଲଦୀପ କୁମାର କହିଛନ୍ତି। ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ଏବଂ ପୂର୍ବତନ ସାଂସଦ ଏନ. ଭାସ୍କର ରାଓ ବିଜେଡ଼ି ଛାଡିବା ପରେ ଗତ ୧୨ ତାରିଖରେ ୧୯ ଜଣ କାଉନସିଲର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ। ଏହାପରେ ବୁଧବାର ଦିନ ଶୁଭ୍ରା ପଣ୍ଡା ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଥିଲେ। ଏଥିସହ ପୌର ପରିଷଦରେ ଅନିୟମିତତା ଅଭିଯୋଗ ମଧ୍ୟ ସେ ଆଣିଥିଲେ। ବର୍ତ୍ତମାନ ବିଜେଡି ଦଳ ପାଇଁ ଏହି ବିବାଦ ଆଗାମୀ ଦିନରେ ଜଟିଳ ପରିସ୍ଥିତିରେ ପକାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri