ଭଞ୍ଜନଗର, ୨୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ଜାତୀୟ ସେବା ଯୋଜନା (NSS) କ୍ୟାମ୍ପ ରବିବାର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ପ୍ରାକୃତିକ ଦୁର୍ବିପାକରେ NSS ସ୍ୱେଚ୍ଛାସେବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ପ୍ରଶାନ୍ତ ରାଉତ “ମାନବ ସେବା ହିଁ ମାଧବ ସେବା” ବୋଲି କହି ବିପଦରେ ସାହାଯ୍ୟ କରିବାକୁ ସ୍ୱେଚ୍ଛାସେବୀଙ୍କୁ ଆହ୍ୱାନ ଦେଇଥିଲେ।

ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନେ ଚାରା ରୋପଣ, ସଫେଇ ଓ ଏଡ୍ସ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଯୋଜନା ଅଧିକାରୀ ଡ. ରବିନ୍ଦ୍ର କୁମାର ମିଶ୍ର, ପ୍ରାଧ୍ୟାପକ ହର ପ୍ରସାଦ ଶତପଥି, ଯୋଜନା ଅଧିକାରୀ ବି. ପ୍ରଧାନ ଓ ସସ୍ମିତା ଦାସ ଉପସ୍ଥିତ ଥିଲେ।

