୪୪୪ ଦିନିଆ ସ୍ପେଶାଲ FD: SBI, ଇଣ୍ଡିଆନ ବ୍ୟାଙ୍କ, BOB,IDBI ମଧ୍ୟରୁ କିଏ ଦେଉଛି ସବୁଠୁ ଅଧିକ ସୁଧ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣ ନିରାପଦ ନିବେଶର ପନ୍ଥା ଖୋଜୁଛନ୍ତି, ତେବେ ଫିକ୍ସଡ୍‌ ଡିପୋଜିଟ (FD) ସର୍ବଦା ଭରସାଯୋଗ୍ୟ ବିକଳ୍ପ ରହିଆସିଛି। ଏଥିରେ ଗ୍ୟାରେଣ୍ଟେଡ୍‌ ରିଟର୍ନ ମିଳେ ଏବଂ ମାର୍କେଟ ରିସ୍କ ମଧ୍ୟ ନାହିଁ। ସାମ୍ପ୍ରତିକ ସମୟରେ ଅନେକ ସରକାରୀ ଏବଂ ଘରୋଇ ବ୍ୟାଙ୍କରୁ ୪୪୪ ଦିନର ସ୍ପେଶାଲ FD ସ୍କିମ୍‌ ଲଞ୍ଚ କରାଯାଇଛି, ଯେଉଁଥିରେ ଆକର୍ଷଣୀୟ ସୁଧ ମିଳୁଛି। ଏହି FD ସାଧାରଣ ନିବେଶକଙ୍କ ସହିତ ସିନିୟର୍‌ ଏବଂ ସୁପର୍‌ ସିନିୟର୍‌ ସିଟିଜେନ୍‌ଙ୍କ ପାଇଁ ମଧ୍ୟ ଭଲ ରିଟର୍ନର ବିକଳ୍ପ। ଏବେ ବଡ଼ ପ୍ରଶ୍ନ ହେଉଛି କେଉଁ ବ୍ୟାଙ୍କର FD ସର୍ବାଧିକ ଲାଭ ଦେବ? ଆସନ୍ତୁ ଜାଣିବା।

SBIର Amrit Vrishti FD:
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ୪୪୪ ଦିନର FDକୁ Amrit Vrishti FD ନାମରେ ଅଫର୍‌ କରୁଛି। ଏଥିରେ ସାଧାରଣ ନିବେଶକଙ୍କୁ ୬.୬୦%, ସିନିୟର୍‌ ସିଟିଜନଙ୍କୁ ୭.୧୦% ଏବଂ ସୁପର୍‌ ସିନିୟର୍‌ ସିଟିଜନଙ୍କୁ ୭.୨୦% ସୁଧ ମିଳେ। ଯଦି କେହି ବ୍ୟକ୍ତି ୧ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୨୮୮ ଟଙ୍କା ମିଳିବ, ଅର୍ଥାତ ସୁଧ ୮,୨୮୮ ଟଙ୍କାର ହେବ।

Indian Bankର Ind Secure Product FD:
Indian Bank ଏହି ସ୍କିମ୍‌ରେ ସର୍ବାଧିକ ସୁଧ ଦେଉଛି। ଏଠାରେ ସାଧାରଣ ନାଗରିକଙ୍କୁ ୬.୭୦%, ସିନିୟର୍‌ ସିଟିଜେନଙ୍କୁ ୭.୨୦% ଏବଂ ସୁପର୍‌ ସିନିୟର୍‌ ସିଟିଜନଙ୍କୁ ୭.୪୫% ପର୍ଯ୍ୟନ୍ତ ସୁଧ ମିଳୁଛି। ଯଦି ଆପଣ ଏଠାରେ ୧ ଲକ୍ଷ ଟଙ୍କା ଲଗାନ୍ତି, ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୪୧୮ ଟଙ୍କା ମିଳିବ, ଅର୍ଥାତ ୮,୪୧୮ର ସୁଧ।

Bank of Barodaର Square Drive FD:
Bank of Baroda (BOB) ମଧ୍ୟ Square Drive FD ନାମରେ ୪୪୪ ଦିନର ସ୍ପେସାଲ ସ୍କିମ ପ୍ରସ୍ତୁତ କରିଛି। ଏଥିରେ ସୁଧଦର SBI ଭଳି ରହିଛି । ସାଧାରଣ ନାଗରିକଙ୍କୁ ୬.୬୦%, ସିନିୟର୍କୁ ୭.୧୦% ଏବଂ ସୁପର୍‌ ସିନିୟର୍କୁ ୭.୨୦%। ଯଦି କେହି ୧ ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୨୮୮ ଟଙ୍କା ମିଳିବ, ଅର୍ଥାତ ୮,୨୮୮ର ସୁଧ ହେବ।

IDBI Bankର Utsav FD:
IDBI Bankର Utsav FD ସ୍କିମ ମଧ୍ୟ ୪୪୪ ଦିନର ପାଇଁ ଉପଲବ୍ଧ ଏବଂ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଭାଲିଡ ରହିବ। ଏଥିରେ ସାଧାରଣ ନାଗରିକଙ୍କୁ ୬.୭୦%, ସିନିୟର୍‌ ସିଟିଜନଙ୍କୁ ୭.୨୦% ଏବଂ ସୁପର୍‌ ସୁପର୍‌ ସିନିୟର୍କୁ ୭.୩୫% ସୁଧ ମିଳେ। ଯଦି କେହି ୧ ଲକ୍ଷ ଟଙ୍କା ଜମା କରନ୍ତି ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୪୧୮ ଟଙ୍କା ମିଳିବ, ଅର୍ଥାତ ୮,୪୧୮ର ସୁଧ।

Canara Bankର FD ସ୍କିମ:
Canara Bankର ଏହି ସ୍କିମ୍‌ରେ ସୁଧ ହାର ସାମାନ୍ୟ କମ୍‌। ଏଠାରେ ସାଧାରଣ ନାଗରିକଙ୍କୁ ୬.୫୦% ଏବଂ ସିନିୟର୍‌ ସିଟିଜନଙ୍କୁ ୭.୦୦% ସୁଧ ମିଳେ। ୧ ଲକ୍ଷ ଜମା କରିବା ଉପରେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୧୫୯ ଟଙ୍କା ମିଳିବ, ଅର୍ଥାତ ୮,୧୫୯ର ସୁଧ।

କେଉଁଠାରେ ନିବେଶ କରିବେ?
ଯଦି ସୁଧ ଦରଗୁଡ଼ିକର ତୁଳନା କରନ୍ତି, ତେବେ Indian Bank ଏବଂ IDBI Bankର ସ୍କିମ ସର୍ବାଧିକ ଲାଭ ଦେଉଛି। ବିଶେଷକରି Indian Bank, ଯାହା ସୁପର୍‌ ସିନିୟର୍‌ ସିଟିଜନଙ୍କୁ ୭.୪୫% ପର୍ଯ୍ୟନ୍ତ ସୁଧ ଦେଉଛି। ଅନ୍ୟପକ୍ଷରେ, SBI ଏବଂ Bank of Baroda ଭରସା ଏବଂ ସୁରକ୍ଷାର ଦୃଷ୍ଟିରୁ ଭଲ ବୋଲି ଗଣା ହୁଅନ୍ତି। ତେଣୁ ଯଦି ଆପଣ ଅଧିକ ଲାଭ ଚାହୁଁଛନ୍ତି ତେବେ Indian Bank ଏବଂ IDBI Bank ଭଲ ବିକଳ୍ପ, ଯଦିକି ସ୍ଥିରତା ଏବଂ ଭରସା ପାଇଁ SBI ଏବଂ BOB ମଜବୁତ ବିକଳ୍ପ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri