ବିଜେଡି ଉପରେ ବର୍ଷିଲେ ବିଧାୟକ: କହିଲେ ବିଜେଡି ଶିକ୍ଷକଙ୍କୁ ତଳିତଳାନ୍ତ କରି ରଖିଥିଲା

ଭଞ୍ଜନଗର,୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଟାଉନ ହଲଠାରେ ଗୁରୁପୁଜନ ଉତ୍ସବ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସରକାର ଶିକ୍ଷକଙ୍କୁ ତଳିତଳାନ୍ତ କରି ରଖିଥିଲେ ବୋଲି ଅଭିଯୋଗ କରିଥିଲେ। ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ଭାଗ ଭାଗ କରି ରଖିଥିଲେ। ସେମାନଙ୍କ ଉନ୍ନତି କଥା ଚିନ୍ତା କରୁ ନ ଥିଲେ। କିନ୍ତୁ ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ପରେ ଶିକ୍ଷକମାନଙ୍କ ମଧ୍ୟରେ ଏକତା କିଭଳି ରହିବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ସେମାନଙ୍କ ଉନ୍ନତି କିଭଳି ହୋଇପାରିବ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକାଧିକ ଥର ଆଲୋଚନା କରଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ମୋ ନିର୍ବାବାଚନମଣ୍ଡଳୀରେ ଶିକ୍ଷକମାନେ ରାଜନୀତିର ଆକ୍ରୋଶର ଶିକାର କେବେ ହେବେ ନାହିଁ। ମୋ ନିର୍ବାଚନ ମଣ୍ଡଳୀର ଯେଉଁ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ ସେଠୀ ଉଚ୍ଚ ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା କରାଯାଇଛି। ଯେଉଁଠି ଯୁକ୍ତ ୨ କଳା ଅଛି ସେଠୀ ଯୁକ୍ତ ୨ ବିଜ୍ଞାନ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଗୁରୁ ମାନଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇଥାଏ। ଏହାଦ୍ବାରା ଅଞ୍ଚଳ, ଜିଲା ରାଜ୍ୟ ଓ ଦେଶର ବିକାଶ ହୋଇଥାଏ। ତେଣୁ ଗୁରୁମାନଙ୍କ ଉନ୍ନତି ପାଇଁ ମୁଁ ସର୍ବଦା ଚେଷ୍ଟିତ। ଲୋକଙ୍କ ସେବା କରିବା ପାଇଁ ମୁଁ ୪ ଥର ଚାକିରି ସୁଯୋଗ ପାଇ ଚାକିରି ଛାଡ଼ିଥିଲି । ଆଜି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ପାଇଛି। କିଏ ଅବହେଳିତ ଅନୁଭବ କରନ୍ତୁ ନାହିଁ। ଯେଉଁ ମାନେ ଅବହେଳିତ ଅନୁଭବ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଅଛି । ଆଗାମୀ ଦିନରେ ଗୁରୁ ମାନଙ୍କ ପରାମର୍ଶକୁ ଗ୍ରହଣ କରି ନିର୍ବାଚନ ମଣ୍ଡଳୀର ଆହୁରି ବିକାଶ କରାଯିବ ବୋଲି ବିଧାୟକ ନାୟକ କହିଥିଲେ। ସଭାରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଧାୟକ ନାୟକ ଅବସରପ୍ରାପ୍ତ ୩୦ରୁ ଉର୍ଦ୍ଧ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ମହାନ୍ତି , ଜଗନ୍ନାଥପ୍ରସାଦ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ କଲ୍ୟାଣୀ ପାଢ଼ୀ, ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ, କବି ପ୍ରଶାନ୍ତ ମହାନ୍ତି, ବ୍ଲକ ଅଧକ୍ଷ ନରିସଭା ନାୟକ, ଏମ୍‌ ପି ପ୍ରତିନିଧି ସନ୍ତୋଷ କୁମାର ତିଆଡି, ଶିକ୍ଷକ ନେତା ସରୋଜ କୁମାର ଶତପଥି, ଜଗଦିଶ ନାୟକ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ନାରାୟଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।
ପ୍ରଦୀପ ସାସମଲ ସଭାକୁ ସଂଯୋଜନା କରିଥିଲେ। ସରୋଜ କୁମାର ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସୁଧିର ବେହେରା, ଶିଶିର କାନ୍ତ ପତି, ସିମାଚଳ ପାତ୍ର , ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଜିତେନ୍ଦ୍ର ବେହେରା, ମନୋଜ କୁମାର ବେହେରା, ସୁବାଷ ପ୍ରଧାନ, ଦେବୀ ପ୍ରସାଦ ଦାସ, ସୁରେନ୍ଦ୍ର ଗୌଡ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri