ସରକାର ସମାନ, ଚାଷୀ ପଞ୍ଜୀକରଣ ନୀତି ଭିନ୍ନ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ):କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଚାଲିଛି। ସେହିପରି ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ରେ ଭାଜପା ସରକାର ଶାସନ କରୁଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ଭିନ୍ନ ଚାଷୀ ପଞ୍ଜୀକରଣ ନୀତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ଏକ ପ୍ରତିନିଧି ଦଳ ସୋମବାର ଛତିଶଗଡ଼ ରାଜ୍ୟର ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ସେଠାକାର ବିଭିନ୍ନ କୃଷି ସମବାୟ ସମିତି ବୁଲିଥିଲେ। ଏହି ଚାଷୀ ଏବଂ ସମବାୟ ସମିତିର ଅଧିକାରୀମାନଙ୍କୁ ଭେଟି ଚାଷୀ ପଞ୍ଜୀକରଣ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। ତେବେ ପଚରାଉଚରା ସମୟରେ ରୋଚକ ତଥ୍ୟ ଆସିଛି ବୋଲି ଉକ୍ତ ଚାଷୀ ସଙ୍ଗଠନର ପ୍ରତିନିଧିମାନେ କହିଛନ୍ତି। ସେମାନେ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ଚାଷୀମାନଙ୍କୁ ପଞ୍ଜୀକରଣ ପାଇଁ ସର୍ବାଧିକ ଗୋଟିଏ ମାସ ସମୟ ଦିଆଯାଉଛି। କିନ୍ତୁ ଛତିଶଗଡ଼ରେ ସେଥିପାଇଁ ଚାଷୀମାନଙ୍କୁ ଦୀର୍ଘ ୪ମାସ ସମୟ ଦିଆଯାଇଛି। ଏପରିକି ପଞ୍ଜୀକରଣ କରିବା ପାଇଁ ଛତିଶଗଡ଼ ସରକାର ଏକ ଚିଠି ଜାରି କରି ସେ ନେଇ ସେଠାକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଛତିଶଗଡ଼ରେ ଚାଷୀ ପଞ୍ଜୀକରଣ ଜୁଲାଇ ମାସ ୧ତାରିଖରୁ ଅକ୍ଟୋବର ମାସ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବା ଉଲ୍ଲେଖ ରହିଛି। କିନ୍ତୁ ଓଡ଼ିଶାରେ ଧାନବିକ୍ରିର ବିକେନ୍ଦ୍ରୀକରଣ, କଟନୀଛଟନୀ ଏବଂ ଦଲାଲରାଜ ଚାଲିଥିବା ବେଳେ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ ଅତି ଜଟିଳ ହୋଇଛି ବୋଲି ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନ ଅଭିଯୋଗ କରିଛି । ଉଭୟ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ଓଡ଼ିଶାର ଚାଷୀମାନଙ୍କୁ କାହିଁକି ଏପରି ହଇରାଣ କରାଯାଉଛି ବୋଲି ଜୟ କିଷାନ ଆନ୍ଦୋଳନ ତରଫରୁ ପ୍ରଶ୍ନ କରାଯାଇଛି। ଯଦି ଏ ବିଷୟରେ ସରକାର କିମ୍ବା ବିଧାୟକମାନେ ଅବଗତ ନୁହନ୍ତି, ତାହେଲେ ସେମାନେ ଛତିଶଗଡ଼ ଯାଇ କିଛି ଶିକ୍ଷାଲାଭ କରନ୍ତୁ ବୋଲି ଉକ୍ତ ଚାଷୀ ସଂଗଠନ ଆହ୍ବାନ କରିଛି। ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ ଏବଂ ସାଧାରଣ ସମ୍ପାଦକ ହର ବଣିଆଁଙ୍କ ନେତୃତ୍ୱରେ ଏହି ଚାଷୀ ପ୍ରତିନିଧି ଦଳ ଛତିଶଗଡ଼ର ଚିବରାକୁଟା ଏବଂ ସାଗରପାଲି (ରୁଢା) ପ୍ରାଥମିକ କୃଷି ସମବାୟ ସମିତି ଯାଇ ଚାଷୀମାନଙ୍କୁ ଏବଂ ଅଧିକାରୀମାନଙ୍କୁ ଭେଟି ସେଠିକାର ବ୍ୟବସ୍ଥା ବିଷୟରେ ପଚାରିବା ବୁଝିଥିଲେ। ଧାନ ବିକ୍ରି ପାଇଁ ଓଡ଼ିଶା ସରକାରଙ୍କ ନୂତନ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ ହୋଇ ଆନ୍ଦୋଳନମୁହାଁ ହେଲାପରେ ସ୍ବଘୋଷଣାନାମାରେ ପଞ୍ଜୀକରଣ ହେଲା। ଏଥିସହିତ ସରକାର ସମୟସୀମାକୁ ମାତ୍ର ୫ଦିନ ବୃଦ୍ଧି କଲେ। ସରଳ ପଞ୍ଜୀକରଣ ଏବଂ ସମୟସୀମା ବୃଦ୍ଧି ପରେ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସର୍ଭର ସମସ୍ୟା କାରଣରୁ ଚାଷୀମାନଙ୍କୁ ଅନେକ ଦିନ ସୋସାଇଟିକୁ ଦୌଡ଼ିବାକୁ ପଡ଼ିଥିଲା। କିନ୍ତୁ ଛତିଶଗଡ଼ରେ ସମ୍ପୂର୍ଣ୍ଣ ଓଲଟା ବୋଲି ଏହି ଚାଷୀ ପ୍ରତିନିଧିମାନେ କହିଛନ୍ତି। ସେଠାକାର ସରକାର ଜିଲାପାଳମାନଙ୍କୁ ଚିଠି କରି ୪ମାସ ପଞ୍ଜିକରଣ ଅବଧି ରଖିଛନ୍ତି। ଚାଷୀମାନେ ମନଇଚ୍ଛା କାମଧନ୍ଦା କରି ଖାଲି ସମୟରେ ପଞ୍ଜୀକରଣ କରାଉଛନ୍ତି। ସେଠାରେ ଚାଷୀମାନେ କେବଳ ଆଧାର କାର୍ଡ ଏବଂ ନୋମିନି ଭାବରେ ଆଉ ଜଣକର ଆଧାର କାର୍ଡ ଦେଇଦେଲେ ପଞ୍ଜୀକରଣ ହୋଇଯାଉଛି। ଯଦି ସମ୍ପୃକ୍ତ ଚାଷୀ କୌଣସି କାରଣରୁ ଧାନ ବିକ୍ରି ପାଇଁ ଆସିପାରିବେ ନାହିଁ, ସେଭଳି ସ୍ଥିତିରେ ସେ ଦେଇଥିବା ନୋମିନି ଧାନ ବିକ୍ରି କରିପାରିବେ। ସେଠାକାର ଚାଷୀମାନଙ୍କୁ ଏତେ ସୁବିଧା ଦିଆଯାଉ ଥିବାବେଳେ ଓଡ଼ିଶାରେ ଏତେ କଟକଣା କାହିଁକି ବୋଲି ସଙ୍ଗଠନ ତରଫରୁ ପ୍ରଶ୍ନ କରାଯାଇଛି। ଯଦି ଏହି ସବୁ ବିଷୟରେ ଆମ ସରକାର ଅନଭିଜ୍ଞ, ତାହେଲେ ସେଠାକୁ ଯାଇ କିଛି ଶିକ୍ଷାଲାଭ କରନ୍ତୁ ବୋଲି ସଙ୍ଗଠନ ତରଫରୁ ଆହ୍ବାନ ଦିଆଯାଇଛି। ଆଗାମୀ ଦିନରେ ପଞ୍ଜୀକରଣ ଓ ଧାନ ବିକ୍ରି ବ୍ୟବସ୍ଥା ଛତିଶଗଡ଼ ଭଳି କରନ୍ତୁ, ଅନ୍ୟଥା ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଉମେଶ ସାହୁ ଏବଂ ଶୋଭାକର ସାହୁ ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

ଚେର୍ନୋବିଲରେ ପରମାଣୁ ଲିକେଜର ବିପଦ ଅଛି କି? ଚମକାଇବା ଭଳି ରିପୋର୍ଟ ଦେଲା UN

କ୍ୱିଭ,୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଚେର୍ନୋବିଲ ପରମାଣୁ ପ୍ଲାଣ୍ଟର ସୁରକ୍ଷା କବଚ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri