ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା, ପ୍ରତ୍ୟେକ ଭାଷଣ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ। ଏହା ଏକ ଅକ୍ଷର ଶକ୍ତି ପାଲଟିଯାଇଛି। କିନ୍ତୁ ପ୍ରତ୍ୟେକ ‘ଏସ୍‌’ ରେ ଆରମ୍ଭ ହୋଇଥିବା ଶବ୍ଦ ପଛରେ କପଟତା ରହିଛି। ରାଜନେତାମାନେ ଦେଶ ପାଇଁ ସେବା ଓ ତ୍ୟାଗ କଥା କହିବାକୁ ଭଲ ପାଆନ୍ତି। ସେମାନେ ସେବା ନାମରେ ଲୋକଙ୍କ ନିକଟରେ ହାତ ଯୋଡ଼ନ୍ତି, ଲୋକଙ୍କ ପାଦ ଛୁଅନ୍ତି, ମନ୍ଦିର, ହସ୍ପିଟାଲ ଓ ପାଇଖାନା ଉଦ୍‌ଘାଟନ କରିଥାନ୍ତି। କିନ୍ତୁ ହିନ୍ଦୁଧର୍ମର କର୍ମ ସିଦ୍ଧାନ୍ତ ଦୃଷ୍ଟିକୋଣରେ ସେବା ଜଡ଼ିତ ରହିଛି। ଜୀବନର ପ୍ରତ୍ୟେକ ଘଟଣା, ସ୍ଥିତି ଓ ଅନୁଭବ ହେଉଛି ଆମର ପୂର୍ୱଜନ୍ମ କର୍ମର ଫଳ। ଅତୀତ କର୍ମାନୁସାରେ ସେବା କରିବାକୁ ହୁଏ କିମ୍ୱା ସେବା ପରଜନ୍ମ ପାଇଁ ଏକ ନୂଆ କର୍ମ ସୃଷ୍ଟି କରିଥାଏ। ଯେତେବେଳେ ତୁମେ ଅନ୍ୟଙ୍କୁ ସାହାଯ୍ୟ କରିଥାଅ ସେତେବେଳେ ତୁମେ ତୁମକୁ କିମ୍ୱା ସେମାନଙ୍କୁ କର୍ମରେ ବାନ୍ଧିଦେଇଥାଅ। ତେବେ ପ୍ରତ୍ୟେକ ସେବା ପ୍ରଚ୍ଛଦରେ ଦାୟିତ୍ୱ କିମ୍ୱା କର୍ତ୍ତବ୍ୟର ଏକ ଅଦୃଶ୍ୟ ରଜ୍ଜୁ ଥାଏ। ରାଜନୀତିରେ ସେବା ହେଉଛି ସବୁଠୁ ଲାଭଜନକ ନିବେଶ। ଆଜିର ‘ସେବା’ ଆସନ୍ତାକାଲି ବିଶ୍ୱସନୀୟତା ତଥା ନିଷ୍ଠାକୁ ବି ପ୍ରତିଫଳିତ କରେ। ଦିଆଯାଇଥିବା ପ୍ରତ୍ୟେକ କାର୍ଯ୍ୟ, ଅନୁମୋଦିତ ପ୍ରତ୍ୟେକ ବୁଝାମଣା, ପ୍ରଦର୍ଶିତ ପ୍ରତ୍ୟେକ ଅନୁଗ୍ରହ କିମ୍ୱା ସହଯୋଗ ସବୁ ନିଃସ୍ୱାର୍ଥପର ସେବା ଭାବରେ ଉପସ୍ଥାପିତ ହେଉଛି, କିନ୍ତୁ ବାସ୍ତବରେ ଏସବୁ ସାମାଜିକ ହିସାବକିତାବର ବିଷୟ। ସେବା ରାଜନୀତି ନେଣଦେଣ ପାଇଁ ଏକ ଅଧ୍ୟାତ୍ମ୍ୟ ବାହାନା ହୋଇଯାଇଛି।
ଦ୍ୱିତୀୟ ଏସ୍‌ ସ୍ୱଧ୍ୟାୟ(ସ୍ୱ-ଅଧ୍ୟାୟ) ବା ଆତ୍ମନିରୀକ୍ଷଣକୁ ଦର୍ଶାଏ। ଏହା ରାଜନୀତିର ସବୁଠୁ ଦୁର୍ଲଭ ଗୁଣ। ନିଜକୁ ଦେଖିବା ବା ଆତ୍ମସମୀକ୍ଷା କରିବା ବିପଜ୍ଜନକ, ଯାହା ଶୂନ୍ୟ ଅଭିଳାଷକୁ ପ୍ରକାଶ କରେ। ଜନସେବକ ଲୋଭକୁ ଲୁଚାଇବା ପାଇଁ କିଭଳି ତ୍ୟାଗର ଭାଷା ଉପଯୋଗ କରିଥାନ୍ତି ତାହାର ଏହା ପରିପ୍ରକାଶ କରିଥାଏ। ଯଦି ଆମ ନେତାମାନେ ପ୍ରକୃତରେ ସ୍ୱଧ୍ୟାୟ ପାଳନ କରନ୍ତେ, ତେବେ ସେମାନେ ନିଜକୁ ଅଜବ ପ୍ରଶ୍ନ ପଚାରନ୍ତେ-ମୋର ଅଯୋଗ୍ୟ ପିଲାମାନେ ସରକାରୀ ଉଦ୍ୟୋଗରେ କାହିଁକି ବିଶେଷ ପଦବୀ ଦଖଲ କରୁଛନ୍ତିି? ମୁଁ ଅଫିସରେ ଥିବାବେଳେ ମୋର ସମ୍ପର୍କୀୟମାନେ କାହିଁକି କୋଟିପତି ହେଉଛନ୍ତି? ମୁଁ ନିଜକୁ ଲୋକଙ୍କ ସେବକ ବୋଲି କହି କାହିଁକି ଜଣେ ରାଜା ଭଳି ବ୍ୟବହାର କରୁଛି? କିନ୍ତୁ ଆଧୁନିକ ରାଜନୈତିକ କାର୍ଯ୍ୟକ୍ରମରେ ଆତ୍ମଚିନ୍ତନର କୌଣସି ସ୍ଥାନ ନାହିଁ। ତେଣୁ ଆତ୍ମନିରୀକ୍ଷଣ ସ୍ଥାନରେ ନାଟକବାଜି ଆସିଯାଏ। ଯେତେବେଳେ ଜଣେ ନେତା ଆତ୍ମନିରୀକ୍ଷଣ କରନ୍ତି ସେତେବେଳେ ହିଁ ତାଙ୍କର ସର୍ୱଶକ୍ତିମାନ ହେବାର ଭ୍ରମ ତୁରନ୍ତ ହଟିଯାଏ।
ତୃତୀୟ ‘ଏସ୍‌’ ହେଉଛି ସାଧନା। ଏହା ଏକ ଶୃଙ୍ଖଳିତ ଅଭ୍ୟାସ। ସଙ୍ଗୀତଠାରୁ ଆରମ୍ଭ କରି ଶାସନ ପ୍ରତ୍ୟେକ କଳାରେ ଅଭ୍ୟାସ ଦରକାର। କିନ୍ତୁ ଆମ ରାଜନେତାମାନେ ପ୍ରଶାସନର କୁଶଳୀ ସଞ୍ଚାଳକ ନୁହନ୍ତି; ସେମାନେ ହେରଫେରରେ ଧୁରନ୍ଧର। ସେମାନଙ୍କର ଏକମାତ୍ର ସାଧନା ହେଉଛି ନିର୍ୱାଚନ ଜିତିବାର କଳା। ନିର୍ୱାଚନରେ ଜିତିବା ଲାଗି ଟଙ୍କା ଦରକାର ।
ଥରେ ଜିତିଗଲେ ସେମାନେ ପୂରା କାର୍ଯ୍ୟକାଳରେ ଖର୍ଚ୍ଚ ଟଙ୍କା ଫେରିପାଇବାର ବାଟ କରନ୍ତିି। ଏପରି କି ଆସନ୍ତା ନିର୍ୱାଚନ ଜିତିବା ଲକ୍ଷ୍ୟରେ ଏବଂ ପାର୍ଟି, ପରିବାର ଏବଂ ଭାବମୂର୍ତ୍ତିଗଢ଼ିବା ଲାଗି ଟଙ୍କା ଠୁଳକରିବାରେ ଲାଗିପଡ଼ନ୍ତି। ଶାସନ ଗୌଣ, ଯୋଜନା ବା ନୀତି କେବଳ ଲୋକଦେଖାଣିଆ ହୋଇଯାଏ। ରାଜନେତାମାନେ ରାଜଧର୍ମ ପାଳନ ନ କରି ରାଜମାର୍କେଟିଂ ବା ନିଜର ପ୍ରଚାର କରିବାରେ ଲାଗିପଡ଼ନ୍ତି। ଜଣେ ସାଧକ ମନକୁ ଶୃଙ୍ଖଳିତ କରିବା ସକାଶେ ବାରମ୍ୱାର ମନ୍ତ୍ର ଜପ କରିଥାନ୍ତି। କିନ୍ତୁ ଜଣେ ଆଧୁନିକ ନେତା ଲୋକଙ୍କୁ ସମ୍ମୋହିତ କରିବା ପାଇଁ ବାରମ୍ୱାର ସ୍ଲୋଗାନ ଦେଇଚାଲନ୍ତି।
ଏହାପରେ ‘ଏସ୍‌’ରେ ଆସେ ସ୍ୱଦେଶୀ। ରାଜନେତାମାନେ ‘ମେକ୍‌ଇନ୍‌ ଇଣ୍ଡିଆ’ଗର୍ଜନ ଛାଡ଼ନ୍ତି। ହେଲେ ଆମଦାନୀ କାରରେ ବାହାରକୁ ଯାଆନ୍ତି, ଇଟାଲୀ ଜୋତା ପିନ୍ଧନ୍ତି, ସୁଇସ୍‌ ଘଣ୍ଟା ବାନ୍ଧନ୍ତି ଏବଂ ଆମେରିକାର ଚଷମା ଲଗାନ୍ତି। ସାଧାରଣ ନାଗରିକମାନେ ଭାରତର ଜିନିଷ କିଣିବା ଉଚିତ ବୋଲି ସେମାନେ ଜୋର ଦେଇଥାନ୍ତି। କିନ୍ତୁ ଯେତେବେଳେ ନିଜର ଆରାମଦାୟକ ଜୀବନ କଥା ଆସେ ସେତେବେଳେ ସେମାନଙ୍କ ଦେଶପ୍ରେମ କୁଆଡ଼େ ଉଭେଇଯାଏ। ସେମାନେ କହନ୍ତି, ସାଧାରଣ ନାଗରିକ ‘ଭାରତୀୟ କିଣିବା’ ଆବଶ୍ୟକ। ସ୍ୱଦେଶୀ ବିଷୟରେ ଏମାନେ ବଡ଼ ବଡ଼ କଥା କୁହନ୍ତି, କିନ୍ତୁ ତାହାକୁ ପାଳନ କରନ୍ତି ନାହିଁ। ଏଭଳି ବିରୋଧାଭାସ ଅତ୍ୟନ୍ତ ହାସ୍ୟାସ୍ପଦ। ବିଦେଶୀ ଜିନିଷକୁ ନିଷିଦ୍ଧ କରୁଥିବା ଅମଲାତନ୍ତ୍ର ଚାଇନାରେ ନିର୍ମିତ ଲାପ୍‌ଟପ୍‌ରେ ଅର୍ଡର ଲେଖନ୍ତି। ସ୍ଥାନୀୟ ବସ୍ତ୍ର ସବୁଠୁ ଭଲ ବୋଲି କହୁଥିବା ମନ୍ତ୍ରୀ ଆମଦାନୀ ରେଶମ ପୋଷାକ ବ୍ୟବହାର କରନ୍ତି। ସେମାନଙ୍କର ଜାତୀୟତାବାଦର ଗଭୀରତା ନାହିଁ, କେବଳ ଦେଖାଣିଆ ଏବଂ ତାହା ଅନ୍ତର୍ଜାତୀୟ ମାର୍କା ପୋଷାକର ଆବରଣ ତଳେ ରହିଯାଏ।
ପରବର୍ତ୍ତୀ ‘ଏସ୍‌’ ସନାତନକୁ ସୂଚିତ କରେ, ଯାହା ଦିବ୍ୟ ତଥା ଶାଶତ୍ୱକୁ ପ୍ରକାଶ କରେ। ସନାତନ ଧର୍ମ ସତ୍ୟ, ଦୟା ଏବଂ ସଦ୍‌ଭାବନାର ଅସୀମ ମୂଲ୍ୟକୁ ଦର୍ଶାଏ। କିନ୍ତୁ ଏବେ ଏହାକୁ ଏକ ଦିବ୍ୟ କ୍ରୋଧ ବା ଆକ୍ରୋଶର ସ୍ଲୋଗାନକୁ ରୂପାନ୍ତରିତ କରାଯାଇଛି। ଏହା ମଧ୍ୟ ଇତିହାସକୁ ହଟାଇବା ଓ ପ୍ରତିହିଂସାକୁ ବୈଧ କରିବାର ପଥ ହୋଇଯାଇଛି। ଯେତେବେଳେ ଯାହାକୁ ସନାତନ ଘୋଷଣା କରାଯାଏ ସେତେବେଳେ ତାହା ନିର୍ୱିବାଦ ହୋଇଯାଏ। ଏହା ଆଉ ବିକଶିତ ନ ହୋଇ ସ୍ଥାଣୁ ପାଲଟିଯାଏ। ଏହି ‘ଶାଶ୍ୱତ୍ୱବାଦ’ ବିତର୍କକୁ ନୀରବ କରିବା, ପରିବର୍ତ୍ତନକୁ ଅସ୍ୱୀକାର କରିବା, କ୍ରୋଧକୁ ବଢ଼ାଇବା ପାଇଁ ବ୍ୟବହୃତ ହୁଏ। ପ୍ରତିଶୋଧର ଦୃଶ୍ୟକୁ ଧର୍ମଯୁଦ୍ଧ କିମ୍ୱା ନ୍ୟାୟଯୁଦ୍ଧ ଭାବେ ପ୍ରଚାର କରାଯାଏ। ଘୃଣାକୁ ସଂସ୍କୃତିର ଏକ ନୂଆ ରୂପ କରିଦିଆଯାଏ। ହିଂସାକୁ ପୁଣ୍ୟ ବୋଲି ନାମିତ କରାଯାଏ। କୌଣସି ଜିନିଷକୁ ଶାଶ୍ୱତ୍ୱ କହିବା ଅର୍ଥ ସମୟର ପ୍ରଭାବକୁ ଅସ୍ୱୀକାର କରିବା, ଅଭିବୃଦ୍ଧି ପାଇଁ ମାନବ ଦକ୍ଷତାକୁ ଅସ୍ୱୀକାର କରିବା। ଏବର ନୂଆ ସନାତନ ଅସୀମ ଜ୍ଞାନକୁ ସୂଚିତ କରୁନାହିଁ, ବରଂ ଅସୀମ ଆକ୍ରୋଶକୁ ଦର୍ଶାଉଛି।
ଶେଷ ‘ଏସ୍‌’ ହେଉଛି ସାତ୍ତ୍ୱିକ । ଏକଦା ସାତ୍ତ୍ୱିକ ଶବ୍ଦ ସ୍ୱଚ୍ଛତା ଏବଂ ସନ୍ତୁଳନର ପ୍ରତୀକ ଥିଲା। ହେଲେ ଏହା ଏବେ ଏକ ରୋଷେଇ ବା ପାକ କଳାର ଅସ୍ତ୍ର ପାଲଟିଯାଇଛି। ଭାରତରେ କ’ଣ ଖାଇବା ଉଚିତ ତାହା ସାତ୍ତ୍ୱିକ ଲବି ସ୍ଥିର କରେ। ଏହା ଜୋର ଦିଏ ଯେ, ଶାକାହାରବାଦ ପୁଣ୍ୟ ଏବଂ ଶୁଦ୍ଧ ଖାଦ୍ୟରେ ଅଛି। କିନ୍ତୁ ସ୍ୱଚ୍ଛତା ବା ପବିତ୍ରତା ବିଶେଷ ଅଧିକାରରୁ ହିଁ ଆସେ। ଅଧିକାଂଶ ଜାତୀୟ ସମ୍ପତ୍ତିର ମାଲିକ ହୋଇଥିବା ୧ ପ୍ରତିଶତ ଲୋକ ପ୍ରାୟତଃ ଶାକାହାରୀ। ସେମାନେ ଏବେ ସେମାନଙ୍କ ଖାଦ୍ୟାଭ୍ୟାସକୁ ଏକ ନୈତିକ ମାନକ ଭାବେ ଉପସ୍ଥାପିତ କରୁଛନ୍ତି। ମାଂସ ଓ ମାଛ ଖାଉଥିବା ଆଦିବାସୀ, ଦଳିତ ଏବଂ ପଶୁପାଳକ ଯାଯାବର ସମ୍ପ୍ରଦାୟକୁୁ ଅପମାନିତ କରାଯିବା ସହ ସେମାନଙ୍କୁ ଅପବିତ୍ର ବୋଲି ସୂଚିତ କରାଯାଉଛି। ରାଜନେତାମାନେ ଭାଷାର ଦୁରୁପଯୋଗ କରିବା ଦୁଃଖର କଥା ନୁହେଁ, କାରଣ ଏହା ତ ସବୁବେଳେ ହୋଇଆସୁଛି। ବରଂ ଦୁଃଖର ବିଷୟ ହେଉଛି, ନାଗରିକମାନେ ଏଯାବତ୍‌ ଏହାକୁ ଠିକ୍‌ ଭାବେ ଜାଣିପାରୁନାହାନ୍ତି। ଆମେ ସତ୍ୟ ବଦଳରେ ନାଟକକୁ ସତ ମାନୁଛୁୁ, ଛଳନାକୁ ନୀତି ମାନୁଛୁ ଓ ସେବା ପାଇଁ ଚିଲେଉଛୁ। ସଭ୍ୟତା ବା ସମାଜର ଅକ୍ଷର ଆରମ୍ଭ ହୁଏ ‘ଏ’ ଅର୍ଥାତ୍‌ ଆଓ୍ୱାରନେସ ବା ସଚେତନତାରୁ। ହେଲେ ରାଜନୀତିର ଅକ୍ଷର ଆରମ୍ଭ ହୁଏ ‘ଏସ୍‌’ରୁ ଅର୍ଥାତ୍‌ ପବିତ୍ରତା କିମ୍ୱା ଧର୍ମରେ ଛପିରହିଥିବା ସେଲ୍ଫ-ଇଣ୍ଟରେଷ୍ଟ ବା ବ୍ୟକ୍ତିଗତ ସ୍ୱାର୍ଥରୁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?