ଦାରିଙ୍ଗବାଡ଼ି,୨୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ୧୦ ଦିନରୁ ଊର୍ଦ୍ଧ୍ୱ ହେଲା ଲଘୁଚାପ ଜନିତ ବର୍ଷା ପାଇଁ ସୂର୍ଯ୍ୟଦେବଙ୍କୁ ଦେଖିପାରୁନାହାନ୍ତି ଲୋକେ। ବର୍ଷା ପ୍ରଭାବରେ ଲୋକଙ୍କ କାମଧନ୍ଦା ବନ୍ଦ ହୋଇଯାଇଛି। ଅନେକ ଶ୍ରମିକ, ଦିନ ମଜୁରିଆଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।
ସରକାର ଯୋଗାଉଥିବା ଚାଉଳ ନିଅଣ୍ଟିଆ ପଡ଼ିଲାଣି ସମସ୍ତଙ୍କ ମନରେ ଚିନ୍ତା ବଢ଼ିବାରେ ଲାଗିଛି। ଗରୀବ ରେଖା ତଳେ ରହୁଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବା ସହ ପନିପରିବା ଚାଷୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଦାନା ଚାଷୀ ଓ ଧାନ ଚାଷୀଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି ଏହି ଦିନରେ ବିନ ସମେତ ବାଇଗଣ, ମକା, ଭେଣ୍ଡି, ଟମାଟୋ, ପୋଟଳ, ଜହ୍ନି ଭଳି ପରିବା ଚାଷୀ ଅମଳ କରି ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ କିନ୍ତୁ ତୁହାକୁ ତୁହା ବର୍ଷା ପନିପରିବା ଚାଷକୁ ନଷ୍ଟ କରିବା ସହ ରୋଗପୋକ ଲାଗିବା ଆରମ୍ଭ ହୋଇଯାଇଥିବା ବେଳେ ବିନ୍ ଚାଷ ପ୍ରାୟ ନଷ୍ଟ ହେବାରେ ଲାଗିଛି।

