୩୦ ବର୍ଷର ପୁରୁଣା ଭ୍ରୂଣରୁ ଜନ୍ମନେଲା ଶିଶୁ

ଓ୍ବାଶିଂଟନ,୩ା୮: ଆମେରିକାର ଓହିୟୋଠାରେ ୩୦ ବର୍ଷ ତଳର ଏକ ଭ୍ରୂଣରୁ ଶିଶୁ ଜନ୍ମ ନେଇଛି। ତାହାର ନାମ ଥାଡିୟସ ଡାନିଏଲ ପିୟର୍ସ ରଖାଯାଇଛି। ୧୯୯୪ରେ ଏକ ଭ୍ରୂଣକୁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହାକୁ ଫ୍ରିଜରରେ ସଂରକ୍ଷିତ କରି ରଖାଯାଇଥିଲା। ଦୀର୍ଘ ୩୦ ବର୍ଷ ଧରି ସଂରକ୍ଷିତ ହୋଇ ରହିବା ପରେ ଉକ୍ତ ଭ୍ରୂଣରୁ ଥାଡିୟସ୍‌ ଜନ୍ମ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଓହିୟୋ ନିବାସୀ ଲିଣ୍ଡ୍‌ସେ (୩୪) ଏବଂ ଟିମ୍‌ ପିୟର୍ସ (୩୫) ହେଉଛନ୍ତି ଥାଡିୟସଙ୍କ ମାତାପିତା। ଗତ ଜୁଲାଇ ୨୬ରେ ଜନ୍ମ ହୋଇଥିବା ଥାଡିୟସ୍‌ଙ୍କ ଭ୍ରୂଣକୁ ୩୦ ବର୍ଷ ତଳେ ଏକ ସ୍ଥାନୀୟ ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌) କେନ୍ଦ୍ରରେ ବିକଶିତ କରାଯାଇଥିଲା। ସେବେଠାରୁ ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଉକ୍ତ ଭ୍ରୂଣ ଫ୍ରିଜରରେ ସଂରକ୍ଷିତ ହୋଇ ରହିଥିଲା।

ଜନ୍ମ ପରେ ଥାଡିୟସ୍‌ ସବୁଠୁ ବୟସ୍କ ଶିଶୁର ରେକର୍ଡ କରିଛନ୍ତି। ତାଙ୍କ ମା’ ଲିଣ୍ଡ୍‌ସେ କହିଛନ୍ତି, ଯେତେବେଳେ ଭ୍ରୂଣର ବୟସ ସମ୍ପର୍କରେ ତାଙ୍କୁ କୁହାଯାଇଥିଲା, ତାହା ତାଙ୍କୁ ଅଜବ ଲାଗିଥିଲା। ସେ ଏବଂ ତାଙ୍କ ସ୍ବାମୀ ଟିମ୍‌ କେବଳ ଏକ ଶିଶୁ ଚାହୁଁଥିଲେ। କୌଣସି ରେକର୍ଡ କରିବା ତାଙ୍କର ଲକ୍ଷ୍ୟ ନ ଥିଲା। ୭ ବର୍ଷ ଧରି ଗର୍ଭଧାରଣ ପାଇଁ ସଂଘର୍ଷ ପରେ ଉଭୟଙ୍କୁ ଥାଡିୟସ୍‌ଙ୍କ ଭ୍ରୂଣ ମିଳିଥିଲା। ଥାଡିୟସ୍‌ଙ୍କ ଭ୍ରୂଣ ବିକଶିତ ହେବା ବେଳକୁ ଲିଣ୍ଡ୍‌ସେଙ୍କ ବୟସ ମାତ୍ର ୩ରୁ ୪ ବର୍ଷର ହୋଇଥିବା ସେ କହିଛନ୍ତି। ୧୯୯୪ରେ ଲିଣ୍ଡା ଆଚାର୍ଡ ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ପୂର୍ବ ସ୍ବାମୀଙ୍କ ଆଇଭିଏଫ୍‌ ଚିକିତ୍ସା ସମୟରେ ଥାଡିୟସ୍‌ଙ୍କ ଭ୍ରୂଣକୁ ଅନ୍ୟ ୩ଟି ଭ୍ରୂଣ ସହ ବିକଶିତ କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଭ୍ରୂଣକୁ ଲିଣ୍ଡାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା, ଯାହାର ୯ ମାସ ପରେ ଲିଣ୍ଡା ଏକ ସୁସ୍ଥ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ତେବେ ୧୯୯୪ରେ ଶିଶୁକନ୍ୟାକୁ ଜନ୍ମଦେବା ପରେ ଲିଣ୍ଡା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ଫଳରେ ସ୍ଥାନୀୟ ଆଇଭିଏଫ୍‌ କେନ୍ଦ୍ରରେ ଥିବା ଅନ୍ୟ ୩ଟି ଭ୍ରୂଣକୁ ଦାନ କରିବା ପାଇଁ ଲିଣ୍ଡା ନିଷ୍ପତ୍ତି ନେଇଥିଲେ। ୨୦୨୪ ନଭେମ୍ବରରେ ସଂରକ୍ଷିତ ଥିବା ଉକ୍ତ ଭ୍ରୂଣକୁ ଲିଣ୍ଡ୍‌ସେ ଏବଂ ଟିମ୍‌ଙ୍କୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri