Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ଆଜି ଧର୍ମଭାବରେ ଚନ୍ଦ୍ର ଓ ଦ୍ୱିତୀୟସ୍ଥ ଶୁକ୍ର ଯୋଗୁ ଯାତ୍ରା, ବାଣିଜ୍ୟରୁ ଅର୍ଥଲାଭ ଅବଶ୍ୟମ୍ଭାବୀ। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ଆଶଙ୍କା ରହିଛି। ଆଧ୍ୟାତ୍ମିକଗ୍ରହ ଶନିଙ୍କ ଆଶୀର୍ବାଦରୁ ଦେବଦର୍ଶନଜନିତ ଆନନ୍ଦ ଅନୁଭବ କରିପାରନ୍ତି। ଆଲୋଚନା ପରିସର, ସଭାସମିତି, କଳା-ସାହିତ୍ୟ, ଭଜନସନ୍ଧ୍ୟା, ଗବେଷଣାଦି କାର୍ଯ୍ୟରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ତୃତୀୟାଧିପ ଅଷ୍ଟମସ୍ଥ ଯୋଗୁ ସହକର୍ମୀଙ୍କ ସହ ସମ୍ପର୍କହାନି ଘଟିପାରେ। ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମନସ୍ତାପର କାରଣ ହେବ। ଦୀର୍ଘଦିନର ବନ୍ଧୁଟି ପରିସ୍ଥିତି ଚାପରେ ପଡି ଦୂରେଇ ଯିବାର ସୂଚନା ରହିଛି। ପଡ଼ୋଶୀଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଳିପାରେ।
ମିଥୁନ
ମିଥୁନ
ଧନାଧିପତି କେନ୍ଦ୍ରସ୍ଥ ଯୋଗୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସେବାମନୋବୃତ୍ତି କାରଣରୁ ସାଙ୍ଗ ସାଥୀ ମେଳରେ ବେଶି ସମୟ କାଟିପାରନ୍ତି। ଆଜିର ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣି ପାରନ୍ତି। ପାରିବାରିକ କ୍ଷେତ୍ରରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହୋଇପାରେ।
କର୍କଟ
କର୍କଟ
ଚତୁର୍ଥାଧିପ ଶୁକ୍ର ଏକାଦଶସ୍ଥ ଆପଣଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିବା ସହ ସାମାଜିକ ସମ୍ମାନ ପ୍ରଦାନ କରିବ। ଆଜି ଆପଣ ପ୍ରତ୍ୟେକ କାମରେ, ବିବାଦରେ, ପ୍ରତିଯୋଗିତାରେ ମଧ୍ୟ ସଫଳତା ପାଇପାରନ୍ତି। ଅନ୍ୟମନସ୍କ ରହୁଥିବା କାରଣରୁ ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି।
ସି˚ହ
ସି˚ହ
ରାଶିରେ ପାପଗ୍ରହ କେତୁ ସହିତ ମଙ୍ଗଳ ଆପଣଙ୍କୁ ଉତ୍ତେଜିତ କରି ଅଶାନ୍ତି ରଖିପାରେ। ଆଜିର ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ବସ୍ତ୍ରଭୂଷଣ ପ୍ରାପ୍ତି ଏବଂ ବନ୍ଧୁମିଳନ ଘଟିବ। ପାରସ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ସମସ୍ୟାର ସମାଧାନ ଘଟିବାର ଆଶା ରହିଛି। ସାମୟିକଭାବରେ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
କନ୍ୟା
କେନ୍ଦ୍ରସ୍ଥ ଚନ୍ଦ୍ର ଓ ଭାଗ୍ୟଭାବରେ ଶୁକ୍ର ଯୋଗୁ ମନ ଯେମିତି ଯାହା ଚାହୁଁଛି ଆଜି ତାହା ପାଇପାରିବେ। ଶନିଙ୍କ କୁପ୍ରଭାବରୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ଲାଗିରହିପାରେ। ବ୍ୟବସାୟ, ପରିବହନରେ ଲାଭବାନ୍‌ ହେବେ। ସ୍ନାୟବିକ ଦୁର୍ବଳତାର ଆଶଙ୍କାକୁ ଏଡି ହେବନାହିଁ।
ତୁଳା
ତୁଳା
ଗ୍ରହଙ୍କ ଅନୁକୂଳ ସ୍ଥିତିଜନିତ ସାମଗ୍ରିକ କ୍ଷେତ୍ରରେ ସଫଳତା ହାସଲ କରିବାର ସୌଭାଗ୍ୟ ଲାଭ କରିବେ। ଅର୍ଥ ସାଙ୍ଗକୁ ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ, ସମ୍ବର୍ଦ୍ଧନା ପାଇପାରନ୍ତି। ସ୍ବାର୍ଥ ହାସଲ ନ ହୋଇପାରିବାରୁ ସମ୍ପର୍କୀୟମାନେ ସମାଲୋଚନା କରିବେ। ପରିବାର, ବାଣିଜ୍ୟ ବ୍ୟବସାୟ, ଯାତ୍ରା, କର୍ମାରମ୍ଭ ପାଇଁ ଦିନଟି ଶୁଭପ୍ରଦ ରହିବ।
ବିଛା
ବିଛା
କୋଣଭାବସ୍ଥ ବଳହୀନ ଶନିଙ୍କ ପ୍ରଭାବରୁ ସନ୍ତାନଙ୍କ ସମସ୍ୟା ସାଙ୍ଗକୁ ଅର୍ଥସଙ୍କଟ ଓ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। କିନ୍ତୁ ଗଜକେଶରୀ ଯୋଗଜନିତ ସାମାଜିକ ସ୍ତରରେ ଆପଣଙ୍କ ସ୍ଥିତି ବେଶ୍‌ ଉନ୍ନତ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ
ଧନୁ
ରବି ଓ ବୃହସ୍ପତିଙ୍କ ସଂଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି, ବନ୍ଧୁଦର୍ଶନରେ ଖୁସି ରହିବେ। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ। ହୋଟେଲ, ରେଷ୍ଟୁରାଣ୍ଟ, ବାଣିଜ୍ୟ ପ୍ରଭୃତିରେ ଲାଭାବନ୍‌ ହେବେ। ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ ଆରମ୍ଭ କରି ଆତ୍ମତୃପ୍ତି ଲାଭ କରିପାରନ୍ତି।
ମକର
ମକର
କର୍ମାଧିପତିଙ୍କ ଶୁଭତ୍ୱରୁ କର୍ମକ୍ଷେତ୍ର ପ୍ରଶସ୍ତ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହି ନ ପାରେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଅଧସ୍ତନ କର୍ମଚାରୀଙ୍କ ପ୍ରିୟଭାଜନ ହେବେ। ଈର୍ଷାପରାୟଣ ବ୍ୟକ୍ତି ଶତ୍ରୁତା କରି କାର୍ଯ୍ୟରେ ପ୍ରତିରୋଧ ଘଟାଇପାରନ୍ତି। ଆର୍ଥିକ ଉନ୍ନତି ସହ ଅତିଥି ଚର୍ଚ୍ଚା, ଦୂରଯାତ୍ରା, ଆଇନ ଅଦାଲତ ପ୍ରଭୃତିରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
କର୍ମାଧିପତିଙ୍କ ଅଶୁଭତ୍ୱ ସାଙ୍ଗକୁ ଶନି ଓ ରାହୁଙ୍କ ସ୍ଥିତିଜନିତ ଉଦ୍ୟମ ସଫଳରେ ପ୍ରତିବନ୍ଧକ ଆସିବ। ଆଧ୍ୟାତ୍ମିକ ଗ୍ରହ ଶନି ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭର ସୁଯୋଗ ଦେବେ। ଗୃହନିର୍ମାଣ, ଯାନ୍ତ୍ରିକ ଜିନିଷର ମରାମତି ଏବଂ ଗୃହୋପକରଣ କ୍ରୟ କରିବେ। ସାହିତ୍ୟ, ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟରେ ସୁଫଳ ପାଇବେ।
ମୀନମୀନ

ଗ୍ରହମାନଙ୍କ ଶୁଭସଂସ୍ଥାନଜନିତ ଯାତ୍ରା, ଶିଳ୍ପ, ବାଣିଜ୍ୟ, ପରିବହନ ପାଇଁ ଦିନଟି ଭଲ। କିନ୍ତୁ ରାଶିରେ ଶନିଙ୍କ କୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ଲାଗିରହିବ। ବନ୍ଧୁଙ୍କ ମାଧ୍ୟମରେ ନିଖୋଜ ବ୍ୟକ୍ତି, ଚୋରି ଜିନିଷର ଖବର ପାଇପାରନ୍ତି। କେତେକ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri