Posted inଜାତୀୟ

ଆଜି ଭାରତ ବନ୍ଦ: ସବୁକିଛି ହୋଇଯିବ ଠପ୍‌

ନୂଆଦିଲ୍ଲୀ,୯ା୭:କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍‌ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ଏଥିରେ ବ୍ୟାଙ୍କିଙ୍ଗ୍‌, ବୀମା, ଡାକସେବାଠାରୁ ଆରମ୍ଭ କରି ଖଣି, ରାଜପଥ ଏବଂ ନିର୍ମାଣ କାର୍ଯ୍ୟ, ପରିବହନ କାର୍ଯ୍ୟରେ ନିୟୋଜିତ ୨୫ କୋଟିରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକ ସାମିଲ ହେବାକୁ ଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପାରେ। ବନ୍ଦ ଯୋଗୁ ଜନସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାବେଳେ ଶିକ୍ଷାନୁଷ୍ଠାନ ଓ ଘରୋଇ କାର୍ଯ୍ୟାଳୟ ଖୋଲା ରହିବ।
ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ନାମରେ କେନ୍ଦ୍ର ସରକାର ଆର୍ଥତ୍କ ନୀତି ଏବଂ ଶ୍ରମ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି, ଯାହା ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରିବା ସହ ସେମାନଙ୍କ ସାମୂହିକ ମୂଲଚାଲ କ୍ଷମତାକୁ ସଂକୁଚିତ କରିବ ଓ କାର୍ଯ୍ୟକ୍ଷେତ୍ର ଅଧିକ ଖରାପ ହେବ ବୋଲି ୟୁନିୟନଗୁଡ଼ିକ ଅଭିଯୋଗ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ସେବାର ଘରୋଇକରଣ, ଆଉଟ୍‌ସୋର୍ସିଂ ନୀତି, ଶ୍ରମଶକ୍ତିର ଠିକାଦାରିତା ଆଦି ବିରୋଧରେ ଟ୍ରେଡ୍‌ ୟୁନିୟନଗୁଡ଼ିକ ଦୀର୍ଘଦିନ ହେଲା ଲଢ଼େଇ କରିଆସୁଛନ୍ତି। ପାର୍ଲାମେଣ୍ଟରେ ଗୃହୀତ ୪ ଲେବର କୋଡ୍‌ ଟ୍ରେଡ୍‌ ୟୁନିୟନଗୁଡ଼ିକର ଆନ୍ଦୋଳନକୁ ଚାପିଦେବା ଓ ପଙ୍ଗୁ କରିଦେବା ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା କାର୍ଯ୍ୟ ସମୟ ବୃଦ୍ଧି ପାଇବ। କର୍ମଚାରୀଙ୍କ ଧର୍ମଘଟ କରିବା ଅଧିକାର ରହିବ ନାହିଁ ଏବଂ ନିଯୁକ୍ତିଦାତାଙ୍କ ଦ୍ୱାରା ଶ୍ରମ ଆଇନର ଉଲ୍ଲଂଘନକୁ ଅପରାଧମୁକ୍ତ କରାଯିବ ବୋଲି ଫୋରମ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ବନ୍ଦ୍‌ରେ ସାମିଲ ହେଉଥିବା ସଂଗଠନ
ବନ୍ଦକୁ ସମର୍ଥନ କରୁଥିବା ଟ୍ରେଡ୍‌ ୟୁନିୟନଗୁଡ଼ିକ ହେଲେ ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି), ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଏଆଇଟିୟୁସି), ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌), ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ (ସିଆଇଟିୟୁ), ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ ସେଣ୍ଟର (ଏଆଇୟୁଟିୟୁସି), ଟ୍ରେଡ୍‌ ୟୁନିୟନ କୋଅର୍ଡିନେଶନ ସେଣ୍ଟର(ଟିୟୁସିିସି), ସେଲ୍ଫ ଏମ୍ପ୍ଲଏଡ୍‌ ଓ୍ବିମେନ୍ସ ଆସୋସିଏଶନ (ଏସ୍‌ଇଡବ୍ଲ୍ୟୁଏ), ଅଲ୍‌ ଇଣ୍ଡିଆ ସେଣ୍ଟ୍ରାଲ କାଉନ୍‌ସିଲ୍‌ ଅଫ୍‌ ଟ୍ରେଡ୍‌ ୟୁନିୟନ (ଏଆଇସିସିଟିୟୁ), ଲେବର ପ୍ରୋଗ୍ରେସିଭ୍‌ ଫେଡେରେଶନ (ଏଲ୍‌ପିଏଫ୍‌) ଏବଂ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ କଂଗ୍ରେସ (ୟୁଟିୟୁସି)। ଏହା ବ୍ୟତୀତ କୃଷକ ଓ ଗ୍ରାମାଞ୍ଚଳ ଶ୍ରମିକ ସଂଗଠନ ମଧ୍ୟ ବନ୍ଦରେ ଯୋଗଦେବେ।
ବନ୍ଦ ଯୋଗୁ ପ୍ରଭାବିତ ହେବାକୁ ଥିବା ସେକ୍ଟର
ଭାରତ ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ୍‌ ଓ ଆର୍ଥତ୍କ ସେବା, ପୋଷ୍ଟାଲ ସେବା, କୋଇଲା ଖଣି ଖନନ ଏବଂ ଶିଳ୍ପାଞ୍ଚଳ ଶାଖା, ରାଜ୍ୟ ପରିଚାଳିତ ପରିବହନ ସେବା ପ୍ରଭାବିତ ହେବ। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ), ବିଭିନ୍ନ ସରକାରୀ ବିଭାଗ ଉପରେ ମଧ୍ୟ ବନ୍ଦ୍‌ର ପ୍ରଭାବ ପଡ଼ିବ। ତେବେ ବନ୍ଦ ପାଳନ ବେଳେ ସ୍କୁଲ୍‌ ଓ କଲେଜ ଖାଲା ରହିବ। ଘରୋଇ କାର୍ଯ୍ୟାଳୟଗୁଡ଼ିକ ସ୍ବାଭାବିକ କାର୍ଯ୍ୟ କରିବାକୁ ଥିବାବେଳେ ଟ୍ରେନ୍‌ ଚଳାଚଳ ବିଳମ୍ବିତ ହୋଇପାରେ ବୋଲି କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ପଣ୍ଡିଚେରି ଏବଂ ତାମିଲନାଡୁରେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥିବାରୁ ବସ୍‌ ସମେତ ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହେବ। ତେଣୁ ସେଠାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri