ଜରତି ଗ୍ରାମ ନିକଟରେ ପାହାଡ଼ରୁ ଖସିଲା ମାଟି ଅତଡ଼ା, ଟ୍ରେନ୍‌ ଚଳାଚଳ ଠପ୍‌, ୩ ଏକ୍ସପ୍ରେସ୍‌ ବାତିଲ ନେଇ…

କୋରାପୁଟ,୨।୭(ଅମିତାଭ ବେହେରା): କୋରାପୁଟ ଜିଲା କିରଣ୍ଡଳ ଲାଇନର ଜରତି ଗ୍ରାମ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇଛି। ୩ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ବୁଧବାର ପାଇଁ ବାତିଲ କରାଯାଇଥିବା ନେଇ ବରିଷ୍ଠ ଡିଭିଜିନାଲ କମର୍ସିଆଲ ମ୍ୟାନେଜର କେ. ସନ୍ଦିପ ସୁଚନା ଦେଇଛନ୍ତି।

ସୂଚନା ମୁତାବକ, ବୁଧବାର ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟରେ କୋରାପୁଟ ବ୍ଲକର ଜରତି ଷ୍ଟେଶନ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସି ରେଳଧାରଣାରେ ପଡିବାରୁ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ହୋଇଛି। ଏହି ସମୟରେ ଜଗଦଲପୁରରୁ ରାଉଲକେଲା ଆସିଥିବା ରାଉଲକେଲା ଏକ୍ସପ୍ରେସ ଟ୍ରେନ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଘଟଣା ଯୋଗୁ ମାଳିଗୁଡା ଷ୍ଟେଶନରେ ଜଗଦଲପୁର – ରାଉଲକେଲା ଏକ୍ସପ୍ରେସ ଟ୍ରେନ ଅଟକି ରହିଥିବାବେଳେ ଜୟପୁର ଷ୍ଟେଶନଠାରେ ଜଗଦଲପୁରଠାରୁ ଭୁବେନେଶ୍ୱର ଯାଉଥିବା ୧୮୪୪୮ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି। ସେହିପରି ବୁଧବାର ଯିବାକୁ ଥିବା କିରଣ୍ଡଲ ଓ ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନ(୧୯୫୧୬) ସମେତ ୩ ଟ୍ରେନକୁ ବାତିଲ କରାଯାଇଛିା ବର୍ତ୍ତମାନ କୋରାପୁଟରୁ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି । ଜରତି ଓ ମାଳିଗୁଡା ରେଳ ଲାଇନର ୨୦୮ କିମି ଦୂରରେ ଏହି ମାଟି ଅତଡା ଖସିଛି।

ସୁଚନାଯୋଗ୍ୟ, ଗତ କିଛି ଦିନ ହେଲା କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେଉଥିବାରୁ ପାହାଡରୁ ମାଟି ଅତଡା ଖସିଛି। ଏହା ରେଳ ଧାରଣାରେ ପଡିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି ା ପୁର୍ବରୁ ମଧ୍ୟ ଏହି ସ୍ଥାନରେ ବହୁବାର ମାଟି ଅତଡା ଖସି ଟ୍ରେନ ଚଳାଚଳ ଏପରିକି ମାସାଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ନଜିର ରହିଛିା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri