ମଡେଲ ଏବଂ ଅଭିନେତ୍ରୀ ଶେଫାଳି ଜରିୱାଲା ୪୨ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ନେଇଛନ୍ତି। କଣ୍ଟା ଲଗା ଗର୍ଲଙ୍କ ଆକସ୍ମିକ ମୃତ୍ୟୁରେ ସମସ୍ତେ ମର୍ମାହତ। ତାଙ୍କ ମୃତ୍ୟୁକୁ ନେଇ ପ୍ରଶଂସକ ଏବଂ ଅନେକ ସେଲିବ୍ରିଟି ପୋଷ୍ଟ କରି ଦୁଃଖ ପ୍ରକାଶ କରୁଛନ୍ତି। ହୃଦଘାତ ଯୋଗୁ ଶେଫାଳିଙ୍କ ମୃତ୍ୟୁ ହୋଇଛି।
୨୦୦୨ରେ ରିଲିଜ ହୋଇଥିବା ମ୍ୟୁଜିକ ଆଲବମ କଣ୍ଟା ଲଗା ସହିତ ଶେଫାଳି ଜରିୱାଲା ରାତାରାତି ଷ୍ଟାର ହୋଇଗଲେ। ସେ କଣ୍ଟା ଲଗା ଗଲର୍ର୍ ଭାବରେ ପ୍ରସିଦ୍ଧ ହୋଇଥିଲେ। ଏହା ପରେ, ତାଙ୍କୁ ଫିଲ୍ମ ଏବଂ ଟିଭି ରିଆଲିଟି ଶୋରେ ଦେଖିବାକୁ ମିଳିଥିଲା। ସେ ଟିଭି ଶୋ ବୁଗି-ୱୁଗି, ନାଚ ବଲିୟେ ୫ ଏବଂ ନାଚ ବଲିୟେ ୭ ରେ ଦେଖାଦେଇଥିଲେ। ଏହା ପରେ, ସେ ସଲମାନ ଖାନଙ୍କ ସବୁଠାରୁ ବିବାଦୀୟ ରିଆଲିଟି ଶୋ ବିଗ ବସର ୧୩ତମ ସିଜିନରେ ନଜର ଆସିଥିଲେ ଏବଂ ଏହି ଶୋରୁ ସେ ବହୁତ ଲୋକପ୍ରିୟତା ପାଇଥିଲେ।


