CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ବୁଷ୍ଟର (ସହାୟକ) ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀ ବିଜୟ ନୂଆ ତାମିଲ ଫିଲ୍ମଗୁଡିକ ପାଇଁ ତାମିଲନାଡୁର ସିନେମା ହଲକୁ ଦିନକୁ ୫ଟି ଶୋ’ (Five Shows) ଚଲାଇବାକୁ ଅନୁମତି ଦେଇଛନ୍ତି। ଏହା ପୂର୍ୱରୁ ତାମିଲନାଡୁରେ ଥ୍ରୀଏଟର ପାଇଁ ଦିନକୁ କେବଳ ୪ଟି ଶୋ’ ଚଲାଇବାର ନିୟମ ରହିଥିଲା।

ତାମିଲନାଡୁରେ ପ୍ରାୟ ୭୦ ବର୍ଷ ହେବ ଦିନକୁ ୪ଟି ଶୋ’ ଚଲାଇବାର ସରକାରୀ ନିୟମ ଚାଲିଆସୁଥିଲା। କେବଳ ପାର୍ୱଣ କିମ୍ୱା ବଡ଼ ପେଷ୍ଟିଭାଲ ରିଲିଜ ସମୟରେ ହିଁ ସରକାର ସ୍ୱତନ୍ତ୍ର ଅନୁମତି କ୍ରମେ ୫ମ ଶୋ’ ପାଇଁ ଅନୁମତି ଦେଉଥିଲେ, ଯାହା ପାଇଁ ପ୍ରଯୋଜକମାନଙ୍କୁ ବହୁତ କସରତ କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପରେ ସିନେମା ହଲଗୁଡିକ ସାଧାରଣ ଦିନରେ ମଧ୍ୟ ୫ଟି ଶୋ’ ଚଲାଇପାରିବେ।

ଫିଲ୍ମ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ୫ଟି ଶୋ’ ନିୟମ ଯୋଗୁଁ ତାମିଲ ସିନେମାର ବ୍ୟବସାୟ ଓ ବକ୍ସ ଅଫିସ କଲେକ୍ସନରେ ବହୁତ ବଡ଼ ବୃଦ୍ଧି ଦେଖିବାକୁ ମିଳିବ। ଦିନକୁ ଗୋଟିଏ ଶୋ’ ବଢ଼ିବା ଦ୍ୱାରା ପ୍ରତି ସିନେମା ହଲରୁ ଆୟ ପ୍ରାୟ ୨୦-୨୫% ପର୍ଯ୍ୟନ୍ତ ବଢ଼ିଯିବ।
ବିଶେଷ କରି ବଡ଼ ବଜେଟ ଫିଲ୍ମଗୁ ଓପନିଂ ୱିକେଣ୍ଡ (ପ୍ରଥମ ୩ ଦିନ) କଲେକ୍ସନରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଅଧିକ ଶୋ’ ଉପଲବ୍ଧ ହେବା ଦ୍ୱାରା ଦର୍ଶକମାନଙ୍କୁ ସହଜରେ ଟିକେଟ ମିଳିପାରିବ, ଯାହାଫଳରେ ବ୍ଲାକରେ ଟିକେଟ ବିକ୍ରି ଏବଂ ଫିଲ୍ମ ପାଇରେସି (ଚୋରା କପି) କମିବାରେ ସାହାଯ୍ୟ ମିଳିବ।

ବିଜୟ ନିଜେ ଚଳଚ୍ଚିତ୍ର ଜଗତରୁ ଆସିଥିବାରୁ, ସେ ଫିଲ୍ମ ପ୍ରଯୋଜକ ଏବଂ ଥ୍ରୀଏଟର ମାଲିକମାନଙ୍କର ଏହି ବହୁ ଦିନର ସମସ୍ୟାକୁ ବୁଝିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଏହି ଐତିହାସିକ ନିଷ୍ପତ୍ତି ନେଇ ତାମିଲ ସିନେମା ଜଗତକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri