ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ । ମୃତ୍ୟୁ ପରେ ଘରେ ଶବ ପଡିରହିଥିଲା। ଖବର ପାଇ ଦୀର୍ଘ ୧୦ ଘଣ୍ଟା ପରେ ସ୍ଥାନୀୟ ପୋଲିସ ଅଧିକାରୀ ପହଞ୍ଚି ନିଜେ କାନ୍ଧରେ ବୋହି ନେଇ ମଶାଣି ରେ ଶବ ସତ୍କାର କରିଛନ୍ତି । ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ପୋଲିସ ଅଧିକାରୀଙ୍କ ଏଭଳି ମହାନ କାର୍ଯ୍ଯକୁ ପ୍ରଶଂସା କରିଛନ୍ତି ଲୋକେ ।

ସୂଚନା ଅନୁଯାୟୀ ଏହି ଗ୍ରାମର ସ୍ବର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସଙ୍କ ତିନି ଜଣ ପୁଅ ଅଛନ୍ତି  । ବଡ ପୂଅ ନିଖୋଜ ଥିବା ବେଳେ ତୁଳସୀ ସାନ ପୁଅ ରାକେଶଙ୍କ ପାଖରେ ରହୁଥିଲେ । ମଙ୍ଗଳବାର ସକାଳେ ତୁଳସୀଙ୍କ ମୃତ୍ଯୁ ହୋଇଥିଲା । ଶବ ସତ୍କାର କରିବାକୁ ନେଇ ମଝିଆଁ ପୁଅ ରାଜେଶ ଏବଂ ସାନ ପୁଅ ରାକେଶଙ୍କ ମଧ୍ଯରେ ବିବାଦ ଯୋଗୁଁ ରାତି ୯ ଟା ପର୍ଯ୍ଯନ୍ତ ଘର ବାରଣ୍ତାରେ ମାଆର ଶବ ପଡି ରହିଥିଲା ।

ଖବର ପାଇ ଅମର୍ଦ୍ଦା ରୋଡ୍ ଫାଣ୍ତି ଅଧିକାରୀ ବିଜୟ କୁମାର ବାରିକ ଏବଂ ଅନ୍ଯ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘର ଠାରୁ ଦୁଇ କିଲୋମିଟର ପର୍ଯ୍ଯନ୍ତ ନିଜ କାନ୍ଧରେ ଶବ ବୋହି ନେଇ ସୁବର୍ଣ୍ଣରେଖା ନଦୀ ପଠାରେ ଶବ ସତ୍କାର କରିଥିଲେ । ସ୍ବାର୍ଥପର ଦୁନିଆଁରେ ନିଜର ମଣିଷ ପର ହୋଇ ଯାଉଥିବା ବେଳେ ପୋଲିସ ଅଧିକାରୀଙ୍କ ଏଭଳି ମହାନତା ଯୋଗୁଁ ସବୁ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri