ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଥମେ ଦଳର କର୍ମକର୍ତ୍ତାମାନେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟଠାରେ ସମସ୍ତେ ଏକତ୍ରିତ ହୋଇଥିଲେ। କିଛି ସମୟ ପରେ ସେମାନେ ସେଠାରୁ ଜିଲା ସଭାପତି ତଥା ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ସହରର ମୁଖ୍ୟ ରାସ୍ତାଦେଇ ଏକ ବିଶାଳ ରାଲିରେ ବାହାରିଥିଲେ। ପରେ ସେମାନେ ବ୍ଲକ ଛକକୁ ପହଞ୍ଚି ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ସେଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ଶତାଧିକ ବିଜୁ ଯୁବ ଓ ଛାତ୍ର ଜନତାଦଳର କର୍ମକର୍ତ୍ତାଙ୍କ ସମେତ କର୍ମୀମାନେ ଯୋଗଦେଇଥିଲେ।

