ଇରାନ ପରେ ହଠାତ୍‌ ଏହି ଦେଶ ଉପରେ ଆକ୍ରମଣ କଲା ଇସ୍ରାଏଲ: ଚାରିଆଡ଼େ ଧୂଆଁମୟ

ଜେରୁଜେଲମ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଭୟଙ୍କର ଯୁଦ୍ଧ ଶେରେ ଥମିଛି। ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ଏହା ବିଶ୍ୱାସ କରାଯାଉଥିଲା ଯେ, ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ସ୍ବାଭାବିକ ହେବ। କିନ୍ତୁ ଇସ୍ରାଏଲ ହଠାତ୍‌ ଲେବାନନ ଆଡକୁ ଧ୍ୟାନ ଦେଇଛି। ଶୁକ୍ରବାର ଇସ୍ରାଏଲ ଦକ୍ଷିଣ ଲେବାନନରେ ବଡ଼ ଧରଣର ବିମାନ ଆକ୍ରମଣ କରିଥିଲା, ଯାହା ସମଗ୍ର ଅଞ୍ଚଳରେ ଭୟଙ୍କର ବାତାବରଣ ସୃଷ୍ଟି କରିଥିଲା।

ଇସ୍ରାଏଲୀ ଯୁଦ୍ଧ ବିମାନର ଗର୍ଜନ ସହିତ ଏହି ଅଞ୍ଚଳରେ ଅନେକ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ଏହା ବ୍ୟତୀତ ଦକ୍ଷିଣ ଲେବାନନର ଅନେକ ସ୍ଥାନରେ ଡ୍ରୋନ ମଧ୍ୟ ଉଡ଼ୁଥିବା ଦେଖାଯାଇଥିଲା।

ଇସ୍ରାଏଲୀ ସେନା କହିଛି, ଏହା ହିଜବୋଲାର କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଏହି ଆକ୍ରମଣ କରିଥିଲା। ଦକ୍ଷିଣ ଲେବାନନର ନାବାଟିଆହ ଅଲ-ଫୌକା ଏବଂ ଇକଲିମ ଅଲ-ତୁଫା ପାହାଡ଼ ଉପରେ ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଥିଲା।

ଇସ୍ରାଏଲୀ ସେନା କହିଛି ଯେ, ଇସ୍ରାଏଲୀ ଯୁଦ୍ଧ ବିମାନ ଦକ୍ଷିଣ ଲେବାନନର ମାଉଣ୍ଟ ଶୁକେଫ ଅଞ୍ଚଳରେ (ସ୍ଥାନୀୟ ଭାବରେ ଅଲି ଅଲ-ତାହେର କୁହାଯାଉଥିବା) ଏକ ଗୁପ୍ତସ୍ଥାନକୁ ଟାର୍ଗେଟ କରିଥିଲା। ଏହି ଆଡ୍ଡାକୁ ହିଜବୁଲାର ଅଗ୍ନି ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟବହାର କରାଯାଉଥିଲା। ଏହା ଏକ ଭୂତଳ ପ୍ରକଳ୍ପର ଅଂଶ, ଯାହା ପୂର୍ବରୁ ଇସ୍ରାଏଲୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ଏବେ ପୁନଃନିର୍ମାଣ କରାଯାଉଛି।

ଆକ୍ରମଣର ଠିକ ଗୋଟିଏ ଦିନ ପୂର୍ବରୁ, ହିଜବୁଲାର ଉପମୁଖ୍ୟ ଶେଖ ନଇମ କାସିମ ସ୍ପଷ୍ଟ ଭାବରେ କହିଥିଲେ, ଲେବାନନ କାହାର ଚାପରେ ଆସିବ ନାହିଁ କିମ୍ବା ଦଖଲ ଗ୍ରହଣ କରିବ ନାହିଁ। ଏହା ଆମର ଦେଶ, ଆମେ ଏହାକୁ ସମ୍ମାନର ସହିତ ଚାହୁଁଛୁ ଏବଂ ଆମେ ଏଥିପାଇଁ ଲଢ଼ିବୁ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ଯୁଦ୍ଧବିରତି ଚୁକ୍ତି ପରେ ମଧ୍ୟ ଇସ୍ରାଏଲ ଲେବାନନରେ ନିୟମିତ ଆକ୍ରମଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri