Posted inଜାତୀୟ

ବିଶ୍ୱରେ ସ୍କୁଲ ଯାଉନାହାନ୍ତି ୨୭୨ ନିୟୁତ ପିଲା

ନୂଆଦିଲ୍ଲୀ,୧୬ା୬(ପି.ଟି.):ସାରା ବିଶ୍ୱରେ ସ୍କୁଲ ଯାଉ ନ ଥିବା ପିଲାଙ୍କ ସଂଖ୍ୟା ୨୭୨ ନିୟୁତ, ଯାହା ପୂର୍ବ ଆକଳନ ତୁଳନାରେ ୨୧ ନିୟୁତ ଅଧିକ। ୟୁନେସ୍କୋର ଗ୍ଲୋବାଲ ଏଜୁକେଶନ ମନିଟରିଂ ଟିମ୍‌ (ଜିଇଏମ୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କ ମଧ୍ୟରୁ ୭୮ ନିୟୁତ ପ୍ରାଥମିକ ସ୍କୁଲ୍‌ ବୟସର ହୋଇଥିବାବେଳେ ୬୪ ନିୟୁତ ନିମ୍ନ ମାଧ୍ୟମିକ ଏବଂ ୧୩୦ ନିୟୁତ ଉଚ୍ଚ ମାଧ୍ୟମିକ ସ୍କୁଲ ଯିବା ବୟସର। ୨୦୧୫ରେ ଚତୁର୍ଥ ଥର ପାଇଁ ଶିକ୍ଷା ଉପରେ ସତତ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଧାର୍ଯ୍ୟ କରାଯାଇଥିଲା। ସେବେଠାରୁ ସ୍କୁଲ ବାହାରେ ରହିଥିବା ପିଲାଙ୍କ ସଂଖ୍ୟାରେ ୧ ପ୍ରତିଶତରୁ କମ୍‌ ହ୍ରାସ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ସର୍ବାଧିକ ୧୩୦ ନିୟୁତ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି, ଯାହାକି ସବୁ ସ୍ତରର ମୋଟ ସଂଖ୍ୟାର ୪୮%।
ଶିକ୍ଷା କ୍ଷେତ୍ରରେ ଗରିବ ଦେଶଗୁଡ଼ିକ ବହୁ ପଛରେ ପଡ଼ିଛନ୍ତି। ସବୁଠୁ ଗରିବ ଦେଶରେ ୩୬% ପିଲା ସ୍କୁଲ ଶିକ୍ଷାରୁ ବଞ୍ଚତ୍ତ ହୋଇଥିବାବେଳେ ସବୁଠୁ ଧନୀ ଦେଶରେ ଏହି ହାର ୩ ପ୍ରତିଶତ। ସାରା ବିଶ୍ୱରେ ସ୍କୁଲ୍‌ ବାହାରେ ଥିବା ମୋଟ ପିଲାଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ କେନ୍ଦ୍ରୀୟ ଓ ଦକ୍ଷିଣ ଏସୀୟ ଦେଶ (୩୪%) ଏବଂ ଆଫ୍ରିକୀୟ ଦେଶର (୩୯%)। ସାରା ବିଶ୍ୱରୁ ଦେଖିଲେ ଝିଅଙ୍କ ତୁଳନାରେ ଅଧିକ ପୁଅ ସ୍କୁଲ୍‌ ବାହାରେ ରହିଛନ୍ତି। ଅର୍ଥାତ ୧୩୯ ନିୟୁତ ପୁଅ ଏବଂ ୧୩୩ ନିୟୁତ ଝିଅ ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ଧାରା ୨୦୦୭ରୁ ଆରମ୍ଭ ହୋଇଥିବାବେଳେ ବଢ଼ିଚାଲିଛି।
ଜିଇଏମ୍‌ ଟିମ୍‌ର ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଦେଶଗୁଡ଼ିକ ସେମାନଙ୍କ ଜାତୀୟ ଲକ୍ଷ୍ୟ ହାସଲ କରିବାକୁ ହେଲେ ୭୫ ନିୟୁତଙ୍କୁ ଏହି ଧାରାରୁ ବାହାରକୁ ଆଣିବାକୁ ହେବ। ନୂଆ ନାମଲେଖା ଏବଂ ଉପସ୍ଥାନ ତଥ୍ୟ ଅନୁଯାୟୀ, ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କ ସଂଖ୍ୟା ୮ ନିୟୁତ ବଢ଼ିଥିବାବେଳେ ଜାତିସଂଘର ସଂଶୋଧିତ ଜନସଂଖ୍ୟା ରିପୋର୍ଟ ଯୋଗୁ ୧୩ ନିୟୁତ ବଢ଼ିଯାଇଛି। ୨୦୨୧ରେ ଆଫଗାନିସ୍ତାନ ମାଧ୍ୟମିକ ସ୍କୁଲ ବୟସର ଝିଅମାନଙ୍କ ପାଠପଢ଼ାକୁ ବେଆଇନ ଘୋଷଣା କରିବା ପରେ ସ୍କୁଲ୍‌ ଶିକ୍ଷାରୁ ବାଦ୍‌ ପଡ଼ିଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ବ୍ୟତୀତ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ତଥ୍ୟ ସଂଗ୍ରହ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ, ସର୍ଭେ ଏବଂ ଜନଗଣନା ଆଦି ଏକାଧିକ ତଥ୍ୟ ଉତ୍ସକୁ ମଡେଲ ଭାବେ ନିଆଯାଇ ଆଞ୍ଚଳିକ ଏବଂ ବୈଶ୍ୱିକ ହାରାହାରି ସ୍କୁଲ୍‌ ଶିକ୍ଷାରୁ ବଞ୍ଚତ୍ତ ପିଲାମାନଙ୍କ ସଂଖ୍ୟା ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri