ସିକ୍କିମ ଦୁର୍ଘଟଣା: ନିଖୋଜ ୪ ଓଡ଼ିଆଙ୍କ ପତ୍ତା ମିଳୁନି

ଯାଜପୁର,୧।୬(ହର୍ଷବର୍ଦ୍ଧନ ବେହେରା): ଉତ୍ତର ସିିକ୍କିମର ତିସ୍ତା ନଦୀକୁ ଗୁରୁବାର ରାତିରେ ଏକ ଟୁରିଷ୍ଟ ଗାଡ଼ି ‘ମହିନ୍ଦ୍ରା ମାକ୍ସ’ ଖସିପଡ଼ିବା ଯୋଗୁ ନିଖୋଜ ଥିବା ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ତାଙ୍କ ପରିବାରର ୪ଜଣଙ୍କ ପତ୍ତା ଶନିବାର ସନ୍ଧ୍ୟା ସୁଦ୍ଧା ମିଳିପାରିନାହିଁ। ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଗାଡ଼ି କିଛି ସମୟ ପାଇଁ ନଦୀଗର୍ଭରେ ଦେଖାଯାଇଥିଲେ ହେଁ ତାକୁ ବାହାର କରିବା ସମ୍ଭବ ହୋଇପାରିନାହିଁ। ପ୍ରବଳ ବର୍ଷା ଓ ନଦୀରେ ପାଣିସ୍ରୋତ ବୃଦ୍ଧି ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ଏବଂ ଓଡ଼ିଶାରୁ ଯାଇଥିବା ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ସିଲିଗୁଡ଼ିରେ ଅପେକ୍ଷାରେ ରହିଥିଲେ। ସିଲିଗୁଡ଼ି ନିକଟରେ ଭୂସ୍ଖଳନ ହୋଇଥିବାରୁ ଘଟଣାସ୍ଥଳକୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ବର୍ଷା କମିବା ଏବଂ ଘଟଣାସ୍ଥଳକୁ ଯିବା ରାସ୍ତା ସ୍ବାଭାବିକ ହେବା ପରେ ଶନିବାର ସନ୍ଧ୍ୟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଇତିଶ୍ରୀ ଜେନା ତାଙ୍କ ୧୧ ଜଣ ପରିବାର ସଦସ୍ୟଙ୍କ ସହ ଏଠାରୁ ଗତ ରବିବାର ରାତି ୧୨ଟାରେ ଟ୍ରେନ ଯୋଗେ ସିକ୍କିମ ଅଭିମୁଖେ ଯାତ୍ରା କରିଥିଲେ। ସେମାନେ ପ୍ରଥମେ ସିଲିଗୁଡି ଷ୍ଟେଶନରୁ ଓହ୍ଲାଇ ଆଖପାଖ ଅଞ୍ଚଳ ବୁଲାବୁଲି କରି ଗ୍ୟାଙ୍ଗ୍‌ଟକ ଯାଇଥିଲେ। ସେଠାରୁ ପ୍ରାୟ ୧୦୦୦ଫୁଟ ଉଚ୍ଚରେ ଥିବା ଚୁଙ୍ଗଥାଙ୍ଗକୁ ଟୁରିଷ୍ଟ ଗାଡ଼ିରେ ବୁଲିବାକୁ ଯାଇଥିଲେ। ଫେରୁଥିବା ସମୟରେ ଇତିଶ୍ରୀ ଓ ତାଙ୍କ ପରିବାରର ଅନ୍ୟ ୫ ଜଣ ସଦସ୍ୟଙ୍କୁ ମିଶାଇ ମୋଟ ୧୧ଜଣ ବସିଥିବା ଟୁରିଷ୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦୦୦ ଫୁଟ ତଳେ ଥିବା ତିସ୍ତା ନଦୀରେ ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଇତିଶ୍ରୀଙ୍କ ସାନପୁଅ ସାଇରାଜ ଜେନା ଏବଂ ଭାଇଙ୍କ ପୁଅ ଅଂଶୁମାନ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଜଣଙ୍କର ମୃତ୍ୟୁ ଘଟିଛି। ଇତିଶ୍ରୀ ଓ ତାଙ୍କ ବଡ ପୁଅ ସାହିଲ ଜେନା(୨୦ ବର୍ଷ), ଭାଇ ଅଜିତ ନାଏକ ଓ ଭାଉଜ ସୁନିତା ନାଏକ ନିଖୋଜ ରହିଛନ୍ତି। ଅନ୍ୟ ୪ଜଣ ନିଖୋଜ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ତ୍ରିପୁରା ବାସିନ୍ଦା ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ସାଇରାଜ ଏବଂ ଅଂଶୁମାନଙ୍କୁ ଗ୍ୟାଙ୍ଗ୍‌ଟକର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅଂଶୁମାନଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷେ କୋରେଇ ବିଧାୟକ ଆକାଶ ଦାସନାୟକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଏବଂ ଗ୍ୟାଙ୍ଗ୍‌ଟକ ଡାକ୍ତରଖାନାରେ ଚିକିତ୍ସାଧୀନ ସାଇରାଜ ଜେନା ଏବଂ ଅଂଶୁମାନ ନାଏକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହାବାଦ୍‌ ଉଭୟଙ୍କୁ ଏୟାର ଲିଫ୍ଟ କରିବାକୁ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ ପୁଣି ଥରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ବୁଝି ଯଥାସାଧ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri