ଟିଭି ସିରିଆଲକୁ ଫେରିବେ ଭାଜପା ନେତ୍ରୀ ସ୍ମୃତି ଇରାନୀ, ଜାଣନ୍ତୁ କାହିଁକି?

ମୁମ୍ବାଇ,୩୧।୫: ଭାରତୀୟ ଟେଲିଭିଜନର ଆଇକନିକ ଧାରାବାହିକ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି। ଏହି ଧାରାବାହିକରେ ତୁଳସୀ ବିରାଣୀ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ପୁନର୍ବାର ଅଭିନୟ ଜଗତକୁ ଫେରୁଛନ୍ତି। ଏହି ସୁଟିଂ ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ହେଉଥିବା ଜଣାପଡିଛି।

୨୦୦୦ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ଷ୍ଟାର ପ୍ଲସରେ ପ୍ରସାରିତ ଏହି ଧାରାବାହିକ ଭାରତୀୟ ଟେଲିଭିଜନରେ ହଲଚଲ ସୃଷ୍ଟି କରିଥିଲା। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସ ଦ୍ୱାରା ର୍ନିମିତ ଏହି ଶୋ’ରେ ସ୍ମୃତି ଇରାନୀଙ୍କ ତୁଳସୀ ଚରିତ୍ର ଦର୍ଶକଙ୍କ ହୃଦୟରେ ଛାପ ଛାଡିବା ପରେ ଏବେ ଏହାର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି, ଯେଉଁଥିରେ ସ୍ମୃତି ପୁନର୍ବାର ତୁଳସୀ ଭାବେ ଦେଖାଦେବେ ବୋଲି ରିପୋର୍ଟରୁ ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ସୁଟିଂ ସେଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ମୃତି ଇରାନୀଙ୍କୁ ଭାରତର ସର୍ବୋଚ୍ଚ ସ୍ତରୀୟ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି। ଏହାସହ, ସେଟରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଇଛି। କେବଳ ସ୍ମୃତି ଇରାନୀ, ଅମର ଉପାଧ୍ୟାୟ (ଯିଏ ମିହିର ବିରାଣୀ ଚରିତ୍ରରେ ଅଭିନୟ କରୁଛନ୍ତି) ଏବଂ ର୍ନିମାତ୍ରୀ ଏକତା କପୁରଙ୍କୁ ମୋବାଇଲ ବ୍ୟବହାର ପାଇଁ ଛାଡ ଦିଆଯାଇଛି। ଅନ୍ୟ ସମସ୍ତଙ୍କ ମୋବାଇଲ ଫୋନ ଟେପ କରାଯାଉଛି ଯାହା ଦ୍ୱାରା କୌଣସି ସୂଚନା ଲିକ ହେବାରୁ ରୋକାଯାଇ ପାରିବ।

ଏକତା କପୁର ଏହି ଧାରାବାହିକର ପୁନର୍ଜନ୍ମ ବିଷୟରେ ନିକଟରେ ଏକ ଇଭେଣ୍ଟରେ କହିଥିଲେ ଯେ, ଏହି ଶୋ’ଟି ୧୫୦ ଏପିସୋଡରେ ସୀମିତ ରହିବ, ଯାହା ମୂଳ ଧାରାବାହିକର ୨୦୦୦ ଏପିସୋଡର ଲକ୍ଷ୍ୟକୁ ପୂରଣ କରିବ। ପୂର୍ବ ସିଜନ ୧୮୩୩ ଏପିସୋଡରେ ଶେଷ ହୋଇଥିଲା, ଯାହା ୨୦୦୦ରୁ ୧୫୦ ଏପିସୋଡ କମ ଥିଲା। ଏକତାଙ୍କ ଏହି ଯୋଜନା ଏହି ଅସମ୍ପୂର୍ଣ୍ଣ ଲକ୍ଷ୍ୟକୁ ପୂରଣ କରିବାକୁ ଉଦ୍ଦିଷ୍ଟ।

ଏହି ଖବର ସାମ୍ନାକୁ ଆସିବା ପରେ ସ୍ମୃତି ଇରାନୀଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇଉଠିଛନ୍ତି। ସୋସିଆଲ ମିଡିଆରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏକତା କପୁରଙ୍କ ଏହି ପଦକ୍ଷେପକୁ ଦର୍ଶକମାନେ ନଷ୍ଟାଲଜିଆର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି, ଯାହା ପୁଣି ଥରେ ଭାରତୀୟ ଟେଲିଭିଜନରେ ଏକ ମାଇଲଷ୍ଟୋନ ସୃଷ୍ଟି କରିପାରେ। ଜୁନ ୨୦୨୫ରେ ଏହାର ଆନୁଷ୍ଠାନିକ ଘୋଷଣା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri