Posted inRasifala

ରାଶିଫଳ: ସୋମବାର, ମେ ୧୯ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରସ୍ଥ ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ । ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିପାରିବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‍ ଭଲରେ ଚାଲିବ।
ବୃଷ
ବୃଷ
ଆପଣଙ୍କ ଚିନ୍ତା ଓ ଯୋଜନାନୁଯାୟୀ ପ୍ରତ୍ୟେକ କାମ ଠିକ୍‍ ସମୟରେ ସମ୍ପନ୍ନ କରିପାରିବେ। କର୍ମକ୍ଷେତ୍ରରେ ଉପର ଅଧିକାରୀ ମାନେ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବେ। ଆଇନ, ଯୋଗଯୋଗ, ସଭାସମିତି, ଗଠନ ମୂଳକ କାମ ଓ ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଆସିବ। ବ୍ୟବସାୟିକ ସ୍ଥିତି ପୂର୍ବପରି ଅକ୍ଷୁର୍ଣ୍ଣ ରହିବାର ସୂଚନା ରହିଛି।
ମିଥୁନ
ମିଥୁନ
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ ମତାନ୍ତର ଘଟିପାରେ। ପ୍ରତ୍ୟେକ କ୍ଷେତ୍ରରେ ପାଇବେ ଯେତିକି ତାହାଠାରୁ ଅଧିକ ଦେବାକୁ ପଡିପାରେ। ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କଅଁଳିଆ କଥାରେ ମନେଇବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସମସ୍ୟାର ମୁକାବିଲା କଲେ କିଛି ସମୟ ପରେ ସଫଳତା ମିଳିବ।
କର୍କଟ
କର୍କଟ
କର୍ମକ୍ଷେତ୍ରର ପରିସ୍ଥିତି ଓ ପରିଣାମକୁ ଆଖି ଆଗରେ ରଖି କାମ ନ କରିଲେ ଓଲଟା ଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‍ ହେବ ନାହିଁ। ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବାକୁ ପଡିପାରେ। ଗଠନମୂଳକ କାଯର୍‍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ଅଭାବବୋଧ ଲାଗି ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରି ପାରିବେ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇଯିବେ। ଅତୀତ ଘଟଣାକୁ ମନେପକାଇ ମାନସିକ ଅଶାନ୍ତି ଅନୁଭବ କରିବେ। ସ୍ବାସ୍ଥ୍ୟ ସମସ୍ୟା ମାନସିକ ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିବ।
କନ୍ୟା
ଶୁକ୍ରଙ୍କ ସ୍ଥିତି ମନରେ ଉତ୍ସୁକତା ଭରିଦେବା ସହ କାର୍ଯ୍ୟ ହାସଲରେ ସାହାଯ୍ୟ କରିବେ। ଦିନଟିରେ ଏମିତି କୈାଣସି କାମ ନାହିଁ, ଯାହାକି ସହଜ ଓ ସୁବିଧାରେ ନହୋଇଛି ବୋଲି ଭାବି ପାରିବେ ନାହିଁ। ଯାହାକୁ ନିଜର ଭାବିବେ ସେ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ। ନିର୍ମାଣ, ପରିବହନ, ମକଦ୍ଦମା ଓ ପ୍ରତିଦ୍ୱନ୍ଦିତାରୁ ସୁଫଳ ପାଇବେ।
ତୁଳା
ତୁଳା
ଆଶାନୁରୂପ କାର୍ଯ୍ୟ ହାସଲ କଲେ ମଧ୍ୟ ମନର ଭାବାବେଗ ସାମାନ୍ୟ ମନକୁ ଅଶାନ୍ତ ରଖିବ। ଶାରିରୀକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହେବେ। ବନ୍ଧୁକୁ ସତ କହିବା ହେତୁ ଭୁଲ୍‍ ବୁଝାମଣାର ପରିସ୍ଥିତି ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ଭଲକୁ ମନ୍ଦ ଜ୍ଞାନରେ ଗ୍ରହଣ କରି ମାନସିକ ସନ୍ତୁଳନ ହରାଇପାରନ୍ତି।
ବିଛା
ବିଛା
ଆଜି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି କହିବା ଭଲ ହେବ। ବନ୍ଧୁଙ୍କ ସହାୟତାରେ କର୍ମକ୍ଷେତ୍ରରେ ବହୁଦିନର ମନାନ୍ତରର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ୍‍ ବୁଝାମଣା ରହିବା ଯୋଗୁଁ ସାମୟିକ ଖୁସୀ ରହିବେ। ନୂତନ ବନ୍ଧୁସମ୍ପର୍କ, ବ୍ୟବସାୟିକ ଉକତ୍ର୍ଷତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେତୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ମନ ଭିତରର ଗୋପନକଥାକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରି ସମସ୍ୟାକୁ ଆମନ୍ତ୍ରଣ କରିପାରନ୍ତି। ରପ୍ତାନି ବାଣିଜ୍ୟ ଓ ପରିବହନରେ କେତେକ ଆଧୁନିିକୀକରଣ କରି ପାରନ୍ତି। ନିର୍ମାଣ କ୍ଷେତ୍ରରେ ଆବଶ୍ୟକୀୟ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ। ଫେରନ୍ତା ବାଟରେ ଘର ପାଇଁ ମନଲାଖି ଜିନିଷ କିଣିବା ସକାଶେ ମନ ବଳିବ।
ମକର
ମକର
ଦିନ ତମାମ କଠୋର ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ଆଗାମୀ ମାଙ୍ଗଳିକ ଉସତ୍ବକୁ ନେଇ ନିର୍ମାଣାଧିନ ଗୃହ, ଯାନବାହାନଦିକୁ ଶେଷ ସ୍ପର୍ଶ ଦେଇପାରନ୍ତି । ବନ୍ଧୁମାନେ ଛୋଟ କଥାକୁ ବଡକରି ସମସ୍ୟା ଭିତରକୁ ଟାଣି ନେଇପାରନ୍ତି। ଖଳଲୋକଙ୍କ କାନକୁହା କଥାରେ ପାରିବାରିକ ଅଶାନ୍ତି ଉପୁଜିପାରେ।
କୁମ୍ଭ
କୁମ୍ଭ
ଘରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା କାରଣରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ଥି ଲାଭ କରିବେ। ଅଫିସ୍‍ କାଯର୍‍ୟଗୁଡିକ ତ୍ୱରାନ୍ବିତ ହେବା ସଙ୍ଗକୁ କ୍ରମଶଃ ସମସ୍ୟା ଦୂରେଇ ଯିବାର ଅନୁଭବ କରିବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ସମାଧାନ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି।
ମୀନମୀନ

ଆପଣଙ୍କ ଲୋକପ୍ରିୟତା ଓ ନୂତନ ବନ୍ଧୁ ସମ୍ପର୍କ ପ୍ରତି ଅନ୍ୟମାନେ ଈର୍ଷାପରାୟଣ ହେବେ। କାର୍ଯ୍ୟବ୍ୟସ୍ତତା କାରଣରୁ ପରିବାର ପାଇଁ ସମୟ ଦେଇ ପାରିବେ ନାହିଁ। ବୃତି, ବାଣିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ ଭଲ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, ଆନୁଷ୍ଠାନିକ କାମରେ ସଫଳତା ସଙ୍ଗକୁ ବନ୍ଧୁମିଳନର ସମ୍ଭାବନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri