ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଛତ୍ରପୁର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୌରପରିଷଦରେ ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲାପାଳଙ୍କୁ ଭେଟିଲେ ବହୁ ଜନପ୍ରତିନିଧି। ପୌର ପରିଷଦରେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଅଟକଳରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏବେ ୨ ବର୍ଷ ବିତିଯାଉଥିଲେ ମଧ୍ୟ ସେଗୁଡିକୁ କରାଯାଉ ନ ଥିବା ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି।
ସେହିପରି ବିଭିନ୍ନ କାର୍ଯ୍ୟକୁ ବାତିଲ କରିବା ପାଇଁ ମଧ୍ୟ ଚାପ ପକାଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ସହରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏସବୁ କାର୍ଯ୍ୟ ସମାପନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

