ଭୟଙ୍କର ପରମାଣୁ ଲିକ୍‌? ଧ୍ୱଂସ ହୋଇଯିବ ପାକିସ୍ତାନ!

ଇସଲାମବାଦ,୧୫।୫: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ (ଅବସରପ୍ରାପ୍ତ) ଦାବି କରିଛନ୍ତି। ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ବ୍ରହ୍ମୋସ ମିସାଇଲବେଳେ ପାକ୍‌ର ଏହି ପରମାଣୁ ବେସ୍‌ ଧ୍ୱଂସ ହୋଇଥିବା କୁହାଯାଉଛି। ଯାହାପରେ ଏହି ପରମାଣୁ ଲିକ୍‌ ହୋଇଥିବା ଓପିନିୟନ ଆର୍ଟିକଲରେ ଉଲ୍ଲେଖ କରାଯାଇଛିି। ତେବେ, ଏହି ଦାବି ସମ୍ପର୍କରେ ଭାରତ ବା ପାକିସ୍ତାନ ସରକାରଙ୍କ ତରଫରୁ କୌଣସି ଆଧିକାରିକ ନିଷ୍ପତ୍ତି ମିଳିନାହିଁ।

ସୂଚନା ଅନୁଯାୟୀ, ମେ ୨୦୨୫ରେ ପାକିସ୍ତାନର ସରଗୋଧା ଅଞ୍ଚଳରେ ଅଜବ ଘଟଣା ଘଟିଥିଲା। ସାଟେଲାଇଟ ଫଟୋରେ ଅଞ୍ଚଳଟି ଧୂଆଁ ଧୂଆଁ ଦେଖାଯାଇଥିଲା ଏବଂ ସୋସିଆଲ ମିଡିଆରେ ମିସାଇଲ ଆକ୍ରମଣ ପରେ ଧୂଆଁ କୁଣ୍ଡଳୀ ଆକୃତିର ବିସ୍ଫୋରଣ ଦୃଶ୍ୟ ଭାଇରାଲ ହୋଇଥିଲା। ରେଡିଓ ଇଣ୍ଟରସେପ୍ଟରେ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଆତଙ୍କିତ କଥାବାର୍ତ୍ତା ରେକର୍ଡ ହୋଇଥିଲା। ଏହି ଘଟଣା ପରେ କିରାନା ହିଲ୍ସ, ଯେଉଁଠାରେ ପାକିସ୍ତାନ ଗୁପ୍ତରେ ପରମାଣୁ ଅସ୍ତ୍ର ପରୀକ୍ଷା କରୁଥିବା ଅଭିଯୋଗ ରହିଛି, ସେହି ସ୍ଥାନ ଚର୍ଚ୍ଚାରେ ଆସିଥିଲା। ସୋସିଆଲ ମିଡିଆରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆମେରିକାର ଏକ ପରମାଣୁ ନିରାପତ୍ତା ବିମାନ (ବି-୩୫୦ ଏଏମଏସ) ପାକିସ୍ତାନ ଉପରେ ଉଡ଼ିଥିବା ଦେଖାଯାଇଥିଲା, ଯାହା ରେଡିଓଆକ୍ଟିଭ ଲିକର ଆଶଙ୍କାକୁ ବଢ଼ାଇଛି।
ଗ୍ରୁପ କ୍ୟାପଟେନ ଭିନୋଦଙ୍କ ଅନୁଯାୟୀ, କିରାନା ହିଲ୍ସ ୧୯୮୩ ରୁ ୧୯୯୦ ମଧ୍ୟରେ ପାକିସ୍ତାନର ପରମାଣୁ ପରୀକ୍ଷା ପାଇଁ ଏକ ଗୁପ୍ତ ସ୍ଥାନ ଥିଲା। ଏହି ସ୍ଥାନରେ ‘କୋଲ୍ଡ ଟେଷ୍ଟ’ କରାଯାଇଥିଲା, ଯାହା ପରମାଣୁ ବିସ୍ଫୋରଣର ଅନୁକରଣ କରୁଥିଲା। ଏହା ଦକ୍ଷିଣ ଏସିଆରେ ପରମାଣୁ ଅସ୍ତ୍ରର ବ୍ୟବହାରର ସୀମାକୁ ହ୍ରାସ କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଏହି ଘଟଣାର ପୃଷ୍ଠଭୂମି ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିଲେ। ଭାରତ ଏହା ପାଇଁ ପାକିସ୍ତାନକୁ ଦାୟୀ କରି ମେ ୭ରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରାଯାଇ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ସଂଗଠନର ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri