ବିକ୍ରମ ମିସ୍ରିଙ୍କୁ ଟ୍ରୋଲିଂ: ଚାରିଆଡ଼ୁ ନିନ୍ଦା

ନୂଆଦିଲ୍ଲୀ, ୧୩।୫ (ପି.ଟି.): ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ନେଇ ସହମତ ହୋଇଛନ୍ତି ବୋଲି ଶନିବାର ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଅନ୍‌ଲାଇନ ଟ୍ରୋଲିଂର ସାମ୍‌ନା କରିବାକୁ ପଡ଼ିଥିଲା। ଟ୍ରୋଲର୍ସମାନେ ମିସ୍ରିଙ୍କ ସମେତ ତାଙ୍କ ଝିଅ ଏବଂ ତାଙ୍କର ପୂରା ପରିବାରକୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ଦେଶର ଅନେକ ବରିଷ୍ଠ କୂଟନୀତିଜ୍ଞ ଏବଂ ରାଜନେତାମାନେ ମିସ୍ରିଙ୍କୁ ସମର୍ଥନ କରିବା ସହ ତାଙ୍କୁ କରାଯାଉଥିବା ଟ୍ରୋଲିଂକୁ ନିନ୍ଦା କରିଛନ୍ତି। ଆସୋସିଏଶନ ଅଫ୍‌ ଇଣ୍ଡିଆନ୍‌ ଡିପ୍ଲୋମାଟ, ଆଇଏଏସ୍‌ ଏବଂ ଆଇପିଏସ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ ପରି ସଙ୍ଗଠନ ପକ୍ଷରୁ ମଧ୍ୟ ମିସ୍ରିଙ୍କୁ କରାଯାଉଥିବା ଏହି ଟ୍ରୋଲ୍‌କୁ ନିନ୍ଦା କରାଯାଇଛି। ପୂର୍ବତନ ବହିର୍ବ୍ୟାପାର ସଚିବ ନିରୁପମା ମେନନ୍‌ ରାଓ ମିସ୍ରି ଏବଂ ତାଙ୍କ ପରିବାରକୁ କରାଯାଉଥିବା ଟ୍ରୋଲିଂକୁ ଲଜ୍ଜାଜନକ କହିବା ସହ ଏହା ଶାଳୀନତାର ସମସ୍ତ ସୀମାକୁ ପାର୍‌ କରିଥିବା କହିଛନ୍ତି। ସେ ଏକ୍ସ’ରେ ଲେଖିଛନ୍ତି, ମିସ୍ରି ଜଣେ ଉତ୍ସର୍ଗୀକୃତ କୂଟନୀତିଜ୍ଞ, ଯିଏ ଦୃଢ଼ତାର ସହ ଅନେକ ବର୍ଷ ଧରି ଭାରତକୁ ନିଜର ସେବା ଦେଇ ଆସୁଛନ୍ତି। ତାଙ୍କୁ ସମାଲୋଚନା କରିବା ପାଇଁ କାହାର ଅଧିକାର ନାହିଁ। ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ) ପକ୍ଷରୁ ଏକ ବିବୃତି ଜାରିକରି କୁହାଯାଇଛି, ମିସ୍ରିଙ୍କ ପରିବାର ଓ ଖାସ୍‌କରି ତାଙ୍କ ଝିଅଙ୍କୁ ନେଇ ସୋସିଆଲ ମିଡିଆରେ କରାଯାଉଥିବା ଅଶ୍ଲୀଳ ପୋଷ୍ଟ ଓ ଟ୍ରୋଲିଂକୁ ଏନ୍‌ସିଡବ୍ଲ୍ୟୁ କଡ଼ା ଭାଷାରେ ନିନ୍ଦା କରୁଛି। ମିସ୍ରିଙ୍କ ଝିଅଙ୍କ ବ୍ୟକ୍ତିଗତ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିବା ଏକ ଦାୟିତ୍ୱହୀନ କାର୍ଯ୍ୟ। ଏହା ତାଙ୍କ ଗୋପନୀୟତାକୁ ଗୁରୁତର ଉଲ୍ଲଂଘନ କରୁଛି, ଯାହା ଆଗାମୀ ଦିନରେ ତାଙ୍କ ସୁରକ୍ଷାକୁ ବିପଦରେ ପକାଇବାର ସମ୍ଭାବନା ରହିଛି। ସୋମବାର ଅନେକ ରାଜନେତା ମଧ୍ୟ ମିସ୍ରିଙ୍କ ସମର୍ଥନରେ ବାହାରିଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ମିସ୍ରି ଜଣେ ପରିଶ୍ରମୀ ଏବଂ ସଚ୍ଚୋଟ ଅଧିକାରୀ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିବା ପାଇଁ ତାଙ୍କୁ ଟ୍ରୋଲ୍‌ କରିବା ଅନୁଚିତ। ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଏକ୍ସ’ରେ ଲେଖିଛନ୍ତି, କୌଣସି ଅଧିକାରୀ ନିଷ୍ପତ୍ତି ନିଅନ୍ତି ନାହିଁ। ପାକିସ୍ତାନ ସହ ଅସ୍ତ୍ରବିରତିର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଥିଲା। ଏଥିପାଇଁ ମିସ୍ରିଙ୍କୁ ଦୋଷ ଦିଆଯାଇପାରିବ ନାହିଁ। ତେବେ ମିସ୍ରିଙ୍କ ସମ୍ମାନହାନି କରୁଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କେନ୍ଦ୍ର ସରକାର କାହିଁକି ଚୁପ୍‌ ବସିଛନ୍ତି ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି। ତେବେ ମିସ୍ରି ଏବଂ ତାଙ୍କ ପୂରା ପରିବାର ବିରୋଧରେ ଟ୍ରୋଲ୍‌ ବଢ଼ିବା ପରେ ସେ ତାଙ୍କ ଏକ୍ସ’ ଆକାଉଣ୍ଟକୁ ପ୍ରାଇଭେଟ୍‌ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri