ସମ୍ପୂର୍ଣ୍ଣ ଗାଜା ଦଖଲ ପାଇଁ ଇସ୍ରାଏଲ୍‌ର ଯୋଜନା

ତେଲ୍‌ ଆଭିଭ୍‌,୬ା୫: ସମଗ୍ର ଗାଜାଷ୍ଟ୍ରିପ୍‌କୁ ଦଖଲ କରି ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବା ଯୋଜନାକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କ୍ୟାବିନେଟ୍‌ ସୋମବାର ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ପାଲେଷ୍ଟାଇନ୍‌ ଅଞ୍ଚଳରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ବଢ଼ିବ। ସୋମବାର ସକାଳେ ଇସ୍ରାଏଲ୍‌ର କ୍ୟାବିନେଟ ମନ୍ତ୍ରୀମାନେ ଭୋଟ ଜରିଆରେ ନୂଆ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଅନେକ ହଜାର ରିଜର୍ଭ ସୈନ୍ୟଙ୍କୁ ଡକାଯାଇଥିବା କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ମୁଖ୍ୟ କହିଥିଲେ। ହମାସ୍‌କୁ ପରାଜିତ କରି ଗାଜାକୁ ଆକ୍ରମଣରୁ ମୁକ୍ତ କରିବା ପାଇଁ ଏହି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିବା ଜେରୁଜେଲମ୍‌ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ଲକ୍ଷାଧିକ ପାଲେଷ୍ଟିନୀୟ ଦକ୍ଷିଣ ଗାଜାରେ ପ୍ରବେଶ କରିବା ସୁଯୋଗ ପାଇବେ।
ମାର୍ଚ୍ଚ ମଧ୍ୟଭାଗରେ ଅସ୍ତ୍ରବିରତି ଚୁକ୍ତି ଭଙ୍ଗ ହେବା ପରେ ଇସ୍ରାଏଲ୍‌ ଗାଜାରେ ଜୋର୍‌ଦାର ଆକ୍ରମଣ ଚଳାଇଛି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହା ଅନେକ ଅଞ୍ଚଳକୁ ଦଖଲ କରିବା ସହ ଗାଜାରେ ପାଖାପାଖି ୫୦ ପ୍ରତିଶତକୁ ନିଜ ନିୟନ୍ତ୍ରଣରେ ରଖିଛି। ୧୯ ମାସ ହେବ ଲାଗିରହିଥିବା ଯୁଦ୍ଧ ଯୋଗୁ ଗାଜାରେ ମାନବୀୟ ସଙ୍କଟ ଉତ୍କଟ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଅସ୍ତ୍ରବିରତି ଉଲ୍ଲଂଘନ ପୂର୍ବରୁ ଇସ୍ରାଏଲ୍‌ ସେଠାକୁ ଖାଦ୍ୟ, ଇନ୍ଧନ, ପାଣି ଆଦି ମାନବୀୟ ସହାୟତା ବନ୍ଦ କରିଦେଇଥିଲା। ଫଳରେ କ୍ଷୁଧା ଓ ଖାଦ୍ୟାଭାବ ଯୋଗୁ ଗାଜାରେ ଲୁଟ୍‌ପାଟ ବଢ଼ିଛି। ଇସ୍ରାଏଲୀ ଅଧିକାରୀଙ୍କ କହିବା ଅନୁଯାୟୀ, ସମ୍ପୂର୍ଣ୍ଣ ଗାଜା ଦଖଲ ଫଳରେ ମାନବୀୟ ସହାୟତା ବଣ୍ଟନରୁ ହମାସ୍‌ ଆତଙ୍କବାଦୀଙ୍କୁ ଦୂରେଇ ରଖାଯିବ। ହମାସ୍‌ ଉକ୍ତ ସହାୟତାକୁ ନିଜ ପାଇଁ ରଖି ଏହାର ସାମର୍ଥ୍ୟ ବଢ଼ାଉଛି। ସହାୟତା ବନ୍ଦ ହେଲେ ହମାସ୍‌ ଉପରେ ଏହା ବଡ଼ ଆକ୍ରମଣ ହେବ। ଗାଜାକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ଏହାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଯୋଜନା ସମ୍ପର୍କରେ ଇସ୍ରାଏଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଅନ୍ୟ ଦେଶ ସହ ଆଲୋଚନା କରିଛି। ତେବେ ଇସ୍ରାଏଲ୍‌ର ଏଭଳି କାର୍ଯ୍ୟକୁ ଏହାର ସହଯୋଗୀ ୟୁରୋପୀୟ ରାଷ୍ଟ୍ର ଆରବ ଦେଶଗୁଡ଼ିକ ନିନ୍ଦା କରିଛନ୍ତି। ଅସ୍ତ୍ରବିରତି ଚୁକ୍ତିକୁ ଅଧିକ କୋହଳ କରିବା ପାଇଁ ଇସ୍ରାଏଲ୍‌ ହମାସ୍‌ ଉପରେ ଚାପ ପକାଇ ଆସୁଛି। ଅନ୍ୟପକ୍ଷରେ ନୂଆ ଚୁକ୍ତି ପାଇଁ ଉଭୟ ପକ୍ଷଙ୍କୁ ଏକାଠି କରିବା ଲାଗି ଅନ୍ତର୍ଜାତୀୟ ମଧ୍ୟସ୍ଥମାନେ ଉଦ୍ୟମ ଚଳାଇଛନ୍ତି। ଯୁଦ୍ଧ ବନ୍ଦ ପାଇଁ ଚୁକ୍ତିନାମା ଆଣିବାକୁ ହମାସ୍‌ ଦାବି କରୁଛି। ତେବେ ହମାସ୍‌ ପରାଜିତ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ୍‌ ଚାହୁଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri