ନୂଆଦିଲ୍ଲୀ,୨ା୫: ଭାରତ-ପାକିସ୍ତାନ ସୀମାନ୍ତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା (IAF) ଉତ୍ତର ପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେର ଶାହଜହାନପୁର ଜିଲାରେ ନିର୍ମାଣାଧୀନ ୩.୫ କିଲୋମିଟର ଲମ୍ବା ଏକ ହୱାଇ ପଟ୍ଟୀରେ ଶୁକ୍ରବାର ଏକ ଅଭ୍ୟାସ କରି ନିଜର ଯୁଦ୍ଧ ପ୍ରସ୍ତୁତି ଓ ଶକ୍ତି ପ୍ରଦର୍ଶନ କରିଛି। ଏହା ଦେଶର ପ୍ରଥମ ଏକ୍ସପ୍ରେସୱେ ହୱାଇ ପଟ୍ଟୀ ଯାହା ଦିନ ଓ ରାତି ଉଭୟ ସମୟରେ ଯୁଦ୍ଧବିମାନର ଅବତରଣ ଓ ଉଡ଼ାଣ ପାଇଁ ସକ୍ଷମ।
ଏହି ଅଭ୍ୟାସରେ ରାଫେଲ, ସୁଖୋଇ-୩୦ ଏମକେଆଇ, ମିରାଜ-୨୦୦୦, ମିଗ-୨୯, ଜାଗୁଆର ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ଏବଂ ସି-୧୩୦ଜେ ସୁପର ହରକ୍ୟୁଲିସ, ଏଏନ-୩୨ ଓ ଏମଆଇ-୧୭ ଭ୫ ହେଲିକପ୍ଟର ସାମିଲ ହୋଇଥିଲେ। ଏହି ଅଭ୍ୟାସରେ ଯୁଦ୍ଧବିମାନଗୁଡ଼ିକ ମାତ୍ର ଏକ ମିଟର ଉଚ୍ଚତାରେ ନିମ୍ନ ଉଡ଼ାଣ (Low Fly-Past), ଅବତରଣ ଓ ଉଡ଼ାଣ ଅଭ୍ୟାସ କରିଥିଲେ, ଯାହା ବାୟୁସେନାର ଦକ୍ଷତା ଓ ତୀକ୍ଷ୍ଣ ପ୍ରସ୍ତୁତିକୁ ପ୍ରତିଫଳିତ କରିଛି।
ଏହି ଅଭ୍ୟାସ ନେପାଳ ସୀମାନ୍ତଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ହେଉଥିବାରୁ ଏହାର ସାମରିକ ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଏହା ପାହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ଦୃଢ଼ କରୁଛି।
#WATCH | Shahjahanpur: The Indian Air Force (IAF) is carrying out a flypast on the Ganga Expressway in Uttar Pradesh. The Air Force is conducting take-off and landing exercises here.
The exercise is being organised to assess the expressway’s potential as an alternative runway… pic.twitter.com/dpzacppDfO
— ANI (@ANI) May 2, 2025


