ଟାରିଫ୍‌ ହ୍ରାସ ଅପେକ୍ଷାରେ ବିଦ୍ୟୁତ୍‌ ଉପଭୋକ୍ତା

ଭୁବନେଶ୍ୱର,୧୪।୪(ରବିନାରାୟଣ ଜେନା): କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ଉଲ୍ଲଂଘନ କରୁଥିବାରୁ ରାଜ୍ୟରେ ବିଦୁତ୍‌ ଟାରିଫ୍‌ ଅଧିକ ରହିଛି। ନିୟମ ଅନୁଯାୟୀ ୟୁନିଟ୍‌ ପିଛା ୩ଟାଙ୍କା ଭିତରେ ରହିବା କଥା, ମାତ୍ର ଏହା ଏବେ ୩.୪୦ଟଙ୍କା ରହିଛି। ନିକଟରେ ଆୟୋଗଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଶୁଣାଣି ସମ୍ପୂର୍ଣ୍ଣ ହୋଇଥିବା ବେଳେ ମଙ୍ଗଳବାର ଏହାର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ହେବ। ଯଦି ଆୟୋଗ କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଠିକଣା ଭାବେ କାର୍ଯ୍ୟକାରୀ କରନ୍ତି ତେବେ ବିଦ୍ୟୁତ୍‌ ଟାରିଫ୍‌ କମିବ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ରବିବାର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ପରିଚାଳନାଧୀନ ଇବ୍‌ ଥର୍ମାଲରୁ ଉତ୍ପାଦିତ ବିଦ୍ୟୁତ ରାଜ୍ୟ ଚାହିଦାର ଏକ-ତୃତୀୟାଂଶ ପୂରଣ କରୁଛି। ଏହାର ନିର୍ମାଣାଧୀନ ୧୩୨୦ ମେଗାୱାଟ୍‌ କ୍ଷମତାବିଶିଷ୍ଟ ତୃତୀୟ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଅର୍ଦ୍ଧାଧିକ ବିଦ୍ୟୁତ ଚାହିଦା ପୂରଣ ହେବ। ଟାରିଫ୍‌ ଦୃଷ୍ଟିରୁ ଓପିଜିସି ବିଦ୍ୟୁତ୍‌ ମୂଲ୍ୟ କେନ୍ଦ୍ରୀୟ ତାପଜ ବିଦ୍ୟୁତଠାରୁ ଶସ୍ତା ହେଲେ ବି ବେଦାନ୍ତ, ଜିନ୍ଦଲ ଭଳି ଘରୋଇ ସଂସ୍ଥାଙ୍କ (ଆଇପିପି) ତୁଳନାରେ ଅକାରଣରେ ମହଙ୍ଗା ହେଉଛି। ଫଳରେ ରାଜ୍ୟର ଉପଭୋକ୍ତାମାନେ ଜାତୀୟ ହାର ତୁଳନାରେ ଅଧିକ ବିଲ୍‌ ପଇଠ କରିବାକୁ ବାଧ୍ୟ ହେଉଛନ୍ତି। ଉପଭୋକ୍ତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସ୍ବତନ୍ତ୍ର କୋଇଲା ଖଣି ଆବଣ୍ଟନ ନୀତି ଆଧାରରେ କେନ୍ଦ୍ର ସରକାର ମନୋହରପୁର ଓ ଡିପ୍‌ ସାଇଡ୍‌ ମନୋହରପୁର ଭଳି ଦୁଇଟି ଉଚ୍ଚମାନର କୋଇଲା ଖଣିକୁ ଓପିଜିସିର କୋଇଲା ଚାହିଦା ପୂରଣ ପାଇଁ ୨୦୧୫ରେ ଆବଣ୍ଟନ କରିଥିଲେ। ଏହି ଖଣି ଦୁଇଟିକୁ ପାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓପିଜିସି ଓଡ଼ିଶା କୋଲ୍‌ ଆଣ୍ଡ ପାୱାର ଲିଃ (ଓସିପିଏଲ୍‌) ନାମରେ ସହଯୋଗୀ ସଂସ୍ଥା ଗଠନ କରିଥିଲେ।
୨୦୧୯ରୁ ଓସିପିଏଲ୍‌ ଏହି ଖଣିରୁ କୋଇଲା ଉତ୍ତୋଳନ କରି ଓପିଜିସିକୁ କୋଇଲା ଯୋଗାଇ ଆସୁଥିଲେ ହେଁ କେନ୍ଦ୍ରୀୟ ନୀତି ଅନୁଯାୟୀ ଉପଭୋକ୍ତାମାନେ ଯେଉଁ ପ୍ରତ୍ୟକ୍ଷ ଫାଇଦା ପାଇବା କଥା ସେଥିରୁ ବଞ୍ଚିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ଆବଣ୍ଟିତ କୋଇଲା ଖଣିରୁ ଉପଭୋକ୍ତାଙ୍କୁ ଫାଇଦା ଦେବା ଲକ୍ଷ୍ୟରେ କୋଇଲାର ମୂଲ୍ୟ ନିର୍ଣ୍ଣୟ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟୁତ୍‌ ନିୟାମକ ଆୟୋଗ(ସିଇଆରସି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ରେ କେନ୍ଦ୍ରୀୟ ଆୟୋଗ ଏଥିପାଇଁ ଆବଶ୍ୟକ ଅଧିନିୟମ ଲାଗୁ କରି କୋଇଲାର ଟନ୍‌ ପିଛା ମୂଲ୍ୟକୁ ୧,୦୦୦ ଟଙ୍କା ମଧ୍ୟରେ ସୀମିତ ରଖିଲେ। ଫଳରେ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ହାରାହାରି ୯୦୦ ଟଙ୍କା ଦରରେ କୋଇଲା ପାଉଛନ୍ତି। ବିଦ୍ୟୁତ ଆଇନର ଧାରା ୬୧ ଅନୁସାରେ କେନ୍ଦ୍ରୀୟ ଆୟୋଗଙ୍କ ଦ୍ବାରା ଜାରି ନୀତି ଓ ନିୟମ ରାଜ୍ୟ ନିୟାମକ ଆୟୋଗଙ୍କ ପାଇଁ ଶିରୋଧାର୍ଯ୍ୟ। ମାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରହସ୍ୟଜନକ ଭାବେ ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଓପିଜିସି କୋଇଲା ମୂଲ୍ୟ ହାରାହାରି ଦୁଇଗୁଣ (ଟନ୍‌ ପିଛା ୧୮୦୦ ଟଙ୍କା) ରହୁଛି।
ଆୟୋଗଙ୍କ ଏଭଳି ଉପଭୋକ୍ତା ମାରଣ ନୀତି ବିରୋଧରେ ୨୦୨୩ ଟାରିଫ୍‌ ଜନଶୁଣାଣି ବେଳେ ପ୍ରବଳ ବିରୋଧ କରାଯାଇଥିଲା। ଶେଷରେ ଓଇଆରସି କୋଇଲା ମୂଲ୍ୟ ନିର୍ଦ୍ଧାରଣ ପାଇଁ ୨୦୨୪ ମାର୍ଚ୍ଚ ୨୯ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉପରୋକ୍ତ ଅଧିନିୟମ ଅନୁଯାୟୀ ଏ ପର୍ଯ୍ୟନ୍ତ କୋଇଲା ମୂଲ୍ୟ ନିର୍ଣ୍ଣୟ ହୋଇ ନ ଥିବାବେଳେ ଆୟୋଗ ଓପିଜିସିର ଦ୍ବିତୀୟ ପର୍ଯ୍ୟାୟ (ୟୁନିଟ୍‌ ୩ ଓ ୪) ପାଇଁ ଚଳିତ ମାସ ୧୫ ତାରିଖରେ ଜନଶୁଣାଣି ଦିନ ଧାର୍ଯ୍ୟ କରିଛନ୍ତି। କୋଇଲା ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗ ଏ ଯାଏ ସାର୍ବଜନୀନ ହୋଇ ନ ଥିବାବେଳେ ଆୟୋଗ କେଉଁ ସ୍ବଚ୍ଛତା ଆଧାରରେ ଜନଶୁଣାଣି କରିବାକୁ ଯାଉଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଜନଶୁଣାଣିି ବେଳେ ଓଇଆରସିଙ୍କ ପକ୍ଷରୁ କି’ ପଦକ୍ଷେପ ଗ୍ରହଣ କରାଯାଉଛି ତାକୁ ରାଜ୍ୟବାସୀଙ୍କ ଅପେକ୍ଷା କରିଛନ୍ତିି ବୋଲି ଶକ୍ତି ସମୀକ୍ଷକ ଆନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri