ଛତ୍ରପୁର, ୪ା୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଦିବ୍ୟସିଂହପୁର ଗାଁର ଦଣ୍ଡପାଣି ଶତପଥୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ଗୁରୁବାର ରାତିରେ ଦଣ୍ଡପାଣିଙ୍କ ପରିବାର ଖାଇପିଇ ଶୋଇଥିଲେ। ମଧ୍ୟରାତିରେ ଘରର ପଛପଟ କବାଟ ଭାଙ୍ଗି ଦୁର୍ବୁତ୍ତମାନେ ଘରେ ପଶି ୨୫ ଭରି ସୁନା ଅଳଙ୍କାର ଓ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ସକାଳେ ଉଠି ପଛପଟ କବାଟ ଭାଙ୍ଗିଥିବା ଓ ଚୋରୀ ହୋଇଥିବା ଦଣ୍ଡପାଣି ଦେଖି ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଝିଅର ବାହାଘର ପାଇଁ ସେ ଘରେ ସୁନା ଅଳଙ୍କାର ରଖିଥିଲେ ବୋଲି କହିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।


