ନାବାଳିକାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଗିରଫ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ନିଖୋଜ ନାବାଳିକା(୧୭ବର୍ଷ)ଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ସୋମବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅତାବିରାର ରାଜ ବାରିକ(୨୦) ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ସେଠାରୁ ତାଙ୍କୁ ବରଗଡ଼ ଜିଲା କାରାଗାର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା(ନଂ-୧୪୦/୨୫) ରୁଜୁ ହୋଇଛି।
ଘଟଣା ସମ୍ପର୍କରେ ବରଗଡ଼ ଅତିରିକ୍ତ ଏସପି ଈନ୍ଦୁପ୍ରଭା ପଶ୍ଚିମକବାଟ କହିଛନ୍ତି, ଗତ 20ତାରିଖ ରାତିରେ ନାବାଳିକାଙ୍କ ନିଖୋଜ ନେଇ ତାଙ୍କ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ତାକୁ ଆଧାର କରି ପୋଲିସ ଅନୁସନ୍ଧାନ ଚଲାଇଥିଲା। ସିସିଟିଭି ଫୁଟେଜ୍‌ରୁ ୨ ଜଣ ଯୁବକ ଏକ ବାଇକ୍‌ ଯୋଗେ ସମ୍ପୃକ୍ତ ନାବାଳିକାଙ୍କୁ ନେଇ ଯାଉଥିବା ଜଣାପଡ଼ିଥିଲା। ନିଖୋଜ ନାବାଳିକାଙ୍କ ମୃତଦେହ ବୁର୍ଲା ଥାନା ଅଶୋକ ନିବାସ ନିକଟ ଏକ ଜଙ୍ଗଲରେ ପଡ଼ିଥିବା ସୂଚନା ମିଳିଥିଲା। ସେଠାରୁ ନାବାଳିକାଙ୍କ ମୃତଦେହକୁ ଜବତ କରି ୍ଯଯବଚ୍ଛେଦ ପାଇଁ ଭୀମସାର୍‌ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା।
ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳିକାଙ୍କୁ ହ୍ଯଯା କରାଯାଇଥିବା ଜଣାପଡ଼ିଛି। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିବା ସହିତ କେଉଁ କାରଣ ପାଇଁ ନାବାଳିକାଙ୍କୁ ହ୍ଯଯା କରାଯାଇଛି, ସେ ନେଇ ଅଧିକ ତଦନ୍ତ ଚାଲୁଛି ବୋଲି ଅତିରିକ୍ତ ଏସପି ପଶ୍ଚିମକବାଟ କହିଛନ୍ତି। ଅପରପକ୍ଷେ ବରଗଡ଼ ସହର ଉପକଣ୍ଠରେ ରହିଥିବା ଏକ ଅନାଥାଶ୍ରମରୁ ଗତ ୧୯ ତାରିଖରୁ ଅନ୍ୟଜଣେ ନାବାଳିକା ନିଖୋଜ ହୋଇଛନ୍ତି। ଏ ନେଇ ମଧ୍ୟ ପୋଲିସରେ ନିଖୋଜ ମାମଲା ରୁଜୁ ହୋଇଛି। ତେବେ ଉକ୍ତ ନିଖୋଜ ନାବାଳିକାଙ୍କୁ ଏପର୍ଯ୍ୟନ୍ତ ପୋଲିସ ଠାବ କରି ପାରି ନାହିଁ। ସେ ନେଇ ମଧ୍ୟ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସପି ପଶ୍ଚିମକବାଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri