ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା

ବ୍ରସେଲ୍ସ,୫।୩: ଆମେରିକାଠାରୁ ଦୂରେଇଯିବାର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ରୁଷିଆ ସହ ବୁଝାମଣା ପାଇଁ ୟୁକେନ୍‌କୁ ସାମରିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ୟୁରୋପୀୟ ରାଷ୍ଟ୍ର ସଂଘ ଏହାର ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୟୁରୋପୀୟ ସଂଘର କାର୍ଯ୍ୟକାରୀ ମୁଖ୍ୟ ମଙ୍ଗଳବାର ୮୦୦ ବିଲିୟନ ୟୁରୋ (୮୪୧ ବିଲିୟନ ଡଲାର)ର ଯୋଜନା ପ୍ରସ୍ତାବ ରଖିଛନ୍ତି। ଏହି ବିଶାଳ ‘ରିଆର୍ମ ୟୁରୋପ୍‌’ ପ୍ୟାକେଜ୍‌ ସମ୍ପର୍କରେ ୟୁରୋପୀୟ ୟୁନିୟନ (ଇୟୁ)ର ୨୭ ସଦସ୍ୟ ରାଷ୍ଟ୍ରଙ୍କୁ ଅବଗତ କରାଯିବ ବୋଲି ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନ କହିଛନ୍ତି। ଆମେରିକା ସହ ରାଜନୈତିକ ଅନିଶ୍ଚିତତା ବଢ଼ୁଥିବାବେଳେ ୨୭ ଇୟୁ ନେତାଙ୍କ ସହ ଏସମ୍ପର୍କରେ ଆଲୋଚନା ପାଇଁ ବ୍ରସେଲ୍ସରେ ଗୁରୁବାର ଜରୁରୀ ବୈଠକ ଡକାଯାଇଛି। ୟୁକ୍ରେନ୍‌କୁ ଆମେରିକା ସାମରିକ ସହାୟତା ବନ୍ଦ କରିବା ଲାଗି ଏହାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ନଷ୍ପତ୍ତି ନେବା ପୂର୍ବରୁ ଉର୍ସୁଲା ତାଙ୍କ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି। ୮୦୦ ବିଲୟନ ୟୁରୋ ଯୋଜନା ୟୁରୋପକୁ ସୁରକ୍ଷିତ ତଥା ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ କରାଇବ। ନାଟୋରେ ଆମେ ଆମ ସହଯୋଗୀମାନଙ୍କ ସହ ଏକାଠି କାର୍ଯ୍ୟ ଜାରି ରଖିବୁ ବୋଲି ଉର୍ସୁଲା କହିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌କୁ ତୁରନ୍ତ ମିଶାଇଲ୍‌ ଡିଫେନ୍ସ ସିଷ୍ଟମ୍‌, କମାଣ, କ୍ଷେପଣାସ୍ତ୍ର, ଡ୍ରୋନ୍‌ ଆଦି ସାମରିକ ଉପକରଣ ପଠାଇପାରିବେ। ସୁରକ୍ଷା ପ୍ରତି ବିପଦ ବଢ଼ୁଥିବାରୁ ଇୟୁ ଏବେ ବିପଦର ସମ୍ମୁଖୀନ ହୋଇଛି। ଏଥିସହ ଓ୍ବାଶିଂଟନ ୟୁକ୍ରେନ୍‌କୁ ସହାୟତା ବନ୍ଦ କରିବା ପରେ ଏହି ଦେଶକୁ ସହାୟତା ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ସେଥିପାଇଁ ୟୁରୋପୀୟ ସଂଘକୁ କଠୋର ପଦକ୍ଷେପ ନେବାକୁ ହେବ ବୋଲି ଉର୍ସୁଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri