EPFOର କୋଟି କୋଟି ସଦସ୍ୟଙ୍କୁ ବଡ଼ ଝଟ୍‌କା!

ନୂଆଦିଲ୍ଲୀ,୨୭।୨: ସରକାର EPFOର କୋଟି କୋଟି ସଦସ୍ୟଙ୍କୁ ଏକ ବଡ଼ ଝଟ୍‌କା ଦେଇପାରନ୍ତି। ଶୁକ୍ରବାର ସରକାର EPFO ଉପରେ ସୁଧ ଘୋଷଣା କରିପାରନ୍ତି। ଏପରି ପରିସ୍ଥିତିରେ ଏହା ବିଶ୍ୱାସ କରାଯାଉଛି ଯେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ PFରେ ଜମା ହୋଇଥିବା ଟଙ୍କାର ପରିମାଣକୁ ହ୍ରାସ କରିପାରେ। ଷ୍ଟକ ବଜାର ଏବଂ ଅଧିକ କ୍ଲେମ୍‌ ସମାଧାନକୁ ଦୃଷ୍ଟିରେ ରଖି EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସୁଧ ହାର ହ୍ରାସ କରିପାରେ। ଏହା ୩୦୦ ନିୟୁତ ସଦସ୍ୟଙ୍କ ଅବସରକାଳୀନ ସଞ୍ଚୟ ଉପରେ ସୁଧ ହାରକୁ ପ୍ରଭାବିତ କରିବ।

୨୦୨୪-୨୫ ପାଇଁ EPF ସୁଧ ହାର ନେଇ ନିଷ୍ପତ୍ତି ନେବା ପାଇଁ ଆସନ୍ତାକାଲି ଅର୍ଥାତ ୨୮ ଫେବୃଆରୀ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପିଏଫ୍‌ରେ ଜମା ହୋଇଥିବା ଟଙ୍କାର ସୁଧ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ, ଯାହାର ସିଧାସଳଖ ପ୍ରଭାବ କୋଟି କୋଟି ଇପିଏଫଓ ସଦସ୍ୟଙ୍କ ଉପରେ ପଡ଼ିବ। ଗତ ବର୍ଷ ସରକାର EFPର ସୁଧ ହାର ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ। ହେଲେ ଏବେ ଏହାକୁ ହ୍ରାସ ହୋଇପାରେ ବୋଲି କୁହାଯାଉଛି।

ବିଜନେସ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ, ଇପିଏଫ୍‌ ହାର ସୁପାରିଶ କରିବା ପାଇଁ ବୋର୍ଡର ନିବେଶ କମିଟି ଗତ ସପ୍ତାହରେ ଇପିଏଫ୍‌ଓର ଆୟ ଏବଂ ବ୍ୟୟ ପ୍ରୋଫାଇଲ ଉପରେ ଆଲୋଚନା କରିବା ପାଇଁ ବୈଠକ କରିଥିଲା। ନାମ ଗୋପନ ରଖିବା ସର୍ତ୍ତରେ, ବୋର୍ଡରେ ନିଯୁକ୍ତିଦାତା ପ୍ରତିନିଧି ବିଜିନେସ ଷ୍ଟାଣ୍ଡାର୍ଡକୁ କହିଛନ୍ତି ଯେ ଏହି ବର୍ଷ ସୁଧ ହାର ଗତ ବର୍ଷ ତୁଳନାରେ କମ ହୋଇପାରେ। କାରଣ ଗତ କିଛି ମାସ ମଧ୍ୟରେ ବଣ୍ଡ ଇଲ୍ଡ ହ୍ରାସ ପାଇଛି। ଏପରି ପରିସ୍ଥିତିରେ୍‌ ଯଦି କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଧିକ ସୁଧ ହାର ଘୋଷଣା କରାଯାଏ, ତେବେ ଅବସର ପାଣ୍ଠି ସଂସ୍ଥା ପାଖରେ ଅଧିକ ବଳକା ରହିବ ନାହିଁ।

ଏହା ବ୍ୟତୀତ କ୍ଲେମ୍‌ ସେଟଲମେଣ୍ଟ ପାଇଁ ଅଧିକ ଚାହିଦା ଯୋଗୁ ବାର୍ଷିକ EPF କ୍ରେଡିଟ ପାଇଁ ଏକ କମ ପୁଲ ରହିଛି। ଜାନୁଆରୀ ସୁଦ୍ଧା, EPFO ୨୦୨୪-୨୫ ରେ ୨.୦୫ ଟ୍ରିଲିୟନ ମୂଲ୍ୟର ୫.୦୮ ନିୟୁତରୁ ଅଧିକ କ୍ଲେମ୍‌ ସେଟଲମେଣ୍ଟ ପ୍ରକ୍ରିୟାକରଣ କରିଛି। ଯେତେବେଳେ ୨୦୨୩-୨୪ ରେ, ୧.୮୨ ଟ୍ରିଲିୟନ ମୂଲ୍ୟର ୪୪.୫ ନିୟୁତରୁ ଅଧିକ କ୍ଲେମ୍‌ ସେଟଲମେଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri