ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ: ଅବହେଳାକୁ ଦାୟୀକଲେ ପରିବାର

ପାରଳାଖେମୁଣ୍ଡି,୧୭ା୨(ଗିରିଧାରୀ ପରିଚ୍ଛା): ସରକାର ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ଦିଗରେ ବିଭିନ୍ନ ଯୋଜନା କରି ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି। ତେବେ ଏଥିରୁ ସେମାନେ ବିଶେଷ ଉପକୃତ ହେଉନାହାନ୍ତି। ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ନିରୀହ ପିଲାଙ୍କ ମୃତ୍ୟୁ ହେବାପରି ଘଟଣା ବିଭିନ୍ନ ସମୟରେ ଘଟୁଥିବା ଦେଖିବାକୁ ମିଳୁଛି। ଗଜପତି ଜିଲା ରାୟଗଡ ବ୍ଲକ କେରାଣ୍ଡି ପଞ୍ଚାୟତର ଓୟା ସରକାରୀ ଉଚ୍ଚ ଆବାସିକ ବିଦ୍ୟାଳୟରେ ଏପରି ଏକ ଘଟଣା ଘଟିଛି। ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ଆଦିବାସୀ ଛାତ୍ରଙ୍କ ଗତ ଗୁରୁବାର ମୃତ୍ୟୁ ହୋଇଛି। ଏଥିପାଇଁ ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।

ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଶଗଡିଆ ଗ୍ରାମର ସ୍ବର୍ଗତ ଗୁରୁଣ୍ଡା ଶବରଙ୍କ ପୁଅ ଗୋବିନ୍ଦ(୮) ଓୟା ସରକାରୀ ଉଚ୍ଚ ଆବାସିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ। ସେଠାରେ ଗୋବିନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା କିଛିଦିନ ହେବ ଖରାପ ଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା କରାଇ ନ ଥିଲେ ବୋଲି ତାଙ୍କ ମା’ ଗୁରୁବାରୀ ଅଭିଯୋଗ କରିଛନ୍ତି।

ଗୁରୁବାର ସନ୍ଧ୍ୟାରେ ପୁଅ ଗୋବିନ୍ଦର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ଚିକିତ୍ସା କରିବାକୁ ଡାକ୍ତରଖାନା ନ ନେଇ ରୋଷେୟା ଯାତ୍ରା କାର୍ଜିଙ୍କ ସାଙ୍ଗରେ ଘରକୁ ପଠାଇ ଦେଇଥିଲେ। ଶୁକ୍ରବାର ପୁଅକୁ ଗୁରୁବାରୀ ଆନ୍ଧ୍ରପ୍ରଦେଶର ମଞ୍ଜୁଷା ମେଡିକାଲ ନେଇ ଚିକିତ୍ସା କରାଇ ଘରକୁ ଆଣିଥିଲେ। ତେବେ ପୁଣି ଶନିବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ଡାକ୍ତରଖାନା ନେବା ସମୟରେ ରାସ୍ତାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା l ପୁଅର ସ୍ବାସ୍ଥ୍ୟ ଖରାପ ହୋଇଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ଚିକିତ୍ସା ନ କରିବାରୁ ଆଜି ମୋ ପୁଅର ମୃତ୍ୟୁ ହେଲା। ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ବୋଲି ଗୁରୁବାରୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗୋବିନ୍ଦଙ୍କ ମୃତ୍ୟୁକୁ ୩ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କେହି ତାଙ୍କ ନିକଟରେ ପହଞ୍ଚି ନାହାନ୍ତି। ଫଳରେ ଏନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. କୃଷ୍ଣ ରାଓଙ୍କୁ ପଚାରିବାରୁ ସେ କହିଲେ, ଗୋବିନ୍ଦ ଭଲ ଥିଲେ। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ଅବସ୍ଥା ଗୁରୁତର ହୋଇପଡିଥିଲା। ଏଥିପାଇଁ ଗୁରୁବାର ତାଙ୍କୁ ନେଇ ତାଙ୍କ ଘରେ ଛାଡି ଆସିଥିଲୁ ବୋଲି କହିଛନ୍ତି।

ଖବର ପାଇ ରାୟଗଡ଼ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜି, ସମିତିିସଭ୍ୟା ସୁମିତ୍ରା ଶବର ଓ କେରାଣ୍ଡି ସମିତିସଭ୍ୟ ଗୋବର୍ଦ୍ଧନ ଶବର ଗୋବିନ୍ଦଙ୍କ ଘରେ ପହଞ୍ଚି ସରକାରଙ୍କ ସହାୟତା ରାଶି ମିଳିବା ନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗୋବିନ୍ଦଙ୍କ ଆବଶ୍ୟକ ଚିକିତ୍ସାରେ ଅବହେଳା କରିଥିବା ଶିକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଏ ନେଇ ଜିଲା ମଙ୍ଗଳ ଅଧିକାରୀ ସଲମନ ରାଇକାଙ୍କୁ ପଚାରିବାରୁ ସେ କହିଲେ, ମେଡିକାଲ ଅଫିସର, ଡେପୁଟି କଲେକ୍ଟର, ଡିଇଓ ଏବଂ ଡିଡବ୍ଲ୍ୟୁଓଙ୍କୁ ନେଇ ଏକ ୪ ଜଣିଆ କମିଟି ଗଠନ ହୋଇଛି। କମିଟି ସୋମବାର ଗୋବିନ୍ଦଙ୍କ ଗ୍ରାମକୁ ଅନୁଧ୍ୟାନ ପାଇଁ ଯାଇଛନ୍ତି। ଏଥିରେ ଯିଏ ଅବହେଳା କରିଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri