ଝାରସୁଗୁଡ଼ା ଭାଜପା ଜିଲା ସଭାପତି ପଦ ପାଇଁ ଦୌଡ଼: ଧର୍ମେନ୍ଦ୍ର ନା ସୁରେଶ କାହା ଶିବିରକୁ ଯିବ

ଝାରସୁଗୁଡା,୧୦।୨(ଆଶିଷ ରଞ୍ଜନ ଦାଶ): ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟର ୨୩ଟି ସାଙ୍ଗଠନିକ ଜିଲା ପାଇଁ ସଭାପତି ପଦ ଘୋଷଣା କରିସାରିଛି। ଅଘୋଷିତ ମଧ୍ୟରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ଜିଲା ଝାରସୁଗୁଡ଼ାର ଭାଜପା ସଭାପତି ପଦ ରହିଛି। ଜାଣିବାକୁ ମିଳିଛି ଯେ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମର୍ଥକଙ୍କ ମଧ୍ୟରେ ଏ ନେଇ ଛକପଞ୍ଝା ଚାଲିଛି। ଝାରସୁଗୁଡ଼ା ଜିଲା ଭାଜପା କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି, ମନ୍ତ୍ରୀ ନା ବିଧାୟକ କାହା ଶିବିର ନେତା ସଭାପତି ପଦ ହାତେଇବେ। ଟଙ୍କଧର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘନିଷ୍ଠ ହୋଇଥିବା ବେଳେ ସୁରେଶ ପୂଜାରୀଙ୍କ ଦଳ ମଧ୍ୟରେ ପ୍ରଭାବ ରହିଛି। ସେଥିପାଇଁ ସାଧାରଣରେ କୁହାଯାଉଛି, ଝାରସୁଗୁଡ଼ା ଜିଲା ସଭାପତି ଭାଜପା ପଦ ପାଇଁ ଧର୍ମେନ୍ଦ୍ର-ସୁରେଶ ଶିବିର ରଣକୌଶଳରେ ବ୍ୟସ୍ତ।
ବିଧାନସଭା ଆସନ ଝାରସୁଗୁଡା ଓ ବ୍ରଜରାଜନଗର ବର୍ତ୍ତମାନ ଭାଜପା ଅକ୍ତିଆରରେ ରହିଛି। ବ୍ରଜରାଜନଗର ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଭାଜପାର ଜଣେ ଆଗଧାଡ଼ିର ନେତା। ତାଙ୍କର ଜାତୀୟ ସ୍ତରୀୟ ନେତାଙ୍କ ସହ ସମ୍ପର୍କ ରହିଥିବା ବେଳେ ଅତୀତରେ ଭାଜପା ପାଇଁ ଜାତୀୟସ୍ତରରେ କାମ କରିସାରିଛନ୍ତି। ଅନ୍ୟପକ୍ଷରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ରାଜ୍ୟ ଭାଜପାର ଜଣେ ଟାଣୁଆ ଯୁବ ନେତା। ଏଥିସହିତ ଟଙ୍କଧରଙ୍କ ମୁଣ୍ଡ ଉପରେ ସର୍ବଦା ଧର୍ମେନ୍ଦ୍ରଙ୍କ ହାତ ରହିଆସିଛି। ଯଦିଓ ଝାରସୁଗୁଡା ଜିଲାର ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ବିଜୟଲାଭ କରିଛି, ତଥାପି ଏଠାରେ ମନ୍ତ୍ରୀ ଓ ବିଧାୟକଙ୍କ ଅନୁଗତଙ୍କ ମଧ୍ୟରେ ଟକରାଟକିରି ଚାଲିଛି। ସରକାରୀ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ଦଳୀୟ କାର୍ଯ୍ୟକ୍ରମ ଟଙ୍କଧର କରୁଥିଲେ ସେଠାକୁ ସୁରେଶଙ୍କ ଅନୁଗତ ଯାଉ ନ ଥିବାବେଳେ ଅନୁରୂପ ଭାବେ, ସୁରେଶଙ୍କ ଦଳୀୟ କାର୍ଯ୍ୟକ୍ରମକୁ ଟଙ୍କଧରଙ୍କ ସମର୍ଥକ ଯାଉନାହାନ୍ତି। କିନ୍ତୁ ଏପରି ନେତା ମଧ୍ୟ ଅଛନ୍ତି ଯେଉଁମାନେ ଉଭୟ ନେତାଙ୍କଠାରୁ ସମଦୂରତା ରକ୍ଷାକରି ପ୍ରିୟପାତ୍ର ରୂପେ ପରିଗଣିତ ହେଉଛନ୍ତି। ଭାଜପା ଜିଲା ସଭାପତି ପଦ ପାଇଁ ନୋମିନେଶନ ପକାଇଥିବା ନେତ୍ରୀନେତାଙ୍କ ମଧ୍ୟରେ ରଘୁନନ୍ଦନ ପଣ୍ଡା ଅନ୍ୟତମ; ଯାହାଙ୍କର ମନ୍ତ୍ରୀ, ଏମ୍‌ପି ଓ ବିଧାୟକଙ୍କଠାରେ ସମ୍ପର୍କ ଭଲ ଥିବାରୁ ସେ ସଭାପତି ପଦ ପାଇଁ ଆଶାରେ ଅଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଭଲ ସମ୍ପର୍କ ରଖିଥିବା ସଞ୍ଜୟ ସିଂ ମଧ୍ୟ ସଭାପତି ଦୌଡ଼ରେ। ଭାଜପାର ଜିଲା ମହିଳା ସଭାପତି ରୀନା ପଟେଲ, ଝାରସୁଗୁଡାର ବ୍ୟବସାୟୀ ନଭାଲ ଅଗ୍ରୱାଲ ଏହି ପଦ ହାସଲ କରିବା ଲାଗି ତତ୍ପର। ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ସଦସ୍ୟ ହେବା ସହିତ ନିଜକୁ ବିଭିନ୍ନ ଜଣକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଧାଂଶୁ ଦୋରା ମଧ୍ୟ ଆଶାବାଦୀ। ସଙ୍ଗଠନକୁ ଦେଖି ଦାୟିତ୍ୱ ଦେଉଥିବା ଭାଜପାର ବଡ଼ ନେତୃତ୍ୱ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ଜଣେ ସୁସଙ୍ଗଠନକାରୀ ତଥା ନିଷ୍ଠାପର କର୍ମୀଙ୍କୁ ସଭାପତି ପଦ ଦେଇପାରେ ବୋଲି ଦଳୀୟ କର୍ମୀମାନେ ଆକଳନ କରୁଛନ୍ତି। ଜିଲା ସଭାପତି କିଏ ହେବେ ତାହା ଯେତିକି ବଡ଼ କଥା ନୁହେଁ, କାହା ଶିବିରରୁ ହେବେ ତାହା ଝାରସୁଗୁଡ଼ା ଜିଲାବାସୀ ତଥା ଭାଜପା କର୍ମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି। କାରଣ ଏହା ମନ୍ତ୍ରୀ ଓ ବିଧାୟକଙ୍କ ସମ୍ମାନଠାରୁ ଊର୍ଦ୍ଧ୍ୱକୁ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ଯାଏ ଲମ୍ବିଛି ।
ପୂଜାରୀ ସବୁବେଳେ ଚୁପ୍‌ ରହି ଖେଳ କରୁଥିବା ନେତାଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ। ସେ ଜିଲାରେ ନିଜ ପ୍ରାଧାନ୍ୟ ବିସ୍ତାର ପାଇଁ କିପରି ନିଜ ଶିବିରରୁ ଜଣକୁ ସଭାପତି କରାଇବେ ସେଥିପାଇଁ ନିଶ୍ଚିତ ଭାବରେ ଚିନ୍ତା କରୁଥିବେ। ଧର୍ମେନ୍ଦ୍ରଙ୍କ ଅଭୟବର ପାଇ ଉଚିତ ସମୟରେ ଠିକ୍‌ ଅସ୍ତ୍ର ପ୍ରୟୋଗ କରିବା ଲକ୍ଷ୍ୟରେ ଥିବା ଟଙ୍କଧର ଜିଲା ସଭାପତି ପଦ ପାଇଁ କେଉଁ ରଣକୌଶଳ ଆପଣାଇବେ ତାହା ଉପରେ ସମସ୍ତଙ୍କ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri