ଭିସୁଟ୍‌ରେ ରାଗିଂ ଅଭିଯୋଗ, ଅର୍ଥଦଣ୍ଡରେ ଦଣ୍ଡିତ ହେଲେ ୪ ବରିଷ୍ଠ ଛାତ୍ର

ସମ୍ବଲପୁର,୨୩।୪(ପ୍ରମୋଦ ବହିଦାର): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ରାଗିଙ୍ଗ ଅଭିଯୋଗ । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ଭିସୁଟର ଜଣେ ମ୍ଯାକାନିକାଲ ପ୍ରଥମ ବର୍ଷ ଛାତ୍ରଙ୍କୁ ୪ ଜଣ ବରିଷ୍ଠ ଛାତ୍ର ରାଗିଙ୍ଗ କରିଥିବା ଅଭିଯୋଗରେ ଆଣ୍ଟି ରାଗିଙ୍ଗ ସେଲ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ତଦନ୍ତ ହୋଇଥିଲା । ଏହି ତଦନ୍ତ ପରେ ଭିସୁଟ କର୍ତ୍ତୃପକ୍ଷ ଓ ଆଣ୍ଟି ରାଗିଙ୍ଗ ସେଲ ପକ୍ଷରୁ ଅଭିଯୁକ୍ତ ଛାତ୍ରଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ ହୋଇଇଥିବା ସୂଚନା ମିଳିଛି ।

ଘଟଣା ଟି ୧୫ ଦିନ ତଳେ ଘଟିଥିବା ବେଳେ ଭିସୁଟ ପରିସରରେ ଏହି ଘଟଣା ଘଟିଥିବା ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ଦୀପକ କୁମାର ସାହୁ। କୁଳପତିଙ୍କ କହିବା ଅନୁସାରେ ଭିସୁଟ ପରିସର ସମ୍ପୂର୍ଣ ରାଗିଙ୍ଗ ମୁକ୍ତ ହୋଇ ସାରିଛି । ତେବେ ଏହି ଘଟଣାଟି ଭିସୁଟର ମୁଖ୍ୟ ଫାଟକ ସମ୍ମୁଖରେରେ ଘଟିଥିଲା । ଘଟଣା ଘଟିବା ସମୟ ସେଠାରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳକୁ ଯାଇ ଏହାର ସମାଧାନ କରିଥିଲେ । ତେବେ ଏହା କୌଣସି ସଂଗଠିତ ରାଗିଙ୍ଗ ନଥିଲା । ଘଟଣାଟି କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ରାଗିଂ ଭାବେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପ୍ରଥମେ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ ଫ୍ଯାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ ହୋଇଥିଲା । ଏହି ଟିମ ଘଟଣାର ତଦନ୍ତ କରିଥିଲା ।

ଅଭିଯୁକ୍ତ ଛାତ୍ରଙ୍କୁ ମଧ୍ୟ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା । ତେବେ ଘଟଣାକୁ ଆହୁରି ନିରପେକ୍ଷ କରିବା ପାଇଁ ଆଉ ଏକ କମିଟି ଗଠନ କରାଯାଇଥିଲା। ସମ୍ବଲପୁର ସଦର ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା, ବୁର୍ଲା ଥାନାର ଜଣେ ଅଧିକାରୀ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଜଣେ ଅଧ୍ୟାପକ, ଭିସୁଟର ଆଭ୍ୟନ୍ତରୀଣ କମିଟି ସଦସ୍ଯ, ଡିନ(ଛାତ୍ର କଲ୍ୟାଣ) ପ୍ରମୁଖଙ୍କୁ ନେଇ ଗଠିତ କମିଟି ଘଟଣାର ତଦନ୍ତ କରିଥିଲା। ଏହି କମିଟି ଘଟଣାର ତଦନ୍ତ କରି ଗତ ମଙ୍ଗଳବାର କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୁଖ୍ୟତଃ ଦୋଷୀ ସାବ୍ୟସ୍ତ ହୋଇଥିବା ଛାତ୍ରଙ୍କୁ ଆର୍ଥିକ ଦଣ୍ଡ ଦେବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ମାତ୍ର ଏ ସମ୍ପର୍କରେ ଲିଖିତ ନିର୍ଦ୍ଦେଶନାମା ହସ୍ତଗତ ହୋଇ ନାହିଁ ଓ ନିର୍ଦ୍ଦେଶନାମା ହସ୍ତଗତ ହେଲା ପରେ ଆବଶ୍ଯକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୁଳପତି ।

ସୂଚନାଯୋଗ୍ଯ ଯେ, ୧୫ ଦିନ ତଳେ ୨ ଜଣ ପ୍ରଥମ ବର୍ଷର ଛାତ୍ର ବିଜୁ ପଟ୍ଟନାୟକ ଇ. ଲାଂର୍ଣ୍ଣିଙ୍ଗ ସେଣ୍ଟରରୁ ନିଜ କ୍ଲାସ ସାରି ରୋଡ଼ ଅତିକ୍ରମ କରି ଭିସୁଟ ମୂଖ୍ୟ ଗେଟ ଆଡକୁ ଆସୁଥିବା ବେଳେ ୪ ଜଣ ବରିଷ୍ଠ ଛାତ୍ର ପ୍ରଥମେ ପ୍ରଥମେ ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ଜୋତାର ଲେସ କାହିଁକି ବାନ୍ଧିନୁ ବୋଲି ପଚାରିବା ସହ ତାଗିଦ କରିଥିଲେ। ଏହା ପରେ ସେହି ଛାତ୍ରଙ୍କୁ ଛାଡି ଅନ୍ୟ ଜଣେ କନିଷ୍ଠ ଛାତ୍ରଙ୍କୁ ଅଟକାଇ ସାର୍ଟକୁ କାହିଁକି ଭଲ ଭାବେ ପିନ୍ଧି ନାହୁଁ ଏପରି କିଛି କହି ଯୁକ୍ତିତର୍କ କରିଥିଲେ । ଏହି ସମୟରେ ପ୍ରଥମେ ରାଗିଙ୍ଗର ଶିକାର ହୋଇଥିବା ଛାତ୍ର ଜଣକ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ଏହା ଦେଖି ବରିଷ୍ଠ ଛାତ୍ରମାନେ ସେହି ଛାତ୍ର ପାଖକୁ ଯାଇ କାହିଁକି ମୋବାଇଲରେ ଭିଡ଼ିଓ କରୁଛୁ ବୋଲି କହି ମୋବାଇଲକୁ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ଫଳରେ ଟଣା ଓଟରାରେ ମୋବାଇଲଟି ତଳେ ପଡି ଭାଙ୍ଗି ଯାଇଥିଲା । ଏହି ଘଟଣାକୁ ଦେଖି ସେଠାରେ ଥିବା ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରମାନଙ୍କ ଝଗଡ଼ାରୁ ବିରତ କରିଥିଲେ। ତେବେ ଏହି ଘଟଣା ଭିସୁଟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଲା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଯଦିଓ ଏହା ଏହା ଏକ ସଂଗଠିତ ରାଗିଙ୍ଗ ନ ଥିଲା କିନ୍ତୁ, ଏହାକୁ ଅଣଦେଖା କଲେ ଏହିଭଳି ଘଟଣା ଆଗକୁ ଘଟିପାରେ ଭାବି କର୍ତ୍ତୃପକ୍ଷ ଏହାର ତଦନ୍ତ ଆରମ୍ଭ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?