ଜିଲା ବିକାଶ ସମନ୍ବୟ ଓ ପରିଚାଳନା କମିଟି ବୈଠକ: ଜିଲାର ସମସ୍ତ ଗ୍ରାମରେ ପାନୀୟଜଳ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏମ୍‌ପିଙ୍କ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା ବିକାଶ ସମନ୍ବୟ ଏବଂ ପରିଚାଳନା କମିଟି(ଦିଶା)ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକର ପ୍ରଥମ ସମ୍ପାନରେ ଏମ୍‌ପି ପୁରୋହିତ ପ୍ରଥମ ବୈଠକରେ ଆଲୋଚ୍ୟ ବିଷୟ ଅନୁଯାୟୀ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ବିଷୟରେ ପଚାରି ବୁଝି ପର୍ଯ୍ୟାପ୍ତ ପରିମାଣରେ ନଳକୂପ ଖନନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହିତ ଜିଲାର ସମସ୍ତ ଗ୍ରାମରେ ପାନୀୟଜଳ ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଶନକାର୍ଡ ବଣ୍ଟନ ନିମନ୍ତେ ପଞ୍ଜୀକରଣ ବ୍ୟବସ୍ଥା ଓ ଉଜ୍ଜଳା ଗ୍ୟାସ ବିତରଣର ସ୍ଥିତି ସମୀକ୍ଷା କରି କୃଷି ଏବଂ କୃଷକ ସାଶକ୍ତିକରଣ ନିମିତ୍ତ ଉପଲବ୍ଧ ବିଭିନ୍ନ ଯୋଜନା ତଥା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଲା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାୟୀ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ, ଉଦ୍ୟାନ, କୃଷି ଏବଂ ମତ୍ସ୍ୟ ବିଭାଗର ସମସ୍ତ ଯୋଜନାର ପ୍ରଗତି, ଜଳସେଚନ ବ୍ୟବସ୍ଥାର ସୁଦୃଢୀକରଣ ଓ ଶୀତଳ ଭଣ୍ଡାର ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିଶନ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡ ବିତରଣ ସ୍ଥିତି, ମହିଳା ଓ ଶିଶୁ ବିକାଶ ବିଭାଗର ବେଟି ବଚାଓ ବେଟି ପଢାଓ, ସମନ୍ବିତ ଶିଶୁ ବିକାଶ ଯୋଜନା, ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା, ଛତୁଆ ବଣ୍ଟନ ବ୍ୟବସ୍ଥା, ୱାଟରସେଡ଼ ବିଭାଗର କାର୍ଯ୍ୟ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିର୍ମାଣ କାର୍ଯ୍ୟ, ଟାଟା ପୱାରର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ତଥା ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବ୍ୟବସ୍ଥା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବିଦ୍ୟୁତ କାଟ ବନ୍ଦ କରିବା, ଜଙ୍ଗଲ ବିଭାଗର ବୃକ୍ଷ ରୋପଣ ଓ ନିଆଁ ଲିଭା କାର୍ଯ୍ୟକ୍ରମ, ଗ୍ରାମୀଣ ବିକାଶ ବିଭାଗର କାର୍ଯ୍ୟ ତଥା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ନିର୍ମାଣ କାର୍ଯ୍ୟ, ମାଇନିଙ୍ଗ ବିଭାଗ ଦ୍ୱାରା ବାଲି ଓ ପଥର ଖାଦାନ ନିଲାମ କାର୍ଯ୍ୟ, ଜୋରିମାନା ଆଦାୟ, ଚୋରା ଚାଲାଣରେ ବ୍ୟବହୃତ ଗାଡି ଜବତ, ପଞ୍ଚାୟତିରାଜ ବିଭାଗର କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ଶିକ୍ଷା ବିଭାଗ ତଥା ପିଏମଶ୍ରୀ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ, ସର୍ବଶିକ୍ଷା ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ, ପିଏମ ପୋଷଣ ଓ ସିଏମ ପୋଷଣ ଯୋଜନା ଅଧୀନରେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟର ପୁନଃ କାର୍ଯ୍ୟକ୍ଷମ ବ୍ୟବସ୍ଥା, ସଛ ଭାରତ ମିଶନରେ ବିଦ୍ୟାଳୟରେ ପାଇଖାନା ଓ ପାନୀୟ ଜଳର ବ୍ୟବସ୍ଥା, ସ୍କୁଲ ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା, ନକଲି ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନର ସ୍ଥିତି, ପ୍ରଗତି ଉପରେ ଆଲୋଚନା ହୋଇଥିଲା। ପୌରାଞ୍ଚଳରେ ଅର୍ବାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ କାର୍ଯ୍ୟ, ରାଷ୍ଟୀୟ ଗୋକୁଳ ମିଶନର କାର୍ଯ୍ୟନ୍ବୟନ ଏଂ ସାମାଜିକ କଲ୍ୟାଣ ଓ ଭିତ୍ତିଭୂମିର ଉନ୍ନତି ନିମନ୍ତେ ଥିବା ବିଭିନ୍ନ ଫ୍ଲାଗସିପ ପ୍ରୋଗ୍ରାମ, ଶକ୍ତି ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସ୍ଥିତି ଏବଂ ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରି ଶିକ୍ଷା, କୃଷି, ପୂର୍ତ୍ତ, ରାଜସ୍ବ, ପାନୀୟଜଳ ଯୋଗାଣ, ଏବଂ ଜଳସେଚନ ଭଳି ସମସ୍ତ ବିଭାଗର ଅଟକି ରହିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ଯଥାଶିଘ୍ର ସମାପ୍ତ କରିବା ପାଇଁ ଏମ୍‌ପି ପୁରୋହିତ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ବିଭାଗ ତଥା ବିଭାଗୀୟ ଅଧିକାରୀ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ସହ ସମସ୍ତ ନିର୍ମାଣ ସ୍ଥଳରେ ପ୍ରକଳ୍ପ ଆଧାରିତ ତଥ୍ୟ ତଥା ଅଟକଳ ମୂଲ୍ୟ, ବିଭାଗର ନାମ ଆଦି ପ୍ରଦର୍ଶନ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲାର ସମସ୍ତ ବ୍ଲକ ଚେୟାରମ୍ୟାନ ଏଂ ପୌରାଧ୍ୟକ୍ଷା, ପୌରାଧ୍ୟକ୍ଷଙ୍କ ସମେତ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକଙ୍କ ପ୍ରତିନିଧି ସୁରେଶ୍ୱର ଶତପଥିଙ୍କ ସମେତ ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ଉପସ୍ଥିତ ରହି ସମସ୍ତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ଦୃଢ ପରିଶ୍ରମ କରି ଲୋକଙ୍କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?