ଏତିକି କୋଟି ଟଙ୍କାର ମାଲିକ ଅଭିଷେକ ବଚ୍ଚନ: ପାଖରେ ଅଛି…

ବଲିଉଡର ମେଗାଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିଷେକ ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ସେ ୨୦୦୦ରେ ଫିଲ୍ମ ରିଫ୍ୟୁଜି ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ, ଯେଉଁଥିରେ କରୀନା କପୁର ବିପରୀତ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମକୁ ବିଶେଷ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ଅଭିଷେକ ବଚ୍ଚନଙ୍କ କାମକୁ ପ୍ରଶଂସା କରାଯାଇଥିଲା ।

ସେବେଠାରୁ ଅଭିଷେକ ବଚ୍ଚନଙ୍କ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି। ଯଦିଓ ଅଭିଷେକଙ୍କ କିଛି ସିନେମା ଫ୍ଲପ୍‌ ହୋଇଛି, ତଥାପି ପ୍ରଶଂସକମାନେ ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ସେ ଗୁରୁ ଏବଂ ପା’ ଭଳି ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ମଧ୍ୟ ଦେଇଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଅଭିଷେକ ଅଭିନୟ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।
ଅଭିଷେକ ବଚ୍ଚନଙ୍କ ସମ୍ପତ୍ତି ୨୮୦ କୋଟି ଟଙ୍କା ରହିଛି। ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡର ମାଲିକ ଏବଂ ବିଜ୍ଞାପନ ମାଧ୍ୟମରେ ରୋଜଗାର କରନ୍ତି। ଅଭିଷେକ ବଚ୍ଚନ ହେଉଛନ୍ତି ପ୍ରୋ କବାଡି ଲିଗ ଫ୍ରାଞ୍ଚାଇଜି ଦଳ ଜୟପୁର ପିଙ୍କ ପାନ୍ଥର୍ସର ମାଲିକ। ସେ ଏବି କର୍ପୋରେସନ ପ୍ରଡକ୍ସନ ହାଉସର ମାଲିକ ମଧ୍ୟ ଅଟନ୍ତି ।

ରିଅଲ ଇଷ୍ଟେଟରେ ମଧ୍ୟ ସେ ନିବେଶ କରିଛନ୍ତି । ୨୦୨୦ରୁ ୨୦୨୪ ମଧ୍ୟରେ ଅଭିଷେକ ତାଙ୍କ ବାପାଙ୍କ ସହ ମିଶି ୨୨୦ କୋଟି ଟଙ୍କାର ସମ୍ପତ୍ତି କିଣିଥିଲେ। ନିକଟରେ ସେ ୨୪.୯୫ କୋଟିରେ ୧୦ଟି ଆପାର୍ଟମେଣ୍ଟ କିଣିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଅଭିଷେକ ବଚ୍ଚନ ତେରା ଜାଦୁ ଚଲ ଗୟା, ଦେଶ, ହାଁ ମୈନେ ଭି ପ୍ୟାର କିୟା, ଶରାରତ, ମୁମ୍ବାଇ ସେ ଆୟା ମେରା ଦୋସ୍ତ, କୁଛ ନା କହୋ, ଜମିନ, ରନ, ଯୁବା, ଧୁମ, ରକ୍ତ, ନାଚ, ସରକାର, ବଣ୍ଟି ଔର ବବଲି, ଦସ, ସଲାମ ନମସ୍ତେ, କଭି ଅଲଭିଦା ନା କହନା ଏବଂ ଉମରାଓ ଜାନ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଶେଷ ଥର ପାଇଁ ତାଙ୍କୁ ’‘ଆଇ ୱାଣ୍ଟ ଟୁ ଟକ’ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri