ଆମେରିକାରୁ ଆସିଲା ବଡ଼ ଖବର, ଶପଥ ପରେ ମୋଦିଙ୍କୁ ଭେଟିବାକୁ ଆସିବେ ଟ୍ରମ୍ପ, ହେବ ବଡ଼ ପ୍ଲାନ

ନୂଆଦିଲ୍ଲୀ,୨୦।୧:ଆଜି ଶପଥ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଦ୍ୱିତୀୟ ଇନିସଂ ଆରମ୍ଭ ହେବାକୁ ଯାଉଛି। ଅନେକ ଦେଶର ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି। କିନ୍ତୁ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିନାହାନ୍ତି। ଯାହାକୁ ନେଇ ରାଜନୀତି ଜୋର ଧରିଛି। ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପାଇଁ ବୈଦିଶିକ ମନ୍ତ୍ରୀ ଜୟଶଙ୍କର ପ୍ରତିନିଧିତ୍ୱ କରିବେ। ତେବେ ମୋଦିଙ୍କୁ ନିମନ୍ତ୍ରଣ ହୋଇ ନ ଥିବା ନେଇ ଚର୍ଚ୍ଚା ବେଶ୍‌ ଖୋରାକ ଯୋଗାଉଛି।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶପଥ ଗ୍ରହଣ ପରେ ଟ୍ରମ୍ପ ବହୁତ ଶୀଘ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି। ଏନେଇ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ସୂଚନା ଦେଇଛନ୍ତି। ସେ ବହୁତଶୀଘ୍ର ଭାରତ ଗସ୍ତ କରିପାରନ୍ତି। କିମ୍ବା ମୋଦିଙ୍କୁ ହ୍ବାଇସ ହାଉସ ପାଇଁ ନିମନ୍ତ୍ରଣ ହୋଇପାରେ। ସେହିପରି ଚାଇନା ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ଟ୍ରମ୍ପ ଚାଇନା ଗସ୍ତ କରିପାରନ୍ତି।

ଟ୍ରମ୍ପଙ୍କ ଶପଥ ଉତ୍ସବ ପାଇଁ ଦେଶର ପ୍ରଥମ ମହିଳା ହେବାକୁ ଯାଉଥିବା ମେଲାନିଆ ଏବଂ ପୁଅ ବାରୋନଙ୍କ ସହିତ ଏକ ସ୍ବତନ୍ତ୍ର ବିମାନରେ ଓ୍ବାଶିଂଟନ ଡିସିରେ ପହଞ୍ଚିଛନ୍ତି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ର୍ନିବାଚନ ପ୍ରଚାର ସମୟରେ ଚାଇନା ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଧମକ ଦେଇଥିବା ଟ୍ରମ୍ପ ସି ଜିନପିଙ୍ଗଙ୍କ ସହ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଚାହୁଁଛନ୍ତି, କାରଣ ଚାଇନାକୁ ଆମଦାନୀ ଉପରେ ଅଧିକ ଶୁଳ୍କ ଲଗାଇବାର ଧମକ ଯୋଗୁଁ ତାଙ୍କ ମଧ୍ୟରେ ତିକ୍ତତା ଆସିଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଟ୍ରମ୍ପଙ୍କ ନିକଟତରଙ୍କ ଅନୁସାରେ ତାଙ୍କର ସମ୍ଭାବ୍ୟ ଭାରତ ଗସ୍ତ ବିଷୟରେ ପରାମର୍ଶଦାତାଙ୍କ ସୂଚନା ଦେଇଛନ୍ତି। ଏହି ଗସ୍ତ ଚଳିତ ବର୍ଷ ଏପ୍ରିଲ ଆରମ୍ଭରେ କିମ୍ବା ଶେଷ ଭାଗରେ ହୋଇପାରେ। କିମ୍ବା ହ୍ବାଇଟ ହାଉସ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ ଉପରେ ମଧ୍ୟ ବିଚାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri