ଟ୍ରମ୍ପ୍‌ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି

ଓ୍ବାଶିଂଟନ,୧୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଆମେରିକାର ପ୍ରଭାବଶାଳୀ ବିଲିୟନେୟାର ଏବଂ ରାଜନେତା ତଥା ବିଦେଶୀ ନେତା ଓ ସେଲିବ୍ରିଟିମାନଙ୍କ ସହ ଭାରତର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଯୋଗଦେବେ।

ଅମ୍ବାନୀ ଦମ୍ପତି ଶନିବାର ଓ୍ବାଶିଂଟନରେ ପହଞ୍ଚିଥିବାବେଳେ ଗତ ସନ୍ଧ୍ୟାରେ ଟ୍ରମ୍ପ୍‌ଙ୍କ ‘କ୍ୟାଣ୍ଡେଲ୍‌ିଟ୍‌ ଡିନର’ରେ ଯୋଗଦେବାକୁ ମନୋନୀତ ହୋଇଥିବା ଘନିଷ୍ଠ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଉକ୍ତ ନୈଶ୍ୟଭୋଜିରେ ନିର୍ବାଚିତ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ସ୍ତ୍ରୀ ଉଷା ଭାନ୍ସ ଯୋଗଦେଇଥିବା ବେଳେ ଅମ୍ବାନୀ ଦମ୍ପତି ସମ୍ଭବତଃ ଏକମାତ୍ର ଭାରତୀୟ ଥିଲେ। ଟ୍ରମ୍ପ୍‌ ପରିବାରର ବ୍ୟକ୍ତିଗତ ନିମନ୍ତ୍ରିତ ଅତିଥି ଭାବେ ସେମାନେ ସୋମବାର ଶପଥ ଉତ୍ସବରେ ଯୋଗଦେବେ।

ଟ୍ରମ୍ପ୍‌ ପରିବାର ସହ ଅମ୍ବାନୀଙ୍କର ଘନିଷ୍ଠ ସମ୍ପର୍କ ରହିଛି। ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ୨୦୧୭ରେ ଗ୍ଲୋବାଲ ଇଣ୍ଟରପ୍ରିନ୍ୟୁଅରଶିପ୍‌ ସମିଟ୍‌ରେ ଯୋଗଦେବାକୁ ହାଇଦ୍ରାବାଦ ଆସିଥିବାବେଳେ ଅମ୍ବାନୀ ଉପସ୍ଥିତ ଥିଲେ। ୨୦୨୦ ଫେବୃଆରୀରେ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିଥିବାବେଳେ ଅମ୍ବାନୀ ତାଙ୍କ ସହ ରହିଥିଲେ। ଗତବର୍ଷ ମାର୍ଚ୍ଚରେ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ପ୍ରାକ୍‌ ବିବାହ ଉତ୍ସବରେ ଇଭାଙ୍କା, ତାଙ୍କ ସ୍ବାମୀ ଜାରେଡ୍‌ କୁଶ୍‌ନେର ଏବଂ ସେମାନଙ୍କ ବଡ଼ଝିଅ ଆରାବେଲ୍ଲା ରୋଜ୍‌ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri