Posted inଖେଳ

ଫିଟ୍‌ ହୋଇଗଲେଣି, ତଥାପି NCAରେ କାହିଁକି ଅଛନ୍ତି ଶାମି? ପ୍ରଶ୍ନ ଉଠାଇଲେ ପଣ୍ଟିଂ-ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧: ଫିଟ୍‌ ହୋଇଗଲେଣି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ତଥାପି ତାଙ୍କୁ ଦଳରେ ନିଆଯାଉନାହିଁ। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଭାଗରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଥିଲା। ଏପରି ହୋଇଥିଲେ ଦଳର ସ୍ଥିତି ମଜଭୂତ ହୋଇଥାନ୍ତା। ମାତ୍ର ତାହା ନ ହେବାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭେଟେରାନ ରବି ଶାସ୍ତ୍ରୀ ଏବଂ ରିକି ପଣ୍ଟିଂ।

ଶାମି ଆହତ ସମସ୍ୟାରୁ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗରେ ତିନୋଟି ଫର୍ମାଟ ରଣଜୀ ଟ୍ରଫି, ସୈୟଦ ମୁସ୍ତାକ ଅଲି ଟି୨୦ ଏବଂ ବିଜୟ ହଜାରେ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପରେ ଭାରତୀୟ ଟିମ୍‌କୁ ସେ ଶୀଘ୍ର ଫେରିପାରନ୍ତି ବୋଲି କୁହାଯାଇଥିଲା। ହେଲେ ବିସିସିଆଇ ଅନ୍ୟ କାରଣ ଦର୍ଶାଇ ଏହାକୁ ଟାଳି ଦେଇଥିଲା।

ଏବେ ଶାସ୍ତ୍ରୀ କହିଛନ୍ତି, ସଚ୍ଚୋଟତାର ସହ କହିଲେ ମୁଁ ଗଣମାଧ୍ୟମରେ ଚାଲୁଥିବା କଥା ଶୁଣି ଚକିତ ହୋଇଥିଲି କି ଶେଷରେ ଶାମିଙ୍କ ସହ କ’ଣ ହୋଇଛି। ଯେତେବେଳେ ସେ ଫିଟ୍‌ ବୋଲି କୁହାଯାଉଛି ତେବେ ସେ କେଉଁଠି ଅଛନ୍ତି। କେତେଦିନ ହେଲାଣି ସେ ଏନ୍‌ସିଏରେ ଅଛନ୍ତି ଜଣାନାହିଁ। ସେ କେଉଁ ସ୍ଥିତିରେ ଅଛନ୍ତି ତାହାକୁ ନେଇ ଚିନ୍ତା କରାଯାଇପାରିଥାନ୍ତା। ଯଦି ମୋତେ ନିଷ୍ପତ୍ତି ନେବାକୁ ହୋଇଥାନ୍ତା ତେବେ ମୁଁ ତାଙ୍କୁ ଅଷ୍ଟ୍ରେଲିଆ ନେଇ ଆସିଯାଇଥାନ୍ତି। କାରଣ ସେଭଳି ହୋଇଥିଲେ ମେଲବର୍ନ ଏବଂ ସିଡନୀ ମୁକାବିଲା ଭାରତ ଜିତିଯାଇଥାନ୍ତା ବୋଲି ସେ କହିଛନ୍ତି।

ପଣ୍ଟିଂ ଶାସ୍ତ୍ରୀଙ୍କ ସମର୍ଥନ କରି କହିଛନ୍ତି, ମୋତେ ବାସ୍ତବରେ ଚକିତ କରିଛି ଯେ ସିରିଜ ମଝିରେ ତାଙ୍କୁ ଦଳରେ କାହିଁକି ସାମିଲ କରାଯାଇନାହିଁ। ସେ କମ୍‌ ଓଭର ବୋଲିଂ କରିଥିଲେ ବି ଫରକ ପଡ଼ିଥାନ୍ତି। ସେ ନ ଥିବାରୁ ଅଷ୍ଟ୍ରେଲିଆ ସପକ୍ଷରେ ସିରିଜ ଯିବା ନିଶ୍ଚିତ ବୋଲି ଜଣାଥିବା ପଣ୍ଟିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri