ଭାରତର ନାଁ ନେଇ ପାକିସ୍ତାନକୁ ସତର୍କ କରାଇଲା ତାଲିବାନ

କାବୁଲ,୫।୧: ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଏକ ପ୍ରମୁଖ ପ୍ରସଙ୍ଗ ହୋଇଆସୁଛି ଯାହା ନିକଟ ଅତୀତରେ ଗଭୀର ହେବାରେ ଲାଗିଛି। ନିକଟରେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରି ଅନେକ ତାଲିବାନ ଯୋଦ୍ଧାଙ୍କୁ ହତ୍ୟା କରିଥିଲା। ଏହା ପରେ ଆଫଗାନିସ୍ତାନ ଏହାର ପ୍ରତିଶୋଧ ନେବାକୁ ଦାବି କରିଥିଲା।
ତାଲିବାନ ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କଡା ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ତାଲିବାନକୁ ଦମନ ନକରି ପାକିସ୍ତାନ ଆଗକୁ ଯାଇପାରିବ ନାହିଁ। ଏହି ସମୟରେ, ପାକିସ୍ତାନରେ ଆଫଗାନିସ୍ତାନର ଏକ ଅଂଶ ୱାଖାନକୁ କାବୁ କରିବା ନେଇ ତାଲିବାନ କ୍ରୋଧିତ ହୋଇଛି।

ତାଲିବାନର ଉପ ବୈଦେଶିକ ମନ୍ତ୍ରୀ କହିଛନ୍ତି, ୧୯୭୩ ଏବଂ ୧୯୮୯ରେ ଜାଲାଲାବାଦର ଉଭୟ ଯୁଦ୍ଧରେ ଏବଂ ଆଫଗାନିସ୍ତାନ ଭିତରେ କୁନାର ନଦୀ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହୋଇଥିଲା। ବାହ୍ୟ ଯୁଦ୍ଧରେ ପାକିସ୍ତାନର ସେନା କ୍ରମାଗତ ପରାଜୟର ସମ୍ମୁଖୀନ ହୋଇଥିଲା। ଏହାର ସୀମା ବାହାରେ ପାକିସ୍ତାନ ଜିତିବାରେ ସକ୍ଷମ ହୋଇ ନାହିଁ। ଯେକୌଣସି ବଡ ଯୁଦ୍ଧ ପାକିସ୍ତାନ ଜିତି ପାରି ନାହିଁ। ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର କରେ…, ବଲୁଚ ଓ ପସ୍ତୁନୋଲୋକଙ୍କ ବିରୋଧାର ଅତ୍ୟାଚାର କରେ, ଏହା ଉପରେ କାର୍ଯ୍ୟ କରିବା ଉଚିତ୍‌। ଓ୍ବାଖରାନ କରିଡର ଉପରେ ପାକିସ୍ତାନର କବଜା କରିବାର ପ୍ରୟାସ ମୂର୍ଖତାରେ ପରିପୂର୍ଣ୍ଣ।
ଏହି ପରି ଭାବରେ ତାଲିବାନ ପାକିସ୍ତାନକୁ ଏକ ବଡ ଚେତାବନୀ ଦେଇଛି ଯେ ଯଦି ଆଫଗାନିସ୍ତାନର କୌଣସି ଅଂଶକୁ ଅନୁପ୍ରବେଶ କରିବାକୁ କିମ୍ବା ଭାଙ୍ଗିବାକୁ ଚେଷ୍ଟା କରେ ତେବେ ଏହା ଏକ ବଡ ଭୁଲ ହେବ। ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶର ରାଜନୈତିକ ଏବଂ ସାମରିକ ହିତାଧିକାରୀଙ୍କୁ ଏକଜୁଟ ହେବା ପାଇଁ ନିବେଦନ କରିଥିଲେ ଏବଂ ଦେଶରେ ବଢୁଥିବା ସୁରକ୍ଷା ସଙ୍କଟକୁ ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri