Posted inଖେଳ

ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧ ରନ୍ କରିଥିଲା। ପ୍ରଥମ ଇନିଂସ୍ ଆଧାରରେ ଟିମ୍ ଇଣ୍ଡିଆ ୪ ରନ୍ ର ଅଗ୍ରଣୀ ହାସଲ କରିଥିଲା। ଏଭଳି ସ୍ଥିତିରେ ଭାରତୀୟ ଦଳର ମୋଟ ଅଗ୍ରଣୀ ୧୪୫ ରନ୍ ହୋଇଛି। ପ୍ରଥମେ ବ୍ୟାଟିଂ କରି ଟସ୍ ଜିତି ଭାରତ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ୧୮୧ ରନ୍ରେ ଶେଷ ହୋଇଥିଲା।

 

ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ୮ ରନ୍ କରି ଅପରାଜିତ ଥିବା ବେଳେ ୱାଶିଂଟନ ସୁନ୍ଦର ୬ ରନ୍ କରି ଅପରାଜିତ ଅଛନ୍ତି। ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ପ୍ରଥମ ଉଇକେଟ୍ ପାଇଁ ୪୨ ରନ୍ ଯୋଡ଼ିଥିଲେ। ରାହୁଲ ୧୩ ଓ ଯଶସ୍ୱୀ ୨୨ ରନ୍ କରିଥିଲେ। ଶୁବମନ ଗିଲ୍ ୧୩ ରନ୍ କରି ୱେବଷ୍ଟାରର ଶିକାର ହୋଇଥିଲେ। ଅଫ୍ ଷ୍ଟମ୍ପ୍ ବାହାରେ ବଲ୍ ସ୍ପର୍ଶ କରିବାକୁ ଚେଷ୍ଟା କରି ବିରାଟ କୋହଲି ପୁଣି ଥରେ ସ୍ଲିପ୍ ରେ ଫସି ଯାଇଥିଲେ। ସେ ୬ ରନ୍ କରିପାରିଥିଲେ। ବୋଲାଣ୍ଡ ପୁଣି ଥରେ କୋହଲିଙ୍କୁ ଶିକାର କରିଥିଲେ। ପନ୍ତ ୩୩ ବଲ୍ ରେ ୬ ଚୌକା ଓ ୪ ଛକା ସାହାଯ୍ୟରେ ୬୧ ରନ୍ ର ସାହସିକ ଇନିଂସ୍ ଖେଳିଥିଲେ। ଅନ୍ୟପକ୍ଷରେ ନୀତୀଶ ରେଡ୍ଡୀ କ୍ରମାଗତ ତୃତୀୟ ଇନିଂସରେ ବିଫଳ ହୋଇଥିଲେ। ସେ ୪ ରନ୍ କରିପାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ଏପର୍ଯ୍ୟନ୍ତ ୪ଟି ଉଇକେଟ୍ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri