୩୦ ଚାଷୀଙ୍କ ନିଶା ପାଲଟିଛି ଷ୍ଟ୍ରବେରୀ ଫଳାଇବା, ୨୫ ଏକର ଜମିରେ ଜାରି ରଖିଛନ୍ତି…

କୋରାପୁଟ,୨୭ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର କୋଟିଆ ପଞ୍ଚାୟତରେ ଜିଲା ପ୍ରଶାସନର କୋରାପୁଟ ଆଇଟିଡିଏର ସହାୟତାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ୫ ଏକର ଜମିରେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା। ଏହାର ସଫଳତା ଅନୁକରଣ କରି ଜିଲାର ଦଶମନ୍ତପୁର ବ୍ଲକର କାଉଗୁଡ଼ା ଗ୍ରାମରେ ଏବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଛି, ଜିଲା ପ୍ରଶାସନର ଉଦ୍ୟାନ ବିଭାଗ ଓ ସିଓ୍ବାଇଏସ୍‌ଡିର ମିଳିତ ସହଯୋଗରେ କାଉଗୁଡ଼ା ଗ୍ରାମରେ ପ୍ରାୟ ୧୦ ହେକ୍ଟର ଜମିରେ ଷ୍ଟ୍ରବେରୀ ଚାଷ କରିବାକୁ ଗ୍ରାମବାସୀ ଏକ ପ୍ରକାର ଶପଥ ନେଇଛନ୍ତି। ଗ୍ରାମର ପ୍ରାୟ ୨୫ ଏକର ଜମିରେ ଲାଭଜନକ ବିଦେଶୀ ଫଳ ଷ୍ଟ୍ରବେରୀ ଫଳାଇବା ପାଇଁ ଦୃଢ଼ ସଂକଳ୍ପ କରି କଠୋର ପରିଶ୍ରମ ଜାରି ରଖିଛନ୍ତି ଗ୍ରାମର ୩୦ ଜଣ ଆଦିବାସୀ ଚାଷୀ।

କାଉଗୁଡ଼ା ଗ୍ରାମରେ ପ୍ରାୟ ଶତାଧିକ ଆଦିବାସୀ ପରିବାର ବାସ କରୁଥିବାବେଳେ। ସେମାନଙ୍କ ନିକଟରେ ଥିବା ଚାଷଜମି କେବଳ ବର୍ଷାଦିନେ ଗୋଟିଏ ଥର ଧାନ ଚାଷ କରୁଥିବା ବେଳେ ଅନ୍ୟ ଦିନରେ ଏହା ଶୁଖିଲା ପଡ଼ିରହୁଥିଲା। କୋରାପୁଟ କୃଷି ଶିଳ୍ପ ନିଗମର ସହାୟତାରେ ଗ୍ରାମରେ ଗତ ୨ ମାସ ପୂର୍ବେ ୨ଟି ସୋଲାର ପମ୍ପ୍‌ ସେଟ ଲଗାଯିବା ପରେ ଏବେ ଗ୍ରାମବାସୀ ତାଙ୍କ ଜମିରେ ଏହି ଷ୍ଟ୍ରବେରୀ ଚାଷ ପାଇଁ ଆଗଭର ହୋଇଛନ୍ତି। ସିଓ୍ବାଇଏସ୍‌ଡି ପକ୍ଷରୁ ଗ୍ରାମବାସୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ସଚେତନ କରିଥିଲେ। କିଛି ଦିନ ଧରି ବୈଠକ ମାଧ୍ୟମରେ ସଚେତନ କରାଇବା ପରେ ପ୍ରଥମେ ଗ୍ରାମର ଧନୁର୍ଜୟ ଗାଦବା ଓ ମାଳତି ଗାଦବା ଆଗକୁ ଆସି ଷ୍ଟ୍ରବ୍ରେରୀ ଚାଷ ପାଇଁ ପଣ କରିବା ସହିତ ଅନ୍ୟ ୨୮ ଜଣ ଗ୍ରାମବାସୀଙ୍କୁ ପ୍ରଭାବିତ କରି ପାରିଥିଲେ। ଏଥିପାଇଁ କୋରାପୁଟ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରତି ହେକ୍ଟର ପିଛା ୧୨.୫ ଲକ୍ଷ ଟଙ୍କା ଯୋଗାଇଥିଲେ। ପୁନେରୁ ଷ୍ଟ୍ରବେରୀ ଚାରା ଅନ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ୱାଳ ପ୍ରକାଶ କରିଛନ୍ତି।

ସେହିପରି ସିଓ୍ବାଇଏସ୍‌ଡି ପକ୍ଷରୁ ଚାଷୀଙ୍କୁ ସମସ୍ତ ଯାନ୍ତ୍ରିକ ସହାୟତା ପ୍ରଦାନ ସହ ସେମାନଙ୍କୁ ଗଛ ଲଗାଇବା ନେଇ ତାଲିମ ପ୍ରଦାନ କରାଯାଉଥିବା ସିଓ୍ବାଇଏସ୍‌ଡି୍‌ର ଦଶମନ୍ତପୁର ବ୍ଲକ ସଂଯୋଜକ ଆନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି। ଗତ ୧୫ ଦିନ ତଳେ ଜମି ପ୍ରସ୍ତୁତ କରି ସେଥିରେ ଷ୍ଟ୍ରବେରୀ ଚାରା ଲଗାଇବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗ୍ରାମର ୩୦ ଜଣ ଚାଷୀ ପ୍ରାୟ ୨୦ ଏକର ଜମିରେ ଚାରା ଲଗାଇ ସାରିଲେଣ। ଆସନ୍ତା ସପ୍ତାହକ ମଧ୍ୟରେ ଚାରା ରୋପଣ କାର୍ଯ୍ୟ ଶେଷ ହେବା ପରେ ଗଛରେ ଜୈବିକ ସାର ସିଞ୍ଚନ ସମେତ ଜମି ଚତୁଃପାର୍ଶ୍ୱରେ ଅସ୍ଥାୟୀ ବାଡ଼ କରାଯିବ ବୋଲି ଗ୍ରାମର ଚାଷୀ ହରି ଗଦବା, ରମେଶ ଗଦବା ଆଦି ଅନ୍ୟ ଚାଷୀମାନେ ପ୍ରକାଶ କରିଛନ୍ତି। ଷ୍ଟ୍ରବେରୀ ଅମଳ ପରେ ସିଓ୍ବାଇଏସ୍‌ଡିର ଏପିସି ଓ ଡଙ୍ଗର ରାଣୀ ପ୍ରଡ୍ୟୁସର ଏଫ୍‌ପିଓ ମାଧ୍ୟମରେ ଏହା ବିକ୍ରୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ବ୍ଲକ ସଂଯୋଜକ ଆନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା ଆସନ୍ତା ୩ ମାସ ପରେ ଅମଳ ହେବ କେଜି ପ୍ରତି ପ୍ରାୟ ୪ ଶହରୁ ୫ଶହ ଟଙ୍କାରେ ବିକ୍ରି କରାଯିବ, ଚଷୀଙ୍କୁ କେଜିପ୍ରତି ୨ଶହ ରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇବେ ବୋଲି ସିଓ୍ବାଇଏସ୍‌ଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri