ଚମାଖଣ୍ଡି ବିଭବ କେନ୍ଦ୍ରକୁ ବୁଲି ଦେଖିଲେ ୫ଟି ରାଜ୍ୟର ପ୍ରତିନିଧି ଦଳ

ଛତ୍ରପୁର, ୨୧ା୧୨(ଦିଲ୍ଲୀପ ସାମଲ): ଝାଡ଼ଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଶନିବାର ଗଂଜାମ ଜିଲା ଚମାଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମରେ ଥିବା ବିଭବକେନ୍ଦ୍ରକୁ ପରିଦର୍ଶନ କରଛନ୍ତି। ସେଠାରେ ହେଉଥିବା ବିଭିନ୍ନ କାର୍ଯ୍ୟ ର ତଦାରଖ କରିଥିଲେ। କେନ୍ଦ୍ରରେ କିଭଳି ଭାବେ ମାଟିରେ ମିଶୁଥିବା ଅର୍ବଜନା ଓ ମାଟିରେ ନ ମିଶି ପାରୁଥିବା ଅବର୍ଜନା ଯଥା: ବିଭିନ୍ନ କିସମର ପ୍ଲାଷ୍ଟିକ, ପଲିଥିନ, ଜରି, ଭଙ୍ଗା ଟିଣ, ଭଙ୍ଗାରୁଜା କାଚ ଇତ୍ୟାଦିର କିଭଳି ଭାବେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟଙ୍କ ଦ୍ୱାରା ସୁପରିଚାଳନା କରାଯାଉଛି ଏବଂ ଖତ ତିଆରି କରାଯାଉଛି ତାହାକୁ ବୁଲି ଦେଖିଥିଲେ। ସମସ୍ତ ପ୍ରକ୍ରିୟା ବିଶଦ ଭାବେ ବୁଝିଥିଲେ।

ଏଥିସହିତ ଚମାଖଣ୍ଡି ପଂଚାୟତର ଥିବା ଗୋଷ୍ଠୀ ଶୌଚାଳୟ ଦେଖିଥିଲେ। ଏହାପରେ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ଏ ତୋଟାପଲ୍ଲୀ ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ଆବର୍ଜନା ପାଣିର ସୁପରିଚାଳନା କରାଯାଉଛି ତାହା ଦେଖିଲେ ଏବଂ ବ୍ୟକ୍ତିଗତ ଶୌଚାଳୟ, ଗ୍ରାମର ଡ୍ରେନ ବ୍ୟବସ୍ଥା, ଗୃହରୁ ବାହାରୁଥିବା ଆବର୍ଜନାର ସୁପରିଚାଳନା ନିମନ୍ତେ ଦିଆଯାଉଥିବା ଅଳିଆ ଡବା(ଡଷ୍ଟବିନ) ବିଷୟରେ ପଚାରି ବୁଝିଥିଲେ।

ଏହି ପରିଦର୍ଶନ ଝାରଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ରାଜ୍ୟ ମିଶନ ଡାଇରେକ୍ଟର , ଗଂଜାମ ଜିଲ୍ଲା ପରିଷଦର ସିଡିଓ ମଧୁସ୍ମିତା, ଓରମାସ ର ଡେପୁଟି ସିଇଓ , ଜଳ ଓପରିମଳ ର ଜିଲ୍ଲା ସଂଯୋଜିକା ନମିତା ପ୍ରଧାନ, ଛତ୍ରପୁର ବ୍ଲକର ଭାରପ୍ରାପ୍ତ ବିଡିଓ ଜୟଶ୍ରୀ ନାୟକ , ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ପିଇଓ ଦଣ୍ଡପାଣି ପ୍ରଧାନ, ଓଡିଶା ଜିଭିକା ମିସନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ଅନ୍ୟାନ୍ୟ ଅଧହିକାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ।

ସୂଚନା ଯୋଗ୍ୟ ଗତ ୧୯ ତାରିଖ ରେ ଗୋପାଳପୁରରେ ଅନୁଷ୍ଠିତ ଦୁଇ ଦିନିଆ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମ୍ପର୍କିତ ଆଞ୍ଚଳିକ କର୍ମଶାଳାରେ ଯୋଗ ଦାନ ନିମନ୍ତେ ଝାଡ଼ଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri