Posted inଜାତୀୟ

ଡିଆର୍‌ଡିଓକୁ ମିଳିଲା ଗ୍ରୀନ୍‌ ପ୍ରପଲଶନ୍‌ ସିଷ୍ଟମ୍‌

ମୁମ୍ବାଇ,୧୨ା୧୨: ମୁମ୍ବାଇର ଡିପ୍‌-ଟେକ୍‌ ଷ୍ଟାର୍ଟଅପ୍‌ ମନସ୍ତୁ ସ୍ପେସ୍‌ ଟେକ୍‌ନୋଲୋଜିଜ୍‌ ଏହାର କ୍ରାନ୍ତିକାରୀ ଆଇବୁଷ୍ଟର ଗ୍ରୀନ୍‌ ପ୍ରପଲଶନ୍‌ ସିଷ୍ଟମ୍‌କୁ ସଫଳତାର ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)କୁ ହସ୍ତାନ୍ତର କରିଛି। ଡିଆର୍‌ଡିଓର ଟେକ୍‌ନୋଲୋଜି ଡେଭେଲପ୍‌ ଫଣ୍ଡ (ଟିଡିଏଫ୍‌) ସହଯୋଗରେ ୪ ବର୍ଷର କଠୋର ଗବେଷଣା ଏବଂ ବିକାଶ ଫଳରେ ଏହି ସଫଳତା ମିଳିଛି। ମହାକାଶ ଓ ପ୍ରତିରକ୍ଷା ପ୍ରଯୁକ୍ତିରେ ଦେଶର ସାମର୍ଥ୍ୟ ବଢ଼ାଇବାରେ ଭାରତୀୟ ଷ୍ଟାର୍ଟଅପ୍‌ମାନଙ୍କ ଭୂମିକା ବୃଦ୍ଧି ପାଇଥିବା ଏଥିରୁ ସ୍ପଷ୍ଟ ହୋଇଛି।
୧୦୦ରୁ ୫୦୦ କିଲୋଗ୍ରାମ ଓଜନର ଛୋଟ ସାଟେଲାଇଟ୍‌କୁ ଉତ୍‌କ୍ଷେପଣ କରାଇବା ଏହି ଆଇବୁଷ୍ଟର ସିଷ୍ଟମ୍‌କୁ ଡିଜାଇନ୍‌ କରାଯାଇଛି। ସାଟେଲାଇଟ୍‌ର କକ୍ଷ ଉତ୍ଥାନ, ସାଟେଲାଇଟକୁ କକ୍ଷର ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଏବଂ କକ୍ଷରୁ ବାହାର କରିବା ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏହି ସିଷ୍ଟମ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ପାରମ୍ପରିକ ପ୍ରପଲଶନ ସିଷ୍ଟମ୍‌ ତୁଳନାରେ ଆଇବୁଷ୍ଟର ଅଧିକ ନିରାପଦ, ପ୍ରଭାବୀ ଏବଂ ପରିବେଶ ଅନୁକୂଳ ବିକଳ୍ପ। ଏଥିରେ ହାଇଡ୍ରୋଜେନ୍‌ ପେରୋକ୍ସାଇଡ୍‌ ଆଧାରିତ ଇନ୍ଧନ ବ୍ୟବହୃତ ହୋଇଥାଏ। ଏହି ଅଭିନବ ଇନ୍ଧନ ଚୟନ ଯୋଗୁ ସିଷ୍ଟମ୍‌ର ମୋଟାମୋଟି ପ୍ରଦର୍ଶନ ବଢ଼ିବା ସହ ସ୍ଥାୟିତ୍ୱ ଏବଂ ମିତବ୍ୟୟିତାକୁ ସୁନିଶ୍ଚିତ କରିବ। ଏହି ସଫଳତା ପାଇଁ ମନସ୍ତୁ ସ୍ପେସ୍‌ର ସହପ୍ରତିଷ୍ଠାତା ତୁଷାର ଯାଦବ ଗର୍ବ ଅନୁଭବ କରୁଥିବା କହିଛନ୍ତି। ମହାକାଶ ଗବେଷଣା ନିମନ୍ତେ ଅଧିକ ପରିବେଶ ଅନୁକୂଳ, ସୁରକ୍ଷିତ ଏବଂ ପ୍ରଭାବଶାଳୀ ସମାଧାନ ବାହାର କରିବାର ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି। ମନସ୍ତୁ ସ୍ପେସ୍‌ର ଏହି ଇନୋଭେଶନ ଭାରତର ପ୍ରତିରକ୍ଷା ଓ ସାଟେଲାଇଟ୍‌ ସାମର୍ଥ୍ୟକୁ ମଜଭୁତ କରାଇବା ଲାଗି ଡିଆର୍‌ଡିଓ ମିଶନକୁ ଉଲ୍ଲେଖନୀୟ ଅବଦାନ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri